21.1 C
Bhubaneswar
Monday, November 18, 2024
Homeଓଡିଶାଆଜି ‘ସୂର୍ଯ୍ୟକିରଣ’ ଏୟାର ଶୋ’

ଆଜି ‘ସୂର୍ଯ୍ୟକିରଣ’ ଏୟାର ଶୋ’

ଭୁବନେଶ୍ୱର : ଆଜି ଭୁବନେଶ୍ୱର କୂଆଖାଇ ପଠା ବାଲିଯାତ୍ରା ପଡ଼ିଆରେ ବାୟୁସେନା ପକ୍ଷରୁ ସୂର୍ଯ୍ୟକିରଣ ଶୋ’ ଅନୁଷ୍ଠିତ ହେବ । ସକାଳ ୧୦ଟାରୁ ୧୧ ପର୍ଯ୍ୟନ୍ତ ଏହା ଚାଲିବ । ଏଥିପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଭୁବନେଶ୍ୱର ବାଲିଯାତ୍ରା ପଡ଼ିଆରେ ବାୟୁସେନା ପକ୍ଷରୁ ମ୍ୟାପିଂ କରାଯିବା ସହ ପଡ଼ିଆର ଅନୁଧ୍ୟାନ କରାଯାଇଛି । ବାଲିଯାତ୍ରା ପଡ଼ିଆରେ ୧୨ଶହ ଲୋକ ଦେଖିବା ଭଳି ବ୍ୟବସ୍ଥା କରାଯାଇଥିବା ବେଳେ ପ୍ରାୟ ୫୦ ହଜାର ଲୋକ ଶେ।।’ଦେଖିପାରିବେ । ୨ଟି ହକ୍ ବିମାନ ଆକାଶ ମାର୍ଗରେ ମ୍ୟାପିଂ କରୁଛନ୍ତି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୂର୍ଯ୍ୟକିରଣ ଶୋ’ ଦେଖିବାକୁ କୂଆଖାଇ ପଠାକୁ ଆସିବେ ବୋଲି ସୂଚନା ମିଳିଛି । ଏୟାର ଶୋ’ ପାଇଁ କୁଆଖାଇ ନଦୀର ଉଭୟ ପାର୍ଶ୍ୱରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

୨୦ ପ୍ଲାଟୁନ୍ ଫୋର୍ସ ସହ ଶହେରୁ ଅଧିକ ବଛା ବଛା ଅଫିସର ନିୟୋଜିତ ରହିବେ ବୋଲି ପୁଲିସ କମିଶନର କହିଛନ୍ତି । ଅନ୍ୟପକ୍ଷେ, ପୁରୀରେ ଏୟାର ଶୋ’ ପାଇଁ ଏରିଏଲ ରେକି ଅନୁଷ୍ଠିତ ହୋଇଛି । ଆସନ୍ତା ୧୮ ତାରିଖରେ ପୁରୀ ରାଜଭବନ ପାର୍ଶ୍ୱ ବ୍ଲୁ ଫ୍ଲାଗ ବିଚ୍‌ରେ ବାୟୁସେନା ପକ୍ଷରୁ ଆକର୍ଷଣୀୟ ଏୟାର ଶୋ’ ଅନୁଷ୍ଠିତ ହେବ । ପୁରୀରେ ପ୍ରଥମ ଥର ପାଇଁ ଏୟାର ଶୋ’ ଅନୁଷ୍ଠିତ ହେବାକୁ ଯାଉଥିବାରୁ ଏହାକୁ ଦେଖିବା ପାଇଁ ଲୋକଙ୍କ ମନରେ ଉତ୍ସାହ ଦେଖାଦେଇଛି । ଗୁରୁବାର ବାୟୁସେନାର ବିମାନ ଗୁଡିକ କୁଆଖାଇ ନଦୀ ପଠାରେ ଆକାଶରେ ୯ଟି ହକ୍ ବିମାନ ସହ ଅଭ୍ୟାସ କରିଥିଲା ।

କମିଶନରେଟ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଏହି ଅବସରରେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ କହିଛନ୍ତି, ‘ସୂର୍ଯ୍ୟକିରଣ’ ଏୟାର ଶୋ’ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଲୋକେ ଯେପରିକି ସୁରୁଖୁର ବସି ଏବଂ ଠିଆ ହୋଇ ଏହି ଶୋ’କୁ ଦେଖିବେ ସେଥିପାଇଁ ଆବଶ୍ୟକ ବ୍ୟବସ୍ଥା ହୋଇଛି । ଏପରକିି କୁଆଖାଇ ନଦୀର ଉଭୟ ପାଶ୍ୱରେ ଲୋକ ଦେଖବାର ବ୍ୟବସ୍ଥା କରାଯାଇଥିବାରୁ ସୁରକ୍ଷା ଦୃଷ୍ଟିରୁ ଏନ୍‌ଡିଆରଏଫ ଟିମ ମଧ୍ୟ ନିୟୋଜିତ ରହିବେ ।

ଏଥିରେ ୨୦ ପ୍ଲାଟୁନ ଫୋର୍ସ, ୧୦୦ ରୁ ଅଧିକ ଦକ୍ଷ ଅଫିସର ନିୟୋଜିତ ରହିବେ । ପଚାଶ ହଜାରରୁ ଅଧିକ ଲୋକଙ୍କ ସମାଗମ ହେବାକୁ ଥିବାରୁ ଟ୍ରାଫିକ ବ୍ୟବସ୍ଥାକୁ ଅଧିକ ଗୁରୁତ୍ୱ ଦିଆଯାଉଛି । କାର୍ଯ୍ୟକ୍ରମରେ ଯେମିତି କୌଣସି ବାଧା ନଉପୁଜେ ତାକୁ ଦୃଷ୍ଟିରେ ରଖି କମିସନେରଟ ପୁଲିସ ପକ୍ଷରୁ ବାୟୁସେନା ଅଧିକାରୀ ଓ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଅଧିକାରୀମାନଙ୍କ ସହ ଆଲୋଚନା ମଧ୍ୟ ଜାରି ରହିଛି । ସୁରୁଖୁରୁରେ ଏହି ଏୟାର ସୋ’ କେମିତି ହେବ ତାର ତଦାରଖ କରିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking