ଚଣ୍ଡିଗଡ଼: ହରିୟାଣା ଫତେହବାଦରେ ଏକ ନାରକୀୟ ଘଟଣା ସାମନାକୁ ଆସୁଛି । ଅସଦାଚରଣର ବିରୋଧ କରିବାରୁ ମହିଳାଙ୍କୁ ଚଳନ୍ତା ଟ୍ରେନରୁ ଫିଙ୍ଗିଲେ ଦୁର୍ବୃତ୍ତ । ଏହି ଘଟଣା ମହିଳାଙ୍କ ୯ବର୍ଷର ଶିଶୁପୁତ୍ରର ଆଖି ସାମନାରେ ଘଟିଛି । ଏହି ଘଟଣାରେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ରେଲୱେ ପୋଲିସ ବ୍ୟବଚ୍ଛେଦ ପାଇଁ ପଠାଇଛି ।
ମହିଳାଙ୍କୁ ପୁଅର କହିବାନୁସାରେ ଜଣେ ଯୁବକ ତାର ମାଆକୁ ଚଳନ୍ତା ଟ୍ରେନରେ ଖରାପ ବ୍ୟବହାର କରିଥିଲା । ମହିଳା ଜଣକ ଏହାର ବିରୋଧ କରିଥିଲେ । ଏହାପରେ ଉଭୟଙ୍କ ମଧ୍ୟରେ ମାରପିଟ ହୋଇଥିଲା । ଏହାପରେ ଦୁର୍ବୃତ୍ତ ଜଣକ ଚଳନ୍ତା ଟ୍ରେନରୁ ତାଙ୍କୁ ବାହାରକୁ ଫିଙ୍ଗି ଦେଇଥିଲା । ସବୁଠୁ ଦୁଃଖଦ ଘଟଣା ହେଉଛି ମହିଳାଙ୍କ ସ୍ବାମୀ ଅନ୍ୟ ଏକ ଷ୍ଟେସନରେ ପତ୍ନୀ ଓ ନିଜ ପୁଅର ଅପେକ୍ଷା କରିଥିଲେ ।
ରେଲୱେ ପୋଲିସ ଏ ନେଇ ସୂଚନା ପାଇବା ପରେ ମହିଳାଙ୍କୁ ଖୋଜିଥିଲା । ଷ୍ଟେସନ ଠାରୁ ୨ କି.ମି ଦୂରରେ ଏକ ବୁଦା ମଧ୍ୟରୁ ମହିଳାଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି । ଏହାର କିଛି ଦୂରରେ ଜଣେ ଯୁବକର ମଧ୍ୟ ମୃତଦେହ ମିଳିଛି । ମହିଳାଙ୍କୁ ଟ୍ରେନରୁ ଫିଙ୍ଗିଥିବା ଯୁବକ ଉକ୍ତ ଯୁବକ ବୋଲି ଜଣାପଡ଼ିଛି । ନିଜ ମାଆର ମୃତ୍ୟୁକୁ ନିଜ ଆଖିରେ ଦେଖି ପୁତ୍ର ମାନସିକ ଉପରେ ଗଭୀର ପ୍ରଭାବ ପଡ଼ିଛି । ରେଲୱେ ପୋଲିସ ଏବେ ମହିଳାଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।
ଟ୍ରେନ ମଧ୍ୟରେ ଏଭଳି ମହିଳାଙ୍କୁ ଅସଦାଚରଣ ଘଟଣା ସାମନାକୁ ଆସୁଛି । ଏହି ଘଟଣା ମହିଳାଙ୍କ ଟ୍ରେନଯାତ୍ରା ବେଳେ ସୁରକ୍ଷା ଉପରେ ପ୍ରଶ୍ନ ଉଠାଇଛି । ରେଲୱେ କର୍ତ୍ତୃପକ୍ଷ ଏହା ଉପରେ ଗୁରୁତ୍ବ ଦେବା ଜରୁରୀ ହୋଇପଡ଼ିଛି ।