32.1 C
Bhubaneswar
Saturday, October 19, 2024
Homeଦେଶ ବିଦେଶରୋହିଙ୍ଗ୍ୟା ଶରଣାର୍ଥୀଙ୍କ ପାଇଁ ଚିନ୍ତାରେ ଭାରତର ଏହି ପଡୋଶୀ ଦେଶ ! ସେନା ନିୟୋଜିତ କରିବାକୁ...

ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ପାଇଁ ଚିନ୍ତାରେ ଭାରତର ଏହି ପଡୋଶୀ ଦେଶ ! ସେନା ନିୟୋଜିତ କରିବାକୁ ଚେତାବନୀ

ନୂଆଦିଲ୍ଲୀ : ବାଂଲାଦେଶରେ ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ସମସ୍ୟା ବଢିବାରେ ଲାଗିଛି। ବାଂଲାଦେଶ ମଧ୍ୟ ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ନିଜ ଦେଶକୁ ପଠାଇବାକୁ ଚେଷ୍ଟା କରୁଛି। ଏହି ସମୟରେ ବାଂଲାଦେଶ ଗୃହମନ୍ତ୍ରୀ ଅସଦୁଜମାନ ଖାନ କମଲ କହିଛନ୍ତି ଯେ ଆବଶ୍ୟକ ହେଲେ ରୋହିଙ୍ଗ୍ୟା ଶରଣାର୍ଥୀ ଶିବିରରେ ଅପରାଧ ତଥା ନିଶା ସେବନକୁ ରୋକିବା ପାଇଁ ସେନା କର୍ମଚାରୀ ନିୟୋଜିତ ହେବେ।
ବାଂଲାଦେଶ ଅଧିକାରୀଙ୍କ ଅନୁଯାୟୀ, ଗତ ପାଞ୍ଚ ବର୍ଷ ମଧ୍ୟରେ କକ୍ସ ବଜାର ଅଞ୍ଚଳରେ ହତ୍ୟା, ଡକାୟତି, ବଳାତ୍କାର, ଡ୍ରଗ୍ସ ଚୋରା ଚାଲାଣ ତଥା ଅନ୍ୟାନ୍ୟ ପ୍ରକାରର ଅପରାଧିକ କାର‌୍ୟ୍ୟକଳାପରେ ପ୍ରାୟ ସାତଗୁଣ ବୃଦ୍ଧି ଘଟିଛି। ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ ହସିନା ମଧ୍ୟ ଏହା ଉଲ୍ଲେଖ କରିଛନ୍ତି। ସେ ତାଙ୍କ ଅଭିଭାଷଣରେ ପୋଲିସର ରିପୋର୍ଟକୁ ବାରମ୍ବାର ଉଲ୍ଲେଖ କରି କହିଛନ୍ତି ଯେ କିଛି ରୋହିଙ୍ଗ୍ୟା ଶରଣାର୍ଥୀ ଅପରାଧିକ କାର୍ଯ୍ୟକଳାପର ନେତୃତ୍ୱ ନେଉଛନ୍ତି ଏବଂ ଏହି ଶିବିରଗୁଡ଼ିକ ମୂଳ ସଂଗଠନ ପାଇଁ ଗଡ଼ ପାଲଟିଛି।
ଏହି ସମୟରେ ବାଂଲାଦେଶ ଗୃହମନ୍ତ୍ରୀ ଅସଦୁଜମାନ ଖାନ କମଲ କହିଛନ୍ତି ଯେ ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ମୋବାଇଲ୍ ଫୋନ୍ ଟ୍ରାକ କରାଯିବ ଯାହା ଦ୍ୱାରା ସେମାନେ କୈାଣସି ବେଆଇନ କାର‌୍ୟ୍ୟକଳାପ କରିପାରିବେ ନାହିଁ। ରୋହିଙ୍ଗ୍ୟା ସଙ୍କଟର ସମାଧାନ ପାଇଁ ସରକାରଙ୍କ ଉଦ୍ୟମ ସମ୍ପର୍କରେ ମନ୍ତ୍ରୀ କହିଛନ୍ତି ଯେ ମୁଁ ଆଶା କରୁଛି ଯେ ରୋହିଙ୍ଗ୍ୟାମାନଙ୍କୁ ଶୀଘ୍ର ପଠାଯିବ। ସରକାରଙ୍କ ଉଦ୍ୟମ ଏବେ ବି ଜାରି ରହିଛି।
ସୂଚନାଯୋଗ୍ୟ, ମିଆଁମାରରୁ ବାଂଲାଦେଶ ପର୍ଯ୍ୟନ୍ତ ଅସ୍ତ୍ରଶସ୍ତ୍ର ଏବଂ ନିଶା କାରବାର ମାମଲା ବର୍ତ୍ତମାନର ସାମରିକ ଶାସନ ଅଧୀନରେ ଅଢେଇ ଗୁଣ ବୃଦ୍ଧି ପାଇଛି, ଯାହା ଅଙ୍ଗ ସାନ ସୁ କିଙ୍କ ଶାସନ କାଳରେ ରିପୋର୍ଟ ହୋଇଥିଲା।୨୦୧୭ ରେ ମିଆଁମାର ସାମରିକ କଟକଣା ଛାଡି ପଳାୟନ କରୁଥିବା ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ଖୋଲାଖୋଲି ଭାବେ ସ୍ୱାଗତ କରିଥିବା ବାଂଲାଦେଶ ଦ୍ରୁତ ଗତିରେ ବଢୁଥିବା ଜନସଂଖ୍ୟା ତଥା ଅପରାଧରେ ସମ୍ପୃକ୍ତ ଥିବାରୁ ପାଞ୍ଚ ବର୍ଷ ପରେ ମଧ୍ୟ ଦେଶ ସଙ୍କଟରେ ପଡିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking