32.1 C
Bhubaneswar
Saturday, October 19, 2024
Homeଦେଶ ବିଦେଶବିଦେଶରେ ଅମିତାଭ ବଚ୍ଚନଙ୍କ ବଡ଼ ପ୍ରଶଂସକ ନିଜ ଘରେ ତିଆରି କଲେ ବିଗ ବିଙ୍କ ମୂର୍ତ୍ତି

ବିଦେଶରେ ଅମିତାଭ ବଚ୍ଚନଙ୍କ ବଡ଼ ପ୍ରଶଂସକ ନିଜ ଘରେ ତିଆରି କଲେ ବିଗ ବିଙ୍କ ମୂର୍ତ୍ତି

ନୂଆଦିଲ୍ଲୀ : ବଲିଉଡର ପ୍ରଖ୍ୟାତ ଅଭିନେତା ଅମିତାଭ ବଚ୍ଚନଙ୍କ ପ୍ରଶଂସକ ପ୍ରାୟ ଅଧିକାଂଶ ଦେଶରେ ଅଛନ୍ତି । ଏହାର ଜ୍ୱଳନ୍ତ ଉଦାହରଣ ଆମେରିକା ନ୍ୟୁଜର୍ସିରେ ଦେଖିବାକୁ ମିଳିଛି । ଏଠାକାର ଜଣେ ବ୍ୟକ୍ତି ଅମିତାଭ ବଚ୍ଚନଙ୍କ ବଡ଼ ପ୍ରଶଂସକ । ଯେଉଁଥିପାଇଁ ସେ ନିଜ ଘରେ ଅମିତାଭଙ୍କ ଏକ ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି । ଯେଉଁଥିରେ ସେ ଖର୍ଚ୍ଚ କରିଛନ୍ତି ପ୍ରାୟ ୬୦ ଲକ୍ଷ ଟଙ୍କା । ବିଦେଶରେ ଅମିତାଭଙ୍କ ଏମିତି ପ୍ରେମ ଦେଖି ଭାରତରେ ଥିବା ବିଗ ବି ଙ୍କ ପ୍ରଶଂସକ ମଧ୍ୟ ବହୁତ ଖୁସି । ଆମେରିକାରେ ଥିବା ମୂଳ ଭାରତୀୟ ପରିବାର ଅମିତାଭଙ୍କ ମୂର୍ତ୍ତି ସହ ନେଇଥିବା ଫଟୋ ଟ୍ଵିଟରରେ ସେୟାର କରିଛନ୍ତି । ଗୋପୀ ସେଠ ନାମକ ଜଣେ ଟ୍ଵିଟର ୟୁଜର ଏହି ଫଟୋ ସେୟାର କରି ଲେଖିଛନ୍ତି ‘ଶନିବାର ଆମେ ଆମେରିକାରେ ଥିବା ଆମ ଘରେ ଅମିତାଭଙ୍କ ପ୍ରତିମା ଲଗାଇଛୁ । ଏହି ମୂର୍ତ୍ତି ଉଦଘାଟନ ଉତ୍ସବରେ ଅମିତାଭଙ୍କ ବହୁ ପ୍ରଶଂସକ ଯୋଗ ଦେଇଥିଲେ । ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଗୋପୀ ସେଠ ଆହୁରି କହିଛନ୍ତି ଯେ ଅମିତାଭ ‘ମୁଁ ଓ ମୋ ପତ୍ନୀଙ୍କ ପାଇଁ ଭଗବାନଙ୍କ ଠାରୁ କମ ନୁହଁନ୍ତି ।’ ତାଙ୍କର ଜୀବନ ଧାରଣ ବହୁତ ସାଧାରଣ । ଯାହାକି ମୋତେ ପ୍ରେରିତ କରେ ବୋଲି ଏହି ପ୍ରଶଂସକ ଜଣକ କହିଛନ୍ତି ।
ଆମେରିକାର ଏହି ପ୍ରଶଂସକ ଜଣକ ମୂର୍ତ୍ତି ନିର୍ମାଣ ପାଇଁ ପ୍ରାୟ ୬୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି । ୧୯୯୦ ମସିହାରୁ ପୂର୍ବ ଗୁଜୁରାଟର ଏକ ପରିବାରରୁ ଗୋପି ଆମେରିକା ଯାଇ ସେଠାରେ ରହୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking