27.1 C
Bhubaneswar
Monday, November 18, 2024
Homeଦେଶ ବିଦେଶଭାରତ ପାଇଁ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ, ଚଳିତ ବର୍ଷ ଆସିବ ବଡ ଅସୁବିଧା!

ଭାରତ ପାଇଁ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ, ଚଳିତ ବର୍ଷ ଆସିବ ବଡ ଅସୁବିଧା!

ନୂଆଦିଲ୍ଲୀ : ବୁଲଗେରିଆର ରହସ୍ୟମୟ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ପ୍ରାୟତଃ ଆଲୋଚନା କରାଯାଇଥାଏ ଏବଂ ସେ କେବଳ ତାଙ୍କ ଦେଶ ନୁହେଁ ଭାରତ ସମେତ ସମଗ୍ର ବିଶ୍ୱ ବିଷୟରେ ଭବିଷ୍ୟବାଣୀ କରିଥିଲେ। ଭାରତ ବିଷୟରେ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଲୋକଙ୍କ ଚିନ୍ତା ବଢାଇ ଦେଇଛି ଯେଉଁଥିରେ ସେ କହିଥିଲେ ଯେ ୨୦୨୨ ମସିହାରେ ଭାରତରେ ଦୁର୍ଭିକ୍ଷ ଭଳି ପରିସ୍ଥିତି ଉପୁଜିପାରେ। ଆପଣଙ୍କୁ ଜଣାଇଦେଉଛୁ ଯେ ବାବା ଭେଙ୍ଗା ୨୦୨୨ ବର୍ଷ ପାଇଁ ଅନେକ ଭବିଷ୍ୟବାଣୀ କରିଥିଲେ, ସେଥିମଧ୍ୟରୁ ୨ ଟି ଏପର‌୍ୟ୍ୟନ୍ତ ସତ୍ୟ ହୋଇଛି ।
ଦି ସନ୍ ର ରିପୋର୍ଟ ଅନୁଯାୟୀ, ବାବା ଭେଙ୍ଗା ଭାରତ ବିଷୟରେ ଏକ ଭୟଙ୍କର ଭବିଷ୍ୟବାଣୀ କରିଥିଲେ ଏବଂ କହିଥିଲେ ଯେ ୨୦୨୨ ମସିହାରେ ସାରା ବିଶ୍ୱରେ ତାପମାତ୍ରା ହ୍ରାସ ପାଇବ, ଯାହା ପଙ୍ଗପାଳର ବୃଦ୍ଧି ଘଟାଇବ। ପଙ୍ଗପାଳ ଭାରତ ଉପରେ ଆକ୍ରମଣ କରିବ, ଫସଲରେ ବ୍ୟାପକ କ୍ଷତି ଘଟାଇବ ଏବଂ ଦେଶରେ ଦୁର୍ଭିକ୍ଷ ସୃଷ୍ଟି ହେବ। ଭାରତରେ ଭୋକ ଉପାସରେ ପରିସ୍ଥିତି ହୋଇପାରେ । ୨୦୨୦ ମସିହାରେ ରାଜସ୍ଥାନ, ଗୁଜୁରାଟ ଏବଂ ମଧ୍ୟପ୍ରଦେଶରେ ପଙ୍ଗପାଳମାନେ ଆକ୍ରମଣ କରି ଫସଲକୁ ନଷ୍ଟ କରିଥିଲେ।
ବାବା ଭଙ୍ଗା ୨୦୨୨ ବର୍ଷ ପାଇଁ ୬ ଟି ଭବିଷ୍ୟବାଣୀ କରିଥିଲେ, ସେଥିମଧ୍ୟରୁ ୨ ଟି ଏପର‌୍ୟ୍ୟନ୍ତ ସତ୍ୟ ପ୍ରମାଣିତ ହେଉଛି । ଏହା ପରେ ବାବା ଭେଙ୍ଗାଙ୍କର ଅନ୍ୟ ୪ ଭବିଷ୍ୟବାଣୀ ମଧ୍ୟ ସତ ହୋଇପାରେ ବୋଲି ଆଶଙ୍କା କରାଯାଉଛି ।
କିଛି ଏସୀୟ ଦେଶ ଏବଂ ଅଷ୍ଟ୍ରେଲିଆରେ ବନ୍ୟା ପରିସ୍ଥିତି ବିଷୟରେ ବାବା ଭଙ୍ଗା ପୂର୍ବାନୁମାନ କରିଥିଲେ। ଆପଣଙ୍କୁ କହିରଖୁଛୁ ଯେ ପ୍ରବଳ ବର୍ଷା ପରେ ଅଷ୍ଟ୍ରେଲିଆରେ ବନ୍ୟା ପରି ପରିସ୍ଥିତି ସୃଷ୍ଟି ହୋଇଥିବାବେଳେ ପାକିସ୍ତାନରେ ବନ୍ୟା ପରିସ୍ଥିତି ବିଗିଡି ଯାଉଛି ଏବଂ ଏପର‌୍ୟ୍ୟନ୍ତ ୧୦୦୦ ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଏହା ବ୍ୟତୀତ ବାବା ଭେଙ୍ଗା ଅନେକ ସହରରେ ଜଳ ଅଭାବର ପୂର୍ବାନୁମାନ କରିଥିଲେ। ବର୍ତ୍ତମାନ ପର୍ତ୍ତୁଗାଲରେ ଜଳ ଅଭାବ ଥିବାବେଳେ ଇଟାଲୀରେ ମଧ୍ୟ ମରୁଡ଼ି ପରିସ୍ଥିତି ଦେଖାଦେଇଛି।
୨୦୨୨ ପାଇଁ ବାବା ଭେଙ୍ଗା ଭବିଷ୍ୟବାଣୀରେ ସାଇବରିଆରୁ ଏକ ନୂତନ ମାରାତ୍ମକ ଜୀବାଣୁ ଆସିବା ଅନ୍ତର୍ଭୁକ୍ତ ରହିଛି । ଏହା ବ୍ୟତୀତ ସେ ବିଦେଶୀ ଆକ୍ରମଣ, ପଙ୍ଗପାଳ ଆକ୍ରମଣ ଏବଂ ଭର୍ଚୁଆଲ୍ ବାସ୍ତବତା ବୃଦ୍ଧି ବିଷୟରେ ମଧ୍ୟ ପୂର୍ବାନୁମାନ କରିଥିଲେ।
ବାବା ଭଙ୍ଗା ଜଣେ ଫକୀର ଥିଲେ ଏବଂ ତାଙ୍କ ଭବିଷ୍ୟବାଣୀ ପାଇଁ ପ୍ରସିଦ୍ଧ ଥିଲେ । ବାବା ବେଙ୍ଗା ୧୯୧୧ ମସିହାରେ ବୁଲଗେରିଆରେ ଜନ୍ମଗ୍ରହଣ କରିଥିଲେ ଏବଂ ମାତ୍ର ୧୨ ବର୍ଷ ବୟସରେ ଉଭୟ ଆଖି ହରାଇଥିଲେ। ସେ ଦେଖି ପାରି ନଥିଲେ, କିନ୍ତୁ ଦାବି କରାଯାଇଛି ଯେ ଭଗବାନ ତାଙ୍କୁ ଇଶ୍ୱରୀୟ ଦର୍ଶନ ଦେଇଛନ୍ତି ଏବଂ ଏହି କାରଣରୁ ସେ ଦୃଷ୍ଟି ଶକ୍ତି ହରାଇଛନ୍ତି ।
ଖବର ଅନୁଯାୟୀ, ଘୂର୍ଣ୍ଣିବଳୟ ସମୟରେ ବାବା ବେଙ୍ଗା ହଜି ଯାଇଥିଲେ ଏବଂ ତାଙ୍କୁ ମିଳିବା ପରେ ତାଙ୍କ ଆଖି ବାଲି ଓ ଧୂଳିରେ ଆଚ୍ଛାଦିତ ହୋଇଥିଲା। କୁହାଯାଏ ଯେ ତାଙ୍କ ପରିବାର ଅତ୍ୟନ୍ତ ଗରିବ ଏବଂ ଚିକିତ୍ସା ପାଇଁ ତାଙ୍କ ପାଖରେ ଟଙ୍କା ମଧ୍ୟ ନଥିଲା, ଏହି କାରଣରୁ ସେ ଉଭୟ ଆଖି ହରାଇଥିଲେ। ୧୯୯୬ ରେ ବାବା ଭେଙ୍ଗାଙ୍କର ମୃତ୍ୟୁ ହୋଇଥିଲା ଏବଂ ଏହାପୂର୍ବରୁ ସେ ଅନେକ ବଡ ଭବିଷ୍ୟବାଣୀ କରିଥିଲେ । ଏହା ମଧ୍ୟ କୁହାଯାଏ ଯେ ତାଙ୍କର ଭବିଷ୍ୟବାଣୀଗୁଡ଼ିକ କୈାଣସି ସ୍ଥାନରେ ଲେଖାଯାଇ ନାହିଁ, ବରଂ ସେ ଏହି ଭବିଷ୍ୟବାଣୀଗୁଡ଼ିକୁ ନିଜ ଅନୁଗାମୀମାନଙ୍କୁ କହିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking