30.1 C
Bhubaneswar
Saturday, October 5, 2024
Homeଓଡିଶାମାଛଧରା ହେଲା କାଳ: ପାଣିରେ ବୁଡ଼ି ୧ ମୃତ, ଜଣେ ଆହତ

ମାଛଧରା ହେଲା କାଳ: ପାଣିରେ ବୁଡ଼ି ୧ ମୃତ, ଜଣେ ଆହତ

ଭଦ୍ରକ: ଧାମରା ନିକଟସ୍ଥ କରଞ୍ଜମାଳ ପଞ୍ଚାୟତରେ ମାଛ ଧରିବାକୁ ଯାଇ ଜଣେ ଧୀବରଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଆହତ ହୋଇଥିବା ଜଣାଯାଇଛି । ସୂଚନା ଅନୁଯାୟୀ, କରଞ୍ଜମାଳ ପଂଚାୟତ ଅଧିନସ୍ଥ ଧାନକୁଟା ଗ୍ରାମର ଲକ୍ଷ୍ମୀଧର ଦାସ(୫୨) ଏବଂ ପ୍ରଶାନ୍ତ ଦାସ(୩୮) ୨ଜଣ ନିକଟସ୍ଥ ସମୁଦ୍ରକୁ ମାଛ ଧରିବା ପାଇଁ ଯାଇଥିଲେ । ସେ ନିକଟସ୍ଥ ବଙ୍ଗୋପସାଗର କୂଳଠାରୁ କିଛି ଦୂରରେ ବେଢ଼ ଜାଲ ମାରିଥିଲେ । ସମୁଦ୍ର ଅଶାନ୍ତ ଥିବା ସମୟରେ ଏହି ୨ଜଣ ଜାଲ ଉଠାଇବାକୁ ଯାଇଥିବା ବେଳେ ଅଚାନକ ସମୁଦ୍ରରେ ଉଚ୍ଚା ଢେଉ ଆସିବା ଫଳରେ ଲକ୍ଷ୍ମୀଧର ଦାସ ସମୁଦ୍ରରେ ଭାସି ଯାଇଥିଲେ । ଲକ୍ଷ୍ମୀଧର ଭାସି ଯାଉଥିବା ଦେଖି ପ୍ରଶାନ୍ତ ତତକ୍ଷଣାତ ଏକ ଦଉଡି ଫିଙ୍ଗି ଦେଇ ସେହି ଦଉଡିକୁ ଧରିବାକୁ କହିଥିଲେ ।

ମାତ୍ର ସମୁଦ୍ରର ଅଶାନ୍ତ ଢେଉରେ ଲକ୍ଷ୍ମୀଧର ଭାସି ଯାଇଥିଲେ ।ପ୍ରଶାନ୍ତ ଦାସ ଆସି ଏହି ଦୁଃଖଦ ଖବର ନିଜ ଗାଁରେ ଦେବାପରେ ତତକ୍ଷଣାତ ଗ୍ରାମବାସୀ ଧାମରା ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଧାମରା ଅଗ୍ନିଶମ ବାହିନୀ ସେହି ସ୍ଥାନକୁ ଯାଇ ସମୁଦ୍ରର ଅଶାନ୍ତ ପରିସ୍ଥିତିକୁ ଦେଖି ସମୁଦ୍ର ମଧ୍ୟକୁ ନଯାଇ ଫେରି ଆସିଥିଲେ । ପରେ କରଞ୍ଜମାଳ ପଂଚାୟତବାସୀ ସେହି ସ୍ଥାନକୁ ଯାଇ ପାଣି ଛାଡିବା ପରେ ଲକ୍ଷ୍ମୀଧରଙ୍କ ମୃତଦେହକୁ ଦେଖିବାକୁ ପାଇଥିଲେ ଓ ବଇଁଚା ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ ।

ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ସହ ଶବ ବ୍ୟବଚ୍ଛେଦ କରିବା ପାଇଁ ଭଦ୍ରକ ଜିଲ୍ଲା ମେଡିକାଲକୁ ପଠାଇଥିବା ଜଣାଯାଇଛି । ଅପରପକ୍ଷେ ପାଣିରେ ବୁଡି ଶ୍ୱାସ ରୁଦ୍ଧ ହୋଇଥିବା ପ୍ରଶାନ୍ତଙ୍କୁ ଚିକିତ୍ସା କରିବା ପାଇଁ ବଇଁଚା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ପାଣିରେ ବୁଡି ନିଖୋଜ ହୋଇଥିବା ଜଣେ ଲୋକଙ୍କୁ ଖୋଜିବା ପାଇଁ ଯାଇ କେଉଁ ପରିସ୍ଥିତିରେ ଧାମରା ଅଗ୍ନିଶମ ବାହିନୀ ସେହି ସ୍ଥାନକୁ ଯାଇ ମୃତକଙ୍କୁ ଖୋଜାଖୋଜି ନ କରି ଫେରି ଆସିଲେ ତା’ର ବିଦ୍ଧିବଦ୍ଧ ତଦନ୍ତ ଦାବୀ କରିଛନ୍ତି ଅଂଚଳବାସୀ । ଏ ନେଇ ବାଂଶଡା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking