28.1 C
Bhubaneswar
Sunday, October 6, 2024
Homeଓଡିଶାବିଦ୍ୟାଳୟର ସମସ୍ୟାକୁ ଦୂର କରିବା ପାଇଁ ବିଧାୟକ ଏବଂ ସାଂସଦଙ୍କ ନିଆରା ପ୍ରୟାସ

ବିଦ୍ୟାଳୟର ସମସ୍ୟାକୁ ଦୂର କରିବା ପାଇଁ ବିଧାୟକ ଏବଂ ସାଂସଦଙ୍କ ନିଆରା ପ୍ରୟାସ

କନ୍ଧମାଳ : କନ୍ଧମାଳ ଜିଲା ତୂମୁଡିବନ୍ଧ ଆଦର୍ଶ ବିଦ୍ୟାଳୟରେ ଶିକ୍ଷକ ସମସ୍ୟା ଦୂରକରିବା ପାଇଁ ଆଜି ଗଣଶିକ୍ଷା ବିଭାଗ ନିର୍ଦେଶକ ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ଅବଗତ କରାଇଲେ ବାଲିଗୁଡା ବିଧାୟକ ଚକ୍ରମଣି କଂହର ଏବଂ ତୂମୁଡିବନ୍ଧ ସାଂସଦ ପ୍ରତିନିଧି ପ୍ରମୋଦ କୁମାର ସାହୁ । ତୂମୁଡିବନ୍ଧ ଆଦର୍ଶ ବିଦ୍ୟାଳୟ ଉପରେ ୧୧ଟି ପଞ୍ଚାୟତର ଶହ ଶହ ଲୋକ ନିର୍ଭର କରନ୍ତି । ଆଦର୍ଶ ବିଦ୍ୟାଳୟରେ ନିଜ ଛୁଆକୁ ପାଠ ପଢ଼ାଇବେ ଏବଂ ଭଲ ମଣିଷ କରାଇବେ । ଏହି ସ୍ୱପ୍ନ ଦେଖି ଅଭିଭବାକମାନେ ବହୁ ଆଶା ରଖିଥିଲେ । ଏଭଳି ସ୍ଥିତିରେ ବିଦ୍ୟାଳୟକୁ ଆବଶ୍ୟକ ୨୦ ଶିକ୍ଷକ କିନ୍ତୁ ରହିଛନ୍ତି ୧୧ ଶିକ୍ଷକ । ଏଭଳି କ୍ଷେତ୍ରରେ ଶିକ୍ଷାଦାନରେ ଛାତ୍ର ଛାତ୍ରୀ ନାନା ଅସୁବିଧା ରେ ସମ୍ମୁଖୀନ ହେଉଛନ୍ତି ।

ଏସବୁ ସମସ୍ୟାର ସମାଧାନ ପାଇଁ ଅଂଚଳ ବାସୀ ତୂମୁଡିବନ୍ଧ ବ୍ଲକ ସାଂସଦ ପ୍ରତିନିଧି ପ୍ରମୋଦ କୁମାର ସାହୁ ଙ୍କୁ ଗୁହାରି କରିଥିଲେ । ଶ୍ରୀ ସାହୁ ଅଂଚଳ ବାସୀଙ୍କ ଦାବିକୁ ବାଲିଗୁଡା ବିଧାୟକ ଚକ୍ରମଣି କଂହରଙ୍କୁ ଜଣାଇଥିଲେ । ତେବେ ଆଜି ବାଲିଗୁଡା ବିଧାୟକ ଚକ୍ରମଣି କଂହର ଏବଂ ସାଂସଦ ପ୍ରତିନିଧି ପ୍ରମୋଦ କୁମାର ସାହୁ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶକ ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ଭେଟି ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ । ଆଉ ଯଥା ଶୀଘ୍ର ଏହାର ସମାଧାନ ପାଇଁ ଚେଷ୍ଟା ଜାରି ରଖିଛନ୍ତି । ବିଦ୍ୟାଳୟର ସମସ୍ୟାକୁ ଦୂର କରିବା ପାଇଁ ବିଧାୟକ ଏବଂ ସାଂସଦ ପ୍ରତିନିଧି ପ୍ରମୋଦ କୁମାର ସାହୁଙ୍କ ଏଭଳି ଉଦ୍ୟମକୁ ଅଂଚଳ ବାସୀଙ୍କ ତରଫରୁ ତୂମୁଡିବନ୍ଧ ପଞ୍ଚାୟତ ସଭାପତି ଜିସାୟ ମଣ୍ଡଳ, ଗଙ୍ଗା ମିଶ୍ର , ରବି ପାଢ଼ୀ , ବରିଷ୍ଠଶିକ୍ଷକ ଉମେଶ ଚନ୍ଦ୍ର ଦଣ୍ଡସେନା,ଝୁନା ପରିଡା, ବଙ୍ଗାଳି ବଡ଼ସେଥ, ମୟନ୍ତି ପାଟମାଝୀ ସାଧୁବାଦ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking