ୱାସିଂଟନ : ପୁଣିଥରେ ନାସାର ମିଶନ ମୁନ୍।୫୦ ବର୍ଷ ତଳର ଇତିହାସ ପୁଣି ଦୋହରାଇବ ନାସା । ଚନ୍ଦ୍ର ପୃଷ୍ଠରେ ପୁଣି ଥରେ ପାଦ ରଖିବ ମଣିଷ । ବହୁତ ଲମ୍ବା ବ୍ୟବଧାନ ପରେ ନାସା ଶକ୍ତିଶାଳୀ ରକେଟ୍ ଲଞ୍ଚ କରିବ । ନାସାର ସ୍ୱତନ୍ତ୍ର ମିଶନ ଆର୍ଟେମିସ୍ ସୋମବାର ଚନ୍ଦ୍ର ଅଭିମୁଖେ ଯାତ୍ରା କରିବ । ୫୦ ବର୍ଷ ପରେ ନାସାର ନୂଆ ମୁନ୍ ରକେଟ୍ ହେବ ପରୀକ୍ଷଣ । ଚନ୍ଦ୍ର କକ୍ଷ ପଥରେ ଦୀର୍ଘ ସମୟ ପର୍ୟ୍ୟନ୍ତ ରହିବ ଆଉ ତା ପରେ ଫେରିଆସିବ । ୧୯୭୨ ପରେ ପ୍ରଥମଥର ଏହି ଆର୍ଟେମିସ୍-୧ ମଣିଷକୁ ଚନ୍ଦ୍ର ପୃଷ୍ଠକୁ ନେଇଯିବ । ଏହି ସ୍ୱତନ୍ତ୍ର ମିଶନକୁ ଆପୋଲୋ ଅନୁସାରେ ଆର୍ଟେମିସ୍ ରଖାଯାଇଛି ।
‘ଆପୋଲୋ’ ଅଭିଯାନ ବନ୍ଦ ହେବାର ପ୍ରାୟ ୫୦ ବର୍ଷ ପରେ ଆମେରିକାରର ‘ନାସା’ ପୁଣି ଚନ୍ଦ୍ରକୁ ମହାକାଶଚାରୀ ପଠାଇବା ପାଇଁ ଉଦ୍ୟମ କରୁଛି। ସେଥିପାଇଁ ଆଜି ‘ନାସା’ କେପ୍ କାନେଭେରାଲ୍ରୁ ପ୍ରଥମ କରି ଚନ୍ଦ୍ରକୁ ବିଶ୍ବର ସବୁଠୁ ଶକ୍ତିଶାଳୀ ରକେଟ୍ ‘ଆଟେମିଜ୍-୧’ର ସର୍ବ ପ୍ରଥମ ଅଭିଯାନ ଆରମ୍ଭ କରିବ। ଆଜି ସନ୍ଧ୍ୟା ୬ଟା ବେଳେ କେନେଡି ଲଞ୍ଚ୍ ପ୍ୟାଡ୍ ୩୯ବିରୁ ଉପରୋକ୍ତ ରକେଟ୍ ଉତ୍କ୍ଷେପଣ କରାଯିବ। ଏହି ରକେଟ୍ ୪୨ ଦିନ ମଧ୍ୟରେ ଚନ୍ଦ୍ରକୁ ଯାଇ ପୁଣି ପୃଥିବୀକୁ ଫେରିଆସିବ।
ଆପୋଲୋ ମିଶନ ହେଉଛି ପ୍ରଥମ ମାହାକାଶଯାନ ଯାହା ଚନ୍ଦ୍ର ପୃଷ୍ଠରେ ପହଞ୍ଚିଥିଲା । ଆଉ ଏବେ ଆର୍ଟେମିସ୍ ୧୯୭୨ ପରେ ମଣିଷକୁ ଚନ୍ଦ୍ର ପୃଷ୍ଠକୁ ନେବାକୁ ପ୍ରସ୍ତୁତ ହୋଇଛି । ଅଗଷ୍ଟ ୨୯ ସୋମବାର କେନେଡି ସ୍ପେସ୍ ସେଣ୍ଟରରୁ ଯାତ୍ରା ଆରମ୍ଭ ହେବ । ନାସା ଆମେରିକାର ଫ୍ଲୋରିଡ଼ାସ୍ଥିତ କେନେଡି ସ୍ପେସ୍ ସେଣ୍ଟରରୁ ଏହି ଆର୍ଟେମିସ୍ ଲଞ୍ଚ କରିବ । ଯାହା ଉପରେ ଏବେ ସାରା ବିଶ୍ୱର ନଜର ରହିଛି । ଏହି ପରୀକ୍ଷଣ ଯଦି କିଛି ବିଫଳ ହୁଏ । ଏହାକୁ କମ୍ କରାଯାଇପାରେ ବୋଲି ନାସା ଅଧିକାରୀ ମାନେ ସତର୍କତା ଜାରି କରିଛନ୍ତି । ଏହି ଆର୍ଟେମିସ୍ ୨୦୨୪ରେ ଏକ ପୁର୍ଣ୍ଣଚନ୍ଦ୍ର ମିଶନରେ ଯିବେ । ଆମେରିକାର ସ୍ପେସ୍ ଏଜେନ୍ସି ନାସା ଚନ୍ଦ୍ରର ଦକ୍ଷିଣପୋଲାର ଅଞ୍ଚଳରେ ୧୩ଟି ଅବତରଣ କ୍ଷେତ୍ର ଚିହ୍ନଟ କରିଛି ।
ଆର୍ଟେମିସ୍ ମିଶନରେ ଅବତରଣ ପାଇଁ ଏଥିମଧ୍ୟରୁ ଗୋଟିଏ ଚୟନ କରାଯିବ । ଆଉ ୨୦୨୪ରେ ଏହି ଆର୍ଟେମିସ୍ ଚନ୍ଦ୍ରକୁ ଯିବ । ଏହି ଟ୍ରାଏଲ ରନ୍ ଉପରେ ଅନେକ କିଛି ନିର୍ଭର କରୁଛି । ଚନ୍ଦ୍ର, ମଙ୍ଗଳ ଓ ଏହାର ପରବର୍ତ୍ତୀ ଅନୁସନ୍ଧାନର ଏକ ସ୍ଥାୟୀ କାର୍ୟ୍ୟକ୍ରମରେ ଏହା ପଦକ୍ଷେପ ହୋଇଥିବା ବେଳେ ଏହି ଏକକ ମିଶନର ମୂଲ୍ୟ ୪ ବିଲିୟନ ଡଲାରରୁ ଅଧିକ ରହିଛି । ସେହିଭଳି ଆରମ୍ଭରୁୂ ୨୦୨୫ ଚନ୍ଦ୍ର ଅବତରଣ ପର୍ୟ୍ୟନ୍ତ ଆହୁରି ଅଧିକ ୯୩ବିଲିୟନ୍ ଡଲାର ଖର୍ଚ୍ଚ ହୋବର ଅନୁମାନ କରାଯାଉଛି । ଚନ୍ଦ୍ରପୃଷ୍ଠକୁ ମଣିଷ ପଠାଇବା ପୂର୍ବରୁ ଏହି ପରୀକ୍ଷଣ କରଯାଉଛି । ଏଥିରେ କୌଣସି କ୍ରୁ’ ମେମ୍ବରଙ୍କୁ ରଖାଯାଇନି । ମଣିଷ ବଦଳରେ ପରୀକ୍ଷଣରେ ସ୍ନୁପି ସଫ୍ଟ ଟୟ ରଖାଯାଇଛି । ଯାହାକି ସେଠାରେ ଥିବା ରେଡିଏସନ ଲେବୁଲ ମୂଲ୍ୟାଙ୍କନ କରିବାରେ ସହାୟକ ହୋଇପାରିବ । ଚନ୍ଦ୍ର ଚାରିପାଖରେ ଏହା ପ୍ରାୟ ୪୨ ଦିନର ଯାତ୍ରା କରିବ ।
The #Artemis I @NASA_SLS and @NASA_Orion are seen at Launch Pad 39B the day before launch. The launch window opens at 8:33 a.m. ET Aug. 29. More 📷: https://t.co/RgnwqO6B7J pic.twitter.com/UJngavEI69
— NASA HQ PHOTO (@nasahqphoto) August 28, 2022