ସୋରୋ : ବାଲେଶ୍ଵର ଜିଲ୍ଲା ଖନ୍ତାପଡ଼ା ଥାନା ମୌଉଛଣ ଗ୍ରାମରେ ସରକାରୀ ମଦ ଦୋକାନକୁ ଜାଳିଦେଲେ ଦୁର୍ବୃତ୍ତ। ମଦ ଦୋକାନ ମାଲିକଙ୍କ ଏକ ୪ ଚକିଆ ଯାନକୁ ମଧ୍ୟ ଦୁର୍ବୃତ୍ତମାନେ ନିଆଁ ଲଗାଇଦେଇଛନ୍ତି। ଏହି ଘଟଣାରେ ଖନ୍ତାପଡ଼ା ପୋଲିସ ୭ ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି।
ସୂଚନାନୁଯାୟୀ, ମୌଉଛଣ ଗ୍ରାମରେ ସରକାରୀ ମଦ ଦୋକାନ ଖୋଲା ଯାଇଥିବା ବେଳେ ସ୍ଥାନୀୟ ଲୋକେ ଏହାକୁ ବିରୋଧ କରିଥିଲେ। ଏନେଇ ମଦ ଦୋକାନ ମାଲିକ କୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ। ଯାହାକୁ ନେଇ ଗତ କିଛି ଦିନ ହେବ ସ୍ଥାନୀୟ ଅଞ୍ଚଳେ ଉତ୍ତେଜନା ଲାଗି ରହିଥିଲା। ତେବେ ଗତକାଲି କେହି ଦୁର୍ବୃତ୍ତ ମଦ ଦୋକାନରେ ନିଆଁ ଲଗାଇ ଦେଇଛନ୍ତି। ଏହି ଘଟଣାରେ ପୋଲିସ ୭ ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି।