28.1 C
Bhubaneswar
Friday, December 27, 2024
Homeଓଡିଶାସେପ୍ଟେମ୍ବର ୧୨ ଯାଏ +୨ ରିଚେକିଂ ଆବେଦନ

ସେପ୍ଟେମ୍ବର ୧୨ ଯାଏ +୨ ରିଚେକିଂ ଆବେଦନ

ଭୁବନେଶ୍ୱର : +୨ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକରେ ପାସ୍‌ କରିଥିବା ଛାତ୍ରଛାତ୍ରୀ ଆସନ୍ତା ସେପ୍ଟେମ୍ବର ୧୨ ତାରିଖ ଭିତରେ ରିଚେକିଂ ବା ରିଆଡିସନ୍‌ ପାଇଁ ଆବେଦନ କରିପାରିବେ । ଇ-ମୂଲ୍ୟାୟନରେ ଦେଖାଯାଇଥିବା ଉତ୍ତରଖାତାକୁ ଛାତ୍ରଛାତ୍ରୀମାନେ ଡାଉନ୍‌ଲୋଡ୍‌ କଲା ପରେ କୌଣସି ତ୍ରୁଟି ଦେଖିଲେ ଆସନ୍ତା ସେପ୍ଟେମ୍ବର ୨୮ ତାରିଖ ସୁଦ୍ଧା ଅଭିଯୋଗ କରିପାରିବେ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି ।

ଇ-ମୂଲ୍ୟାୟନ ଖାତାଗୁଡ଼ିକର ଲିଙ୍କ୍‌ ଛାତ୍ରଛାତ୍ରୀଙ୍କ ମୋବାଇଲ୍‌କୁ ସେପ୍ଟେମ୍ବର ୮ରୁ ୧୯ ତାରିଖ ପର୍ଯ୍ୟନ୍ତ ଦିଆଯିବ । ଏହି ସମୟ ଭିତରେ ସେମାନେ ନିଜ ଖାତାକୁ ଦେଖିବା ସହ ମଲ୍ୟୂାୟନରେ ତ୍ରୁଟି ଖୋଜିପାରିବେ । ଯେଉଁ ଛାତ୍ରଛାତ୍ରୀମାନେ ଏହି ଲିଙ୍କ୍‌ ପାଇନଥିବେ ସେମାନେ ସେପ୍ଟେମ୍ବର ୨୪ ତାରିଖ ଭିତରେ ପରିଷଦକୁ ଇ-ମେଲ୍‌ ମାଧ୍ୟମରେ ଜଣାଇବେ । ଅନ୍ୟପକ୍ଷରେ ପରିଷଦ ପକ୍ଷରୁ ବନ୍ୟା ପାଇଁ ଯୁକ୍ତ ଦୁଇ ଇନ୍‌ଷ୍ଟାଣ୍ଟ ପରୀକ୍ଷା ଲାଗି ଆବେଦନ ସମୟକୁ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ବଢ଼ାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking