29.1 C
Bhubaneswar
Saturday, October 5, 2024
Homeଓଡିଶାମୟୁରଭଞ୍ଜଚୋରି ହାଇୱା ଉଦ୍ଧାର ସନ୍ଦେହରେ ୨ଅଟକ

ଚୋରି ହାଇୱା ଉଦ୍ଧାର ସନ୍ଦେହରେ ୨ଅଟକ

ମୟୁରଭଂଜ : ହାଇୱା ଚୋରି ଘଟଣାକୁନେଇ ଚର୍ଚ୍ଚାରେ ପୋଲିସ। ଚୋରି ହାଇୱାଟି ଆଜି ସକାଳ ଆଠଟା ସମୟରେ ମୟୁରଭଂଜ ଜିଲ୍ଲା ରରୁଆଁ ଥାନା ଅନ୍ତର୍ଗତ ଅଙ୍ଗାରପଦା ଗ୍ରାମ ନିକଟରୁ ପୋଲିସ ଜବତ କରିଛି ଏବଂ ଚୋରି ଅଭିଯୋରେ ଦୁଇ ଜଣକୁ ଅଟକ ରଖି ପଚରାଉଚରା କରୁଛି ରରୁଆଁ ଥାନା ପୋଲିସ। ସୂଚନା ଅନୁସାରେ ଗତକାଲି ରାତିରେ ଚୋରି ହୋଇଥିବା ହାଇୱକ୍ଷ ଆଜି ଧରାପଡ଼ିଲା। କିନ୍ତୁ ଚୋରି କାହାଣୀରୁ ପରଦା ହଟିଲାନି । ଯାହାକୁନେଇ ସନ୍ଦେହ ଘେରରେ ରହି ଚର୍ଚ୍ଚାରେ ପୋଲିସ ରହିଥିବା ଦେଖିବାକୁ ମିଳିଛି। ତେବେ ହାଇୱକ୍ଷ କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ବାମେବାରୀ ଥାନା ଅଞ୍ଚଳରୁ ଚୋରି ହୋଇଥିବାନେଇ ବାମେବାରି ଥାନାରେ ଅଭିଯୋଗ ହୋଇଥିବା ସୂଚନା ମିଳିଛି । ତେବେ ରରୁଆଁ ଥାନା ପୋଲିସ ହାଇୱା ଜବତ କରି ସଂପୃକ୍ତ ଦୁଇଜଣଙ୍କୁ ଅଟକ ରଖି କେନ୍ଦୁଝର ଜିଲ୍ଲା ବାମେବକ୍ଷରୀ ପୋଲିସକୁ ଖବର ଦେଇଥିଲା। ବାମେବାରି ପୋଲିସ ରରୁଆଁ ଥାନା ଆସିଲା କଥାକଥିତ ଅଭିଯୁକ୍ତଙ୍କୁ ନେଲା , ଜବତ ହାଇୱାକୁ ବି ନେଲା କିନ୍ତୁ ଚୋରି ପଛର ପରଦା ହଟିଲାନି ବରଂ ଗୁପ୍ତ କରି ରଖି ରହସ୍ୟକୁ ପେଡିରେ ବନ୍ଦ କରିରଖିବା ପଛରେ କେଉଁ ମହତ ଉଦ୍ଦେଶ୍ୟ ରଖିଛି ପୋଲିସ ବୋଲି ପ୍ରଶ୍ନ ଉଠୁଛି। ପ୍ରକୃତରେ ହାଇୱାଟିକୁ ଚୋର କାହିଁକି ଏବଂ କେଉଁ ଉଦ୍ଦେଶ୍ୟ ରଖି ଚୋରି କରିଥିଲା ତାହା ତଦନ୍ତ ସାପେକ୍ଷ । ମାତ୍ର ଘଟଣା ଉପରୁ ପରଦା ହଟାଇବା ବଦଳରେ କାହା ଇଙ୍ଗିତରେ ଚପାଇବାକୁ ଆଗ୍ରହୀ ହୋଇ ସମାଲୋଚିତ ହେଉଛି ବୋଲି ଚାପା ଗୁଞ୍ଜରଣ ହେଉଛି।ସେହିପରି ଚୋରମାନେ ସଂପୃକ୍ତ କମ୍ପାନୀର କର୍ମଚାରୀ ନା ପ୍ରକୃତ ଚୋର କିମ୍ୱା କମ୍ପାନୀରେ ସେମାନେ ଚାକିରୀ କରୁଥିଲେ ଥିଲେ ଆଉ ତାଙ୍କର ଦରମା ବାବଦକୁ କିଛି ବକେୟା ଅଛି କି ? ଏସବୁ ପରଦା ପଛରେ ଥିବା ବେଳେ ରରୁଆଁ ଥାନା ଅଞ୍ଚଳର କିଛି ମଧ୍ୟସ୍ଥିଙ୍କୁ ସାଥିରେ ଧରି ରରୁଆଁ ଥାନାରେ ପହଞ୍ଚିଥିଲା ବାମେବାରି ପୋଲିସ ଦୁଇ ଜଣ ଅଭିଯୁକ୍ତକୁ ନେଲେ ହାଇୱକ୍ଷକୁବି ନେଲେ କିନ୍ତୁ ଘଟଣାର ରହସ୍ୟ ଲୋକଲୋଚନକୁ ଆଣିବା ବଦଳରେ ପରଦା ପଛରେ କାହିଁକି ରଖିଲେ ତାକୁନେଇ ସବୁ ମହଲରେ ଚର୍ଚ୍ଚା ହେଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking