28.1 C
Bhubaneswar
Sunday, September 29, 2024
Homeଖେଳୱାର୍‌ୱିକ୍‌ଶାୟାର୍ ପକ୍ଷରୁ ଖେଳିବେ ସିରାଜ୍‌

ୱାର୍‌ୱିକ୍‌ଶାୟାର୍ ପକ୍ଷରୁ ଖେଳିବେ ସିରାଜ୍‌

ଲଣ୍ଡନ: ଭାରତୀୟ ଫାଷ୍ଟ୍ ବୋଲର୍ ମହମ୍ମଦ ସିରାଜ୍ ଚଳିତ କାଉଣ୍ଟ ସିଜନ୍‌ର ଅନ୍ତିମ ଭାଗରେ ୱାର୍‌ୱିକ୍‌ଶାୟାର୍ ପକ୍ଷରୁ ଖେଳିବେ । ଏଥିପାଇଁ ତାଙ୍କ ସହିତ ଚୁକ୍ତି ସମ୍ପନ୍ନ ହୋଇଥିବା କ୍ଲବ୍ ପକ୍ଷରୁ ଗୁରୁବାର ଘୋଷଣା କରାଯାଇଛି । ସିରାଜ୍ ଏବେ ଦିନିକିଆ ସିରିଜ୍ ଖେଳିବା ପାଇଁ ଜିମ୍ବାୱେ ଗସ୍ତରେ ଅଛନ୍ତି । ଏହି ସିରିଜ୍ ଅଗଷ୍ଟ ୨୨ରେ ଶେଷହେବା ପରେ ସେ କାଉଣ୍ଟି ଟିମ୍‌ରେ ଯୋଗଦେବେ । ୱାର୍‌ୱିକ୍‌ଶାୟାରର ପରବର୍ତ୍ତୀ ମ୍ୟାଚ୍ ସେପ୍ଟେମ୍ବର ୧୨ରେ ଏଜ୍‌ବାଷ୍ଟନ୍‌ରେ ସମରସେଟ୍ ବିପକ୍ଷରେ ଅଛି । ଇଂଲଣ୍ଡ ଡୋମେଷ୍ଟିକ୍ ସିଜନ୍‌ରେ ସାମିଲ ହେବାରେ ସିରାଜ୍ ଷଷ୍ଠ ଭାରତୀୟ ।

ସସେକ୍ସ ପକ୍ଷରୁ ଖେଳୁଥିବା ଭେଟେରାନ୍ ବ୍ୟାଟ୍ସମ୍ୟାନ୍ ଚଳିତ ସିଜନ୍‌ରେ ଚମତ୍କାର ଫର୍ମରେ ରହିଥିବା ବେଳେ ଉମେଶ ଯାଦବ ଏବଂ ନବଦୀପ ସାଇନି ଯଥାକ୍ରମେ ମିଡିଲ୍‌ସେକ୍ସ ଏବଂ କେଣ୍ଟ୍ ପକ୍ଷରୁ ପ୍ରତିନିଧିତ୍ୱ କରୁଛନ୍ତି । ଲାଙ୍କଶାୟାର୍‌କୁ ପ୍ରତିନିଧିତ୍ୱ କରୁଥିବା ୱାଶିଂଟନ୍ ସୁନ୍ଦର ରୟାଲ୍ ଲଣ୍ଡନ ଦିନିକିଆ କପ୍ ମ୍ୟାଚ୍‌ବେଳେ ଆହତ ହୋଇଥିଲେ । ଫଳରେ ଜିମ୍ବାୱେ ସିରିଜ୍‌ରୁ ତାଙ୍କୁ ବାଦ୍ ଦିଆଯାଇଥିଲା । କୃଣାଳ ପାଣ୍ଡ୍ୟା ୱାର୍‌ୱିକ୍‌ଶାୟାର୍ ଦିନିକିଆ ସ୍କ୍ୱାଡ୍‌ରେ ସାମିଲ ହୋଇଥିବା ବେଳେ ଚଳିତ ସିଜନ୍‌ରେ ସିରାଜ୍ କ୍ଲବ୍‌କୁ ପ୍ରତିନିଧିତ୍ୱ କରିବାରେ ଦ୍ୱିତୀୟ ଭାରତୀୟ ଖେଳାଳି ହେବେ ।

୫୨ ପ୍ରାଥମଶ୍ରେଣୀ ମ୍ୟାଚ୍ ଖେଳିଥିବା ୨୮ ବର୍ଷୀୟ ସିରାଜ୍ ମୋଟ ୧୯୪ ୱିକେଟ୍ ଅକ୍ତିଆର କରିଛନ୍ତି । ଏହା ମଧ୍ୟରେ ପାଞ୍ଚଟି ପାଞ୍ଚ ୱିକେଟ୍ ଏବଂ ଦୁଇଟି ୧୦ ୱିକେଟ୍ ସଫଳତା ସାମିଲ । ଶେଷଥର ପାଇଁ ସେ ବର୍ମିଂହାମ୍‌ରେ ସ୍ଥଗିତ ଥିବା ଇଂଲଣ୍ଡ ବିପକ୍ଷ ପଞ୍ଚମ ଟେଷ୍ଟ ମ୍ୟାଚ୍ ଖେଳିଥିଲେ । ଏହି ମ୍ୟାଚ୍‌କୁ ଇଂଲଣ୍ଡ ୭ ୱିକେଟ୍‌ରେ ଜିତି ସିରିଜ୍ ୨-୨ରେ ଡ୍ର’ ରଖିଥିଲା । ପ୍ରଥମ ଇନିଂସ୍‌ରେ ସିରାଜ୍ ୪ଟି ୱିକେଟ୍ ହାସଲ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking