ନୂଆଦିଲ୍ଲୀ : ଦେଶରେ ପୁଣିଥରେ ବଢ଼ିବାରେ ଲାଗିଛି କରୋନା ମାମଲା । ମହାରାଷ୍ଟ୍ର ସମେତ ଅନ୍ୟ ରାଜ୍ୟରେ କରୋନା କେସ୍ ବଢ଼ୁଥିବା ଦେଖାଯାଇଛି । କରୋନାର ଏହି ବର୍ଦ୍ଧିତ କେସ୍କୁ ଦେଖି କେତେକ ସହରରେ ପୁଣିଥରେ ମାସ୍କକୁ ବାଧ୍ୟତାମୂଳକ କରାଯାଇଛି । କରୋନା କେସ୍ ବଢ଼ୁଥିବା ଦେଖି ବିମାନ ଉଡ଼ାଣର ମହାନିର୍ଦ୍ଦେଶାଳୟ ଡିଜିସିଏ ମଧ୍ୟ ସମସ୍ତ ଏୟାରଲାଇନ୍ସକୁ ମାସ୍କ ପିନ୍ଧିବା ନେଇ ନିୟମକୁ କଡ଼ାକଡ଼ି ପରିବାକୁ ନିର୍ଦ୍ଦେଶ ଦେଇଛି । ଡିଜିସିଏ ପକ୍ଷରୁ କୁହାଯାଇଛି ଯେ କୋଭିଡ୍-୧୯କେସ୍କୁ ବଢ଼ୁଥିବାର ଦେଖି ସମସ୍ତ ଯାତ୍ରୀ ଯେମିତି ମାସ୍କ ପିନ୍ଧିବେ ତାହାକୁ ସୁନିଶ୍ଚିତ କରାଇବାକୁ ଏୟାରଲାଇନ୍ସ କମ୍ପାନୀକୁ ନିର୍ଦ୍ଦେଶ ଦିଆଯାଇଛି । ଯାତ୍ରୀମାନେ ସଠିକ୍ ଢଙ୍ଗରେ ମାସ୍କ ପିନ୍ଧିବାକୁ ଅନିବାର୍ଯ୍ୟ କରାଯାଉ । ଏଥିସହ ପ୍ଲାଟଫର୍ମ ଓ ସମସ୍ତ ସାର୍ବଜନିନ ସ୍ଥାନ, ଯେଉଁଠାରେ ଯାତ୍ରୀମାନେ ଯାତାୟାତ କରୁଛନ୍ତି, ସେହି ସ୍ଥାନକୁ ସାନିଟାଇଜ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।