22.1 C
Bhubaneswar
Sunday, November 17, 2024
Homeଦେଶ ବିଦେଶସମୀର ୱାଙ୍ଖଡେଙ୍କୁ ଆଶ୍ବସ୍ତି, ମିଳିଲା କ୍ଲିନଚିଟ୍‌

ସମୀର ୱାଙ୍ଖଡେଙ୍କୁ ଆଶ୍ବସ୍ତି, ମିଳିଲା କ୍ଲିନଚିଟ୍‌

ମୁମ୍ବାଇ: ଏନ୍‌ସିବିର ପୂର୍ବତନ ଜୋନାଲ ଅଫିସର ସମୀର ୱାଙ୍ଖଡେଙ୍କୁ ଆଶ୍ବସ୍ତି । ସମୀରଙ୍କୁ ଜାତିଭିତ୍ତିକ ସାର୍ଟିଫିକେଟ ମାମଲାରେ ମିଳିଲା କ୍ଲିନଚିଟ୍‌ । ସରକାରୀ ଚାକିରି କରିବା ଲାଗି ୱାଙ୍ଖଡେ ମିଥ୍ୟା ଜାତିଭିତ୍ତିକ ସାର୍ଟିଫିକେଟ ତିଆରି କରିଥିବା ଅଭିଯୋଗ ଆଣିଥିଲେ ମହାରାଷ୍ଟ୍ର ମନ୍ତ୍ରୀ ନୱାବ ମଲ୍ଲିକ । ମଲ୍ଲିକ ଅଭିଯୋଗ ଆଣିଥିଲେ ଯେ, “ୱାଙ୍ଖଡେ ହେଉଛନ୍ତି ଜଣେ ମୁସଲିମ । ମାତ୍ର ସରକାରୀ ଚାକିରି ଲାଗି ସେ ମିଥ୍ୟା ଜାତିଭିତ୍ତିକ ସାର୍ଟିଫିକେଟ ତିଆରି କରିଥିଲେ । ସଂରକ୍ଷିତ ବର୍ଗରେ ତାଙ୍କୁ ଚାକିରି ମିଳିଛି ।” ନୱାବଙ୍କ ଏହି ଅଭିଯୋଗ ପରେ ତଦନ୍ତ ଆରମ୍ଭ ହୋଇଥିଲା । ମାତ୍ର କାଷ୍ଟ କମିଟି ତାଙ୍କୁ ଆଜି କ୍ଲିନଚିଟ୍‌ ଦେଇଛି ।

ସେ ଜନ୍ମରୁ ମୁସଲିମ ନଥିଲେ ବୋଲି କହିଛି କମିଟି । କମିଟି କହିଛି, “ୱାଙ୍ଖଡେ ଓ ତାଙ୍କ ପିତା ଜନ୍ମରୁ ମୁସଲିମ ଥିଲେ ବୋଲି ଏହା ପ୍ରମାଣିତ ହୋଇନାହିଁ । ମାତ୍ର ଏହା ପ୍ରମାଣିତ ହୋଇଛି ଯେ ସେମାନେ ମହାର- ୩୭ ଜାତି ମଧ୍ୟରେ ଅନ୍ତର୍ଭୁକ୍ତ ।”ତେବେ ସୂଚନା ଥାଉ କି ଏହି ଅଭିଯୋଗ ପରେ ସମୀର ୱାଙ୍ଖଡେ ଗତବର୍ଷ ନଭେମ୍ବରରେ ଦିଲ୍ଲୀରେ ଥିବା ନାସନାଲ ସବମିଶନ ଫର୍‌ ସେଡ୍ୟୁଲ୍ଡ କାଷ୍ଟକୁ ଯାଇଥିଲେ ଏବଂ ନିଜର ଜାତିଭିତ୍ତିକ ସାର୍ଟିଫିକେଟ ଦାଖଲ କରିଥିଲେ । ଏହି ଦସ୍ତାବିଜ ମିଥ୍ୟା ପ୍ରମାଣିତ ହୋଇଥିଲେ ସମୀରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥାନ୍ତା ବୋଲି କହିଛନ୍ତି କମିଶନର ଚେୟାରମ୍ୟାନ ବିଜୟ ସାମ୍ପଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking