କୋରାପୁଟ: କୋରାପୁଟଜିଲ୍ଲାର ଦଶମନ୍ତପୁର ବ୍ଲକ ପୋଡ଼ାଗଡ଼ ଗ୍ରାମପଞ୍ଚାୟତ ର ଦୁରିଆଗୁଡ଼ା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ବିଧବାମହିଳା ପାହାଡ଼ରେ ବାଉଁଶ ଗଜା (କୋରଡ଼ି)ସଂଗ୍ରହ କରୁଥିବା ବେଳେ ଭାଲୁ ଆକ୍ରମଣ ରେ ଶିକାର ହୋଇ।ମୃତ୍ୟୁ ବରଣ କରିଥିବା ଦେଖିବାକୁ ମିଳିଛି। ମୃତ ମହିଳା ଜଣକ ଦୁରିଆଗୁଡ଼ା ଗାଁ ର ଦଇମତି ପାଇକ(୫୩)ବୋଲି ଜଣାପଡିଛି। ଗ୍ରାମବାସୀ ଙ୍କ କହିବାନୁଯାୟୀ ଦଇମତି ଙ୍କ ସ୍ୱାମୀ ଘେନୁ ୬ବର୍ଷ ତଳେ ମୃତ୍ୟୁ ବରଣ କରିଥିଲେ ଓ ତାଙ୍କର ତିନିଟି ଝିଅ ବିବାହ କରି ଚାଲିଯିବା ପରେ ମୃତ ଦଇମତି ଘରେ ଏକୁଟିଆ ରହୁଥିଲେ ଓ କଷ୍ଟେ ମଷ୍ଟେ ଚାଲିଯାଉଥିଲେ।ଦୁର୍ଦ୍ଦିନରେ ସେ ଦିନ କଟୁଥିଲେ ସବୁଦିନ ବଳି ଗାଁ ନିକଟସ୍ଥ ପାହାଡ଼ କୁ କରଡ଼ି ଆଣିବା ପାଇଁ ଅପରାହ୍ନରେ ଯାଇ ଭାଲୁ ହାବୁଡ଼ରେ ପୋଡ଼ି ଭାଲୁ କାମୁଡ଼ାରେ ମୃତ୍ୟୁ ବରଣ କରିଥିଲେ।ଦଇମତି ଜଙ୍ଗଲ କୁ ଯାଇ ସନ୍ଧ୍ୟା ସୁଦ୍ଧା ଘରକୁ ପେରିନଥିଲେ ।
ସମ୍ପର୍କୀୟ ଲୋକେ ବହୁ ଖୋଜା ଖୋଜି କରିଥିଲେ ମଧ୍ୟ କୌଣସି ସନ୍ଧାନ ପାଇନଥିଲେ। ସକାଳୁ ଗାଁ ର ଜଣେ ବ୍ୟକ୍ତି ଜଙ୍ଗଲରେ ଦଇମତି ଙ୍କ ମୃତ ଦେହ ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ଦେଖି ସମ୍ପର୍କୀୟ ଙ୍କୁ ଜଣାଇଥିଲେ। ସମ୍ପର୍କୀୟ ମାନେ ସରପଞ୍ଚ ଖବର ଦେଇଥିବା ବେଳେ ସରପଞ୍ଚ ଙ୍କ ସ୍ୱାମୀ ଚୈତନ ଭୋଇ କୋରାପୁଟ ବନବିଭାଗ କୁ ଖବର ଦେଇଥିଲେ ।ଖବର ପାଇ ବନ ବିଭାଗର କର୍ମଚାରୀ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଥିଲେ।ମୃତ ଦେହକୁ ପାହାଡ଼ ଉପରୁ ବହି ଆଣିଥିଲେ। ଦୁଖଦାୟକ ଖବର ଶୁଣି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଗ୍ରାମବାସୀ ନିରାଶ୍ରୟ ପରିବାରଙ୍କୁ ସରକାର ସହାୟତା ଯୋଗାଇଦେବାକୁ ନିବେଦନ କରିଛନ୍ତି। ବନ ବିଭାଗର କର୍ମଚାରୀ ମହିଳାଙ୍କ ଶବ ବ୍ୟବଚ୍ଛେଦ ପାଇଁ କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ପଠାଇଥିବା ବେଳେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକ ଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି।