ନୂଆଦିଲ୍ଲୀ: ଲୋକସଭାରେ ଦରଦାମ ବୃଦ୍ଧି ଉପରେ ଚର୍ଚ୍ଚା ବେଳେ କଞ୍ଚା ବାଇଗଣ ଖାଇଲେ ଟିଏମସି ସାଂସଦ କୋକଲି ଘୋଷ। ସେ ଚର୍ଚ୍ଚା ସମୟରେ ପ୍ରଥମେ କଞ୍ଚା ବାଇଗଣ ଦେଖାଇଥିଲେ ଆଉ ତା’ପରେ ଏହାକୁ ଖାଇଥିଲେ। ଏନେଇ ସାଂସଦ କାକୋଲି ଘୋଷ କହିଛନ୍ତି, ‘ଦରଦାମ ବୃଦ୍ଧି ଉପରେ ଚର୍ଚ୍ଚା ପାଇଁ ଅନୁମତି ଦେଇଥିବାରୁ ବାଚସ୍ପତିଙ୍କୁ ଧନ୍ୟବାଦ ଜଣାଉଛି।‘ ହେଲେ ସେ କହିଛନ୍ତି ଏହା ଉପରେ ଚର୍ଚ୍ଚା ହେବା ପାଇଁ ଆହୁରି ସମୟ ଆବଶ୍ୟକ ରହିଛି। ଗୃହରେ କାକୋଲି ଘୋଷ କହିଛନ୍ତି, କ’ଣ ସରକାର ଚାହୁଁଛନ୍ତି କି ଆମେ କଞ୍ଚା ପରିବା ଖାଇବୁ ? ଏହାପରେ ସେ ଏକ ବାଇଗଣ ଦେଖାଇଥିଲେ। ତେବେ ସେ ଏହାକୁ ଦେଖାଇବାର ଅର୍ଥ ହେଉଛି ରନ୍ଧନ ଗ୍ୟାସ ମୂଲ୍ୟ ବୃଦ୍ଧି ଏତେ ହୋଇଛି ଯେ ଏହାକୁ କିଣିବା ପାଇଁ ଲୋକଙ୍କ ପାଖରେ ଟଙ୍କା ନାହିଁ। ସେ କହିଛନ୍ତି କିଛି ମାସ ଧରି ରନ୍ଧନ ଗ୍ୟାସର ମୂଲ୍ୟ ବୃଦ୍ଧି ପାଇବାରେ ଲାଗିଛି। ୬୦୦ ଟଙ୍କାରୁ ଏହା ବର୍ତ୍ତମାନ ୧,୧୦୦ ଟଙ୍କା ହୋଇଛି।