18.1 C
Bhubaneswar
Saturday, November 23, 2024
Homeଦେଶ ବିଦେଶମଙ୍କିପକ୍ସକୁ ଗ୍ଲୋବାଲ୍ ହେଲ୍‌ଥ ଏମର୍ଜେନ୍ସି ଘୋଷଣାକଲା ହୁ’: ୭୫ ଦେଶରେ ୧୬ ହଜାରୁ ଅଧିକ ସଂକ୍ରମିତ

ମଙ୍କିପକ୍ସକୁ ଗ୍ଲୋବାଲ୍ ହେଲ୍‌ଥ ଏମର୍ଜେନ୍ସି ଘୋଷଣାକଲା ହୁ’: ୭୫ ଦେଶରେ ୧୬ ହଜାରୁ ଅଧିକ ସଂକ୍ରମିତ

ଜେନେଭା : କରୋନା ଭାଇରସ୍ ପରେ ଏବେ ମଙ୍କିପକ୍ସ ସାରା ବିଶ୍ୱରେ ଚିନ୍ତାର କାରଣ ହୋଇଛି । ବ୍ରିଟେନ୍ ଏବଂ ୟୁରୋପରୁ ଆରମ୍ଭ ହୋଇଥିବା ଏହି ମାମଲାରେ ଏବେ ଭାରତ ସମେତ ବହୁ ଦେଶରେ ଦେଖିବାକୁ ମିଳିଛି । ବର୍ତ୍ତମାନର ସ୍ଥିତିକୁ ଦେଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ଏହାର ଗ୍ଲୋବାଲ୍ ହେଲ୍‌ଥ୍ ଏମର୍ଜେନ୍ସି ଘୋଷିତ କରିଛି । ହୁ’ ମହାନିର୍ଦ୍ଦେଶକ ଟେଡ୍ରୋସ୍ ଅଦନୋମ ଘେବ୍ରେୟସୁସ୍ ବର୍ତ୍ତମାନର ଗ୍ଲୋବାଲ୍ ମଙ୍କିପକ୍ସ ପ୍ରକୋପ ଦୃଷ୍ଟିରୁ ଏହି ଘୋଷଣା କରିଛନ୍ତି । ଡା. ଟେଡ୍ରୋସ୍ କହିଛନ୍ତି ‘କେତେକ ଦେଶରେ ବ୍ୟାପିଥିବା ମଙ୍କିପକ୍ସ ସଂକ୍ରମଣ ହେଲ୍‌ଥ୍ ଏମର୍ଜେନ୍ସି ସୃଷ୍ଟି କରିଛି କି ନାହିଁ ତାହାର ଆକଳନ କରିବା ନିମନ୍ତେ ଏମର୍ଜେନ୍ସି କମିଟିକୁ ଏକମାସ ତଳେ କହିଥିଲା । ସେତେବେଳେ ୪୭ ଦେଶରେ ୩୦୪୦ ମାମଲା ସାମ୍ନାକୁ ଆସିଥିଲା । ମାତ୍ର ତା ପରେ ସଂକ୍ରମଣ ବୃଦ୍ଧି ପାଇ ୭୫ ଦେଶରେ ୧୬ ହଜାରୁ ଅଧିକ ମାମଲା ଚିହ୍ନଟ ହେବା ସହ ୫ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ପ୍ରକୋପ ବୃଦ୍ଧି ପାଇବା ଦେଖି ଗୁରୁବାର ନୂଆ ଡାଟାର ପୁନଃସମୀକ୍ଷା କରି ତା ଆଧାରରେ ତାଙ୍କୁ ପରାମର୍ଶ ଦେବାକୁ ଡା. ଟେଡ୍ରୋସ୍ କମିଟିକୁ କହିଥିଲେ । ପୂର୍ବରୁ କମିଟି ଏହାକୁ ହେଲ୍‌ଥ ଏମର୍ଜେନ୍ସି ଘୋଷଣା କରିବାକୁ ସହମତ ହୋଇ ନଥିଲେ ମଧ୍ୟ ବର୍ତ୍ତମାନର ସ୍ଥିତିକୁ ଦେଖି ଏହି ଘୋଷଣା କରାଯାଇଛି । ହୁ’ ଆକଳନ ଅନୁସାରେ ୟୁରୋପକୁ ଛାଡ଼ି ବିଶ୍ୱର ଅନ୍ୟ କ୍ଷେତ୍ରରେ ମଙ୍କିପକ୍ସ ସଂକ୍ରମଣ ବିପଦ ମଧ୍ୟମ ରହିଛି । ଏହା ଅନ୍ତର୍ଜାତୀୟ ସ୍ତରରେ ଅଧିକ ବ୍ୟାପିବାର ବିପଦ ମଧ୍ୟ ରହିଛି । ମଙ୍କିପକ୍ସ ସଂକ୍ରମଣକୁ ଅଧିକ ବ୍ୟାପିବାରୁ ରୋକିବା ଏବଂ ମହାମାରୀରେ ପରିବର୍ତ୍ତିତ ହେବା ସମ୍ଭାବନାରୁ ବଞ୍ଚାଇବା ନିମନେˆତ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ବୋଲି ହୁ’ ପକ୍ଷରୁ କୁହାଯାଇଛି । ସୂଚନାଯୋଗ୍ୟ, ଭାରତରେ ବର୍ତ୍ତମାନ ସୁଦ୍ଧା ତିନିଟି ମଙ୍କିପକ୍ସ ମାମଲା ଚିହ୍ନଟ ହୋଇଛନ୍ତି । ସମସ୍ତ ମାମଲାରେ କେରଳର ହୋଇଥିବା ବେଳେ ସଂକ୍ରମିତଙ୍କର ଚିକିତ୍ସା ଚାଲିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking