କିଭ : ରୁଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ୧୫୦ ଦିନ ପୁରିଛି । ଏହାରି ଭିତରେ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଏକ ଚୁକ୍ତି ହୋଇଛି ।ଏହି ଚୁକ୍ତି ଦ୍ୱାରା ନା କେବଳ ଆଫ୍ରିକା ବରଂ ଦକ୍ଷିଣ ଆମେପିକା ଦେଶ ମାନଙ୍କ ସହ ଅନେକ ଦେଶ ଗୁଡିକ ପାଇଁ ଲାଭ ଦାୟକ ହେବ । ଯେବେଠାରୁ ଯୁଦ୍ଧ ଆରମ୍ଭ ହୋଇଛି ୟୁକ୍ରେନ ର ଖାରକିଭ , ମାରିୟୁପୋଲ, ଓଡେଶା ଆଦି ସହର ଉପରେ ରୁଷ କବ୍ଚା କରିବାକୁ ଚେଷ୍ଟା କରିଛି । ୧୪୯ ଦିନ ଭିତରେ ରୁଷ ଲଗାତାର ଭାବରେ ୟୁକ୍ରେନ ଉପରେ ଆକ୍ରମଣ କରି ଚାଲିଛି ।
ଯୁଦ୍ଧରେ ଏପର୍ୟ୍ୟନ୍ତ ଦୁଇ ଦେଶ ମଧ୍ୟରେ ଅନେକ ବୈଠକ ହୋଇଛି, କିନ୍ତୁ କୈାଣସି ଚୁକ୍ତି ହୋଇପାରି ନାହିଁ। କିନ୍ତୁ ବର୍ତ୍ତମାନ ବୋଧହୁଏ ଚୁକ୍ତିନାମାକୁ ଉଭୟ ଦେଶ ପସନ୍ଦ କରୁଛନ୍ତି। ଶୁକ୍ରବାର ଦିନ ଉଭୟ ଦେଶ ଏକ ଚୁକ୍ତିନାମା କରିଛନ୍ତି, ଯାହା ଅଧୀନରେ ବର୍ତ୍ତମାନ କଳା ସାଗରରେ ଫସି ରହିଥିବା ଶସ୍ୟର ଜାହାଜକୁ ବିଶ୍ୱବ୍ୟାପୀ ଯୋଗାଇବାକୁ ଦିଆଯିବ। ଏହି ଯୁଦ୍ଧ ଯୋଗୁଁ ୟୁକ୍ରେନ ବନ୍ଦରଗୁଡ଼ିକରେ ଜାହାଜଗୁଡ଼ିକ ଏବେ ବି ଫସି ରହିଥିଲା । ଏହି ଚୁକ୍ତିନାମାକୁ ରୁଷର ପ୍ରତିରକ୍ଷା ମନ୍ତ୍ରୀ ସରୋଜ ଶୋଏଗୁ ଏବଂ ୟୁକ୍ରେନର ଗୃହ ଓ ନଗର ବ୍ୟାପାର ମନ୍ତ୍ରୀ ଓଲେକ୍ସନ୍ଦର କୁବ୍ରାକୋଭ ସ୍ୱାକ୍ଷର କରିଛନ୍ତି।
ଜାତିସଂଘର ସେକ୍ରେଟେରୀ ଜେନେରାଲ୍ ଆଣ୍ଟୋନିଓ ଗୁଟେରସ୍ କହିଛନ୍ତି ଯେ ଏହା ବିଶ୍ୱ ପାଇଁ ଏକ ଆଶା, ସମ୍ଭାବନା, ଆଲୁଅର କିରଣ ଅଟେ। ଏହି ଚୁକ୍ତିନାମା ୟୁକ୍ରେନକୁ ୨୨ ନିୟୁତ ଟନ୍ ଧାନ ଏବଂ ଅନ୍ୟାନ୍ୟ କୃଷିଜାତ ଦ୍ରବ୍ୟ ରପ୍ତାନି କରିବାରେ ସକ୍ଷମ କରିବ। ଏହି ଶସ୍ୟ ଯୁଦ୍ଧ ହେତୁ କଳା ସାଗରର ବନ୍ଦରରେ ଅଟକି ରହିଛି । ‘ବ୍ଲାକ୍ ସାଗର ଇନିସିଏଟିଭ୍’ ନାମକ ଏହି ଯୋଜନା ତିନୋଟି କଳା ସାଗର ବନ୍ଦର (ଓଡେସା, ଚର୍ନୋମୋରସ୍କ ଏବଂ ୟୁଜ୍ନି) ରୁ ବହୁ ପରିମାଣର ବ୍ୟବସାୟିକ ଖାଦ୍ୟ ଶସ୍ୟ ରପ୍ତାନି ପାଇଁ ବାଟ ଖୋଲିବ ବୋଲି ଗୁଟେରସ୍ କହିଛନ୍ତି।