ରୋମ୍ : ଇଟାଲୀର ପ୍ରଧାନମନ୍ତ୍ରୀ ମାରିଓ ଦ୍ରାଘିଙ୍କ ଇସ୍ତଫା। ଆଜି ରାଷ୍ଟ୍ରୀୟ ଏକତା ଗଠବନ୍ଧନ ସରକାର ଭାଙ୍ଗିବା ପରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଉଲ୍ଲେଖନୀୟ ଯେ, ଗଠବନ୍ଧନର ମହତ୍ତ୍ୱପୂର୍ଣ୍ଣ ସଦସ୍ୟଙ୍କ ବିଶ୍ୱାସ ମତରେ ସାମିଲ ନହେବା ପରେ ପିଏମ୍ ମାରିଓ ଦ୍ରାଘିଙ୍କୁ ଇସ୍ତଫା ଦେବାକୁ ପଡ଼ିଛି। ସେ ଆଜି ସକାଳେ ରାଷ୍ଟ୍ରପତି ସର୍ଗିଓ ମତ୍ତାରେଲାଙ୍କୁ ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଏବେ ଦେଶରେ ପୁଣି ଥରେ ନିର୍ବାଚନ ହେବ । ମାରିଓ ଦ୍ରାଘିଙ୍କ ଇସ୍ତଫାଙ୍କୁ ସ୍ପଷ୍ଟ କରି ମତ୍ତାରେଲାଙ୍କ କାର୍ୟ୍ୟାଳୟ କହିଛି, ରାଷ୍ଟ୍ରପତି ମାରିଓ ଦ୍ରାଘିଙ୍କର ଇସ୍ତଫା ଉପରେ ଧ୍ୟାନ ଦେଇଛନ୍ତି । ବର୍ତ୍ତମାନ ଦ୍ରାଘି ସରକାର କାର୍ୟ୍ୟନିର୍ବାହୀ ସରକାର ଭାବେ କାମ କରିବ।