27.1 C
Bhubaneswar
Saturday, November 16, 2024
Homeଓଡିଶାଏସଟିଏଫ ପଞ୍ଝାରେ ବାଘଛାଲ ବେପାରୀ

ଏସଟିଏଫ ପଞ୍ଝାରେ ବାଘଛାଲ ବେପାରୀ

କୋରାପୁଟ : କୋରାପୁଟ ଜିଲ୍ଲାର ରାମଗିରି ବନ୍ୟପ୍ରାଣୀ ଅଞ୍ଚଳରେ ଜଣେ ଶିକାରୀ ବାଘ ଛାଲ ବ୍ୟବସାୟ କରିବାକୁ ଯୋଜନା କରୁଥିବା କୌଣସି ସୂତ୍ରରୁ ଖବର ମିଳିଥିଲା।ଏହି ସୂତ୍ରକୁ ଆଧାର କରି ଏସଟିଏଫର ଏକ ସ୍ଵତନ୍ତ୍ର ଦଳ ସେଠାରେ ପହଞ୍ଚିଥିଲା । ସମ୍ପୃକ୍ତ ଶିକାରୀକୁ ଧରିବା ଲାଗି ତଦନ୍ତକାରୀ ଦଳ ଓ ରାମଗିରି ବନାଞ୍ଚଳ ଅଧିକାରୀ ଓ କର୍ମଚାରୀ ଜଗି ରହିଥିଲେ । ଶିକାରୀ ମାନା ଗୌଡ଼ ଓ ତାର ସହଯୋଗୀ ଏକ ମୋଟର ସାଇକେଲରେ ବାଘ ଛାଲ ଧରି ବିକ୍ରି କରିବାକୁ ଯୋଜନା କରୁଥିବା ବେଳେ ପୂର୍ବରୁ ପ୍ରସ୍ତୁତ ଥିବା ଏସଟିଏଫ ଓ ବନବିଭାଗର କର୍ମଚାରୀ ମିଳିତ ଭାବେ ଅତର୍କିତ ଚଢାଉ କରିଥିଲେ। ଅଭିଯୁକ୍ତ ମାନାକୁ କାବୁ କରିଥିବାବେଳେ ତା ସହଯୋଗୀ ଘଟଣା ସ୍ଥଳରୁ ପେରାର ହୋଇଯାଇଥିଲା। ଯାଞ୍ଚ କରିବା ପରେ ମାନା ମୋଟର ସାଇକେଲ ଡିକିରୁ ବାଘଛାଲ ମିଳିଥିଲା। ପରେ ଏସଟିଏଫ ମାନାକୁ ଗିରଫ କରି ରାମଗିରି ବନାଞ୍ଚଳ ଅଧିକାରୀଙ୍କୁ ଜିମା ଦେଇଥିଲେ। ଗିରଫ ଯୁବକ ଜଣକ ବୈପାରିଗୁଡା ଥାନା ଅନ୍ତର୍ଗତ ଗୌଡ଼ଗୁଡ଼ା ଗ୍ରାମର ମାନା ଗୌଡ଼ ବୋଲି ଜଣାପଡିଛି ।ପୂର୍ବରୁ ମାନାକୁ ବାଘଛାଲ ଚୋରା ଚାଲାଣ ଘଟଣାରେ ଗିରଫ କରାଯାଇଥିବା ଜଣାପଡିଛି । ବନ୍ୟପ୍ରାଣୀ ବିଭାଗ ମାନା ଗୌଡ଼ ବିରୁଦ୍ଧରେ ଏକ ମାମଲା ରୁଜୁ କରିବା ସହ ପଚରାଉଚରା କରିଛି । ଗୁପ୍ତେଶ୍ଵର ନିକଟସ୍ଥ ଜଙ୍ଗଲରେ ସେ ଏକ କଲରାପତରିଆ ବାଘକୁ ଗୁଳି କରି ଶିକାର କରିଥିବା ସ୍ୱୀକାର କରିଥିଲା।ଅଭିଯୁକ୍ତକୁ ରାମଗିରି ବନ୍ୟପ୍ରାଣୀ ବିଭାଗ ଅଦାଲତକୁ ଚାଲାଣ କରିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking