21.1 C
Bhubaneswar
Saturday, November 16, 2024
Homeଓଡିଶାହୀରାକୁଦରେ ଆଉ ୩ ଗେଟ ଖୋଲିଲା

ହୀରାକୁଦରେ ଆଉ ୩ ଗେଟ ଖୋଲିଲା

ସମ୍ବଲପୁର : ହୀରାକୁଦଜଳ ଭଣ୍ଡାରର ଆଉ ୩ ଗେଟ ଖୋଲିଲା । ଜଳଭଣ୍ଡାରରେ ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ଦୃଷ୍ଟିରୁ ଖୋଲିଲା ଗେଟ । ପୂର୍ବରୁ ୫ ଟି ଗେଟ ଖୋଲାଥିଲା ଏବେ ୮ ଟି ଗେଟରେ ଜଳ ନିଷ୍କାସନ ହେଉଛି । ବାମ ପଟରୁ ୫ଟି ଓ ଡାହାଣ ପଟରୁ ୩ଟି ଗେଟ୍ ଖୋଲା ଯାଇଛି। ବର୍ତ୍ତମାନ ଜଳସ୍ତର ୬୧୪.୫୬ ଫୁଟ ରହିଛି। ଡ୍ୟାମ ମଧ୍ୟକୁ ୧ଲକ୍ଷ ୩୨ ହଜାର ୮୨୬ କ୍ୟୁସେକ ଜଳ ପ୍ରବେଶ କରୁଛି। ରାଜ୍ୟରେ ଲଘୁଚାପ ଜନିତ ବର୍ଷା କାରଣରୁ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଏହା ମଧ୍ୟରେ ପୂର୍ବରୁ ହୀରାକୁଦ ଜଳଭଣ୍ଡାର ୫ଟି ଗେଟ୍ ଖୋଲା ଯାଇ ବନ୍ୟା ଜଳ ନିଷ୍କାସନ ହେଉଥିଲା। ଆଜି ପୁଣି ହୀରାକୁଦ ଡ୍ୟାମ୍ର ଆଉ ୩ଟି ଗେଟ୍ ଖୋଲାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking