27.1 C
Bhubaneswar
Monday, November 18, 2024
Homeଦେଶ ବିଦେଶଯୋଗୀ ସରକାରରେ ଫାଟ : ଇସ୍ତଫା ଦେବେ ୨ ମନ୍ତ୍ରୀ!

ଯୋଗୀ ସରକାରରେ ଫାଟ : ଇସ୍ତଫା ଦେବେ ୨ ମନ୍ତ୍ରୀ!

ଲକ୍ଷ୍ନୌ : ଉତ୍ତରପ୍ରଦେଶରେ କ୍ଷମତାସୀନ ବିଜେପି ସରକାରରେ ଫାଟ ଦେଖିବାକୁ ମିଳିଛି । ଯୋଗୀ ଆଦିତ୍ୟନାଥଙ୍କ କ୍ୟାବିନେଟ୍‌ର ଦୁଇଜଣ ମନ୍ତ୍ରୀ ଦିନେଶ ଖାତିକ୍ ଓ ଜିତିନ୍ ପ୍ରସାଦ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି । ଯୋଗୀଙ୍କ କାର୍ଯ୍ୟକଳାପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେବାକୁ ମଧ୍ୟ ସେମାନେ ଧମକ ଦେଇଛନ୍ତି । ଜଳଶକ୍ତି ବିଭାଗ ରାଷ୍ଟ୍ରମନ୍ତ୍ରୀ ଦିନେଶ ବର୍ତ୍ତମାନ ନୂଆଦିଲ୍ଲୀ ଗସ୍ତରେ ଯାଇ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଛନ୍ତି । ତାଙ୍କ ସହ ଆଲୋଚନା ନକରି ବିଭାଗୀୟ ଅଫିସରଙ୍କୁ ବଦଳି କରାଯିବା ଏବଂ ହସ୍ତିନାପୁରରେ ତାଙ୍କ ସମର୍ଥକଙ୍କ ବିରୋଧରେ ଏତଲା ଦାଏର କରାଯାଇଥିବାରୁ ଖାତିକ୍ ଉଦ୍‌ବେଗ ପ୍ରକାଶ କରିଛନ୍ତି । ପୂର୍ତ୍ତ ମନ୍ତ୍ରୀ ଜିତିନ୍ ପ୍ରସାଦ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ବଦଳିରେ କ୍ଷୁବ୍ଧ ହୋଇପଡିଛନ୍ତି । ଲାଞ୍ଚ ବଦଳରେ ପୂର୍ତ୍ତ ବିଭାଗର କେତେକ ଅଫିସର ଓ ଇଞ୍ଜିନିୟରଙ୍କୁ ବଦଳି କରାଯାଉଥିବା ଅଭିଯୋଗ ହେବାପରେ ଯୋଗୀଙ୍କ ନିର୍ଦ୍ଦେଶକ୍ରମେ ଏହାର ତଦନ୍ତ କରାଯାଇଛି । ଅପରପକ୍ଷରେ ଦୁଇ ମନ୍ତ୍ରୀଙ୍କ ଇସ୍ତଫା ଖବରକୁ ସରକାରୀଭାବେ ଖଣ୍ଡନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking