19.1 C
Bhubaneswar
Friday, November 22, 2024
Homeଦେଶ ବିଦେଶତେହେରାନ ଗସ୍ତରେ ଭ୍ଲାଦମିର ପୁଟିନ

ତେହେରାନ ଗସ୍ତରେ ଭ୍ଲାଦମିର ପୁଟିନ

ତେହରାନ : ଯୁକ୍ତରାଷ୍ଟ୍ର ଆମେରିକା ଏବଂ ୟୁରୋପର ଚାଲେଞ୍ଜକୁ ମୁକାବିଲା କରିବା ଲାଗି ଆଞ୍ଚଳିକ ପ୍ରଭାବଶାଳୀ ଦେଶମାନଙ୍କ ସହିତ ଘନିଷ୍ଠତା ନିବିଡ଼ କରିବା କ୍ରମରେ ମଙ୍ଗଳବାର ଦିନ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଇରାନର ରାଜଧାନୀ ତେହରାନରେ ପହଞ୍ଚିଛନ୍ତି। ୟୁକ୍ରେନ୍ ବିପକ୍ଷରେ ଅନ୍ତଃହୀନ ସାମରିକ ଅଭିଯାନ ଚଳାଇଥିବାରୁ ରୁଷ ଉପରେ ଯୁକ୍ତରାଷ୍ଟ୍ର ଆମେରିକା ଏବଂ ୟୁରୋପୀୟ ରାଷ୍ଟ୍ରସମୂହ କଠୋର କଟକଣା ଲାଗୁ କରିଛନ୍ତି। ଗତ ଫେବ୍ରୁଆରି ମାସରେ ୟୁକ୍ରେନ୍ ଆକ୍ରମଣ କରିବା ପରଠାରୁ ଏହା ହେଉଛି ପୁଟିନଙ୍କର ଦ୍ବିତୀୟ ବିଦେଶ ଗସ୍ତ। ତେହରାନରେ ସେ ଇରାନର ରାଷ୍ଟ୍ରପତି ଇବ୍ରାହିମ ସାଇସି ଏବଂ ତୁର୍କୀର ରାଷ୍ଟ୍ରପତି ରେସେପ୍ ତାୟିପ୍ ଏର୍ଡୋଗାନଙ୍କୁ ଭେଟି ସିରିୟା ସହ ସେ ଅଞ୍ଚଳର ସଂଘର୍ଷ ଓ ବୈଶ୍ବିକ ଖାଦ୍ୟ ସଙ୍କଟ ଲାଘବ କରିବା ଲାଗି ୟୁକ୍ରେନୀୟ ଖାଦ୍ୟଶସ୍ୟର ପୁନଃ ରପ୍ତାନି ନିମନ୍ତେ ଜାତିସଂଘ ସମର୍ଥିତ ପ୍ରସ୍ତାବ ସଂକ୍ରାନ୍ତରେ ଆଲୋଚନା କରିବେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking