ପୁରୀ: ବ୍ୟାଙ୍କରେ ଆକାଉଣ୍ଟ ବନ୍ଦ ନାଁରେ ଓଟିପି ନେଇ ଲକ୍ଷେ ଟଙ୍କା ଲୁଟର ଶିକାର ହୋଇଛନ୍ତି ମହିଳା । ପେଣ୍ଠକଟା ଅଞ୍ଚଳର ଆଏର୍ସ୍ଏସ୍ କଲୋନୀର ବାସିନ୍ଦା ପ୍ରିୟଙ୍କା କାନୁନଗୋ ଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଲକ୍ଷେ ଟଙ୍କା ଲୁଟ ହୋଇଯାଇଛି । ଏନେଇ ସେ ପୁରୀ ଏସ୍ପିଙ୍କ ଦ୍ୱାରସ୍ଥ ହୋଇଥିଲେ । ମିଳିଥିବା ସୂଚନା ଅନୁଯାଇ, ପ୍ରଥମେ ତାଙ୍କୁ ବ୍ୟାଙ୍କ ଅଧିକାରୀ ବୋଲି କହି ପରିଚୟ ଦେଇଥିଲେ । ପରେ ତୁମ ବ୍ୟାଙ୍କ ଖାତା ବନ୍ଦ ହୋଇଯିବ । ତେଣୁ ତୁମ ମୋବାଇଲ୍କୁ ଏକ ଓଟିପି ଯାଇଛି ।
ପ୍ରିୟଙ୍କା ତାଙ୍କୁ ବ୍ୟାଙ୍କ କର୍ମଚାରୀ ଭାବି ଓଟିପି ଦେଇଥିଲେ । ପରେ ପରେ ତାଙ୍କ ବ୍ୟାଙ୍କ ଖାତାରୁ ୧ଲକ୍ଷ ୧୪ଶହ ୭୪ଟଙ୍କା କଟି ଯାଇଥିଲା । ତେଣୁ ସେ ସାଇବର ଥାନାରେ ଅଭିଯୋଗ କରିବା ସହ ଏସ୍ପିଙ୍କ ନିକଟରେ ଅଭିଯୋଗ କରିଥିଲେ । ବାରମ୍ବାର ବ୍ୟାଙ୍କ ଓ ପ୍ରଶାସନ ପକ୍ଷରୁ ଲୋକଙ୍କୁ ସତର୍କତା କରାଯାଉଥିଲେ ସୁଦ୍ଧା ଲୋକେ ସଚେତନ ହେଉନାହାନ୍ତି । ଫଳରେ ସେମାନେ ଲୁଟ୍ର ଶିକାର ହେଉଛନ୍ତି । ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ପେଣ୍ଠକଟା ଅଞ୍ଚଳରେ ।