20.1 C
Bhubaneswar
Monday, November 18, 2024
Homeଦେଶ ବିଦେଶନିର୍ମାଣାଧୀନ ଗୋଦାମ କାନ୍ଥ ଭୁଶୁଡ଼ି ୬ ମୃତ

ନିର୍ମାଣାଧୀନ ଗୋଦାମ କାନ୍ଥ ଭୁଶୁଡ଼ି ୬ ମୃତ

ନୂଆଦିଲ୍ଲୀ : ଶୁକ୍ରବାର ଦିଲ୍ଲୀର ଅଲୀପୁର ଅଞ୍ଚଳରେ ଏକ ନିର୍ମାଣାଧୀନ ଗୋଦାମର କାନ୍ଥ ଭୁଶୁଡ଼ିବା ଫଳରେ ୬ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଅବଶେଷ ତଳେ ୨୫ ଶ୍ରମିକ ଦବି ରହିଥିବା ଆଶଙ୍କା କରାଯାଉଛି । ଖବର ମିଳିବା ପରେ ପୁଲିସ ଏବଂ ଫାୟାର୍ ବ୍ରିଗେଡ୍ ଟିମ୍ ଘଟଣାସ୍ଥଳରେ ପହଞ୍ôଚ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଦିଲ୍ଲୀ ପୁଲିସ ଅନୁସାରେ ବର୍ତ୍ତମାନ ସୁଦ୍ଧା ୧୦ ଜଣ ଲୋକଙ୍କୁ ଇଟାତଳୁ ଉଦ୍ଧାର କରାଯାଇଛି । ଆହତଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିବା ବେଳେ ଦୁଇଜଣଙ୍କ ଅବସ୍ଥା ଗୁରୁତର ରହିଛି । ଅପରାହ୍ଣ ସାଢ଼େ ୧୨ଟା ବେଳେ ଦୁର୍ଘଟଣା ଘଟିଥିବା କୁହାଯାଉଛି ।

ଇଟାକାନ୍ଥ ଭୁଶୁଡ଼ି ପଡ଼ିବା ଫଳରେ ଅବଶେଷ ହଟାଇବାରେ ଅସୁବିଧା ସୃଷ୍ଟି ହେବାରୁ ଜେସିବି ନିୟୋଜିତ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଅଫିସ୍ ପକ୍ଷରୁ ଟ୍ୱିଟ୍ କରି ଏହି ସୂଚନା ଦିଆଯାଇଛି । ଅନ୍ୟପକ୍ଷରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲା ଦୁଃଖପ୍ରକାଶ କରିବା ସହ ଦିଂବଗତ ଆତ୍ମାର ଶାନ୍ତି ପାଇଁ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ଚାଲିଥିବା ଉଦ୍ଧାର କାର୍ଯ୍ୟ ଉପରେ ସ୍ୱୟଂ ନଜର ରଖିଥିବା ଟ୍ୱିଟ୍ କରି ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking