19.1 C
Bhubaneswar
Friday, January 10, 2025
Homeଓଡିଶାକଟକଆଜି ବିଶ୍ୱ ଯୁବ ଦକ୍ଷତା ଦିବସ

ଆଜି ବିଶ୍ୱ ଯୁବ ଦକ୍ଷତା ଦିବସ

କଟକ: ଅତ୍ୟାଧୁନିକ ଜ୍ଞାନକୌଶଳର ପ୍ରୟୋଗ ଏବେ ବିକାଶଶୀଳ ରାଷ୍ଟ୍ରର ମୁଖ୍ୟ ଅସ୍ତ୍ର । ଏଥିପାଇଁ ପ୍ରଯୁକ୍ତି ବିଦ୍ୟା ଓ ବୈଷୟିକ ଜ୍ଞାନ କୌଶଳ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି । ଏହି ଜ୍ଞାନକୌଶଳରୁ ପ୍ରସ୍ତୁତ ଉପକରଣରେ ଜଟିଳ କାର୍ଯ୍ୟକୁ ସରଳ ଓ ସୁବିଧାରେ କରିହେଉଛି ।

ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ବିସ୍ତୃତ ସମ୍ଭାବନାକୁ ନେଇ ପ୍ରତିବର୍ଷ ଜୁଲାଇ ୧୫ତାରିଖକୁ ‘ବିଶ୍ୱ ଯୁବ ଦକ୍ଷତା ଦିବସ’ (ୱାର୍ଲଡ ୟୁଥ୍‌ ସ୍କିଲ୍‌ ଡେ) ଭାବେ ପାଳନ କରାଯାଉଛି । ଯୁବଉଦ୍ଭାବକଙ୍କୁ ଉତ୍ସାହିତ କରିବା ଏହି ଦିବସର ମୂଳ ଉଦ୍ଦେଶ୍ୟ । ସେମାନଙ୍କର ସ୍ୱପ୍ନକୁ ସହଯୋଗର ଡେଣା ଦେବା ଓ ଉଚ୍ଚ ଉଡାଣ ନିମନ୍ତେ ଉତ୍ସାହିତ କରିବା ପାଇଁ ସରକାରୀସ୍ତରରେ ବିଭିନ୍ନ ପଦକ୍ଷେପ ନିଆଯାଉଛି । ଏହି ଅବସରରେ କଟକ ସହରରେ ଥିବା ଦୁଇ ସରକାରୀ ବୈଷୟିକ ଶିକ୍ଷାନୁଷ୍ଠାନ ଏବେ ଚର୍ଚ୍ଚାରେ । ପାଠ ପଢିବା ସହିତ ଏଠାକାର ଛାତ୍ରଛାତ୍ରୀମାନେ ଏଭଳି କିଛି ନୂଆ ବୈଷୟିକ ଜ୍ଞାନକୌଶଳର ଉଦ୍ଭାବନ କରିଛନ୍ତି ଯାହା ବେଶ୍‌ ପ୍ରଶଂସନୀୟ ।

ଭୁବନାନନ୍ଦ ସ୍କୁଲ୍‌ ଅଫ୍‌ ଇଞ୍ଜିନିୟରିଂ(ବୋସ)ର ଛାତ୍ରଛାତ୍ରୀମାନେ ମିଶି ଏକ ଅତ୍ୟାଧୁନିକ ଜ୍ଞାନକୌଶଳର ବିକାଶ କରିଛନ୍ତି । ଯାହାକୁ ‘ବ୍ଲୁ ଟୁଥ୍‌ ସୋଲାର୍‌ ବୋଟ୍‌’ କୁହାଯାଉଛି । ଚାଷ ଚାଷ ଜମିରେ ଏହା ଦ୍ୱାରା ବିଭିନ୍ନ ପ୍ରକାରର କାର୍ଯ୍ୟ ଯେମିତିକି ବିହନ ବୁଣିବା, ସାର ପକାଇବା କାମ କରାଯାଇପାରିବ । ଅଷ୍ଟ୍ରେଲିଆ, କାର୍ଲିଫର୍ଣ୍ଣିଆ ଭଳି ଅଞ୍ଚଳରେ ଏହାର ବ୍ୟବହାର ଆରମ୍ଭ ହୋଇସାରିଛି । ଏହାକୁ ଅନୁସରଣ କରି ବୋସର ଛାତ୍ରୀ କରିସ୍ମା ପଟ୍ଟନାୟକ, ମନସ୍ୱିନୀ ଜେନା, ଛାତ୍ର ମାହାବୁନିସା ସୟଦ୍‌, ପ୍ରଦ୍ୟୁମ୍ନ ପୃଷ୍ଟି ଓ ପ୍ରଭୁରାମ ରଣା ପ୍ରମୁଖ ବ୍ଲୁ ଟୁଥ୍‌ ସୋଲାର୍‌ ବୋଟ୍‌ ତିଆରି କରିଛନ୍ତି । ଏହି ଉପକରଣଟି ମୋବାଇଲ୍‌ ବ୍ଲୁ ଟୁଥ୍‌ ଦ୍ୱାରା ପରିଚାଳିତ ହେଉଛି । ଚାରୋଟି ଚକା ଲାଗି ଏକ ବୋଟ୍‌ ପ୍ରସ୍ତୁତ କରାଯାଇଛି ।

ଏଥିରେ ସୌରଶକ୍ତି ଉତ୍ପାଦନ କ୍ଷମତା ବିଶିଷ୍ଟ ଏକ ମେସିନ୍‌ ଲଗାଯାଇଛି । ଚାଷଜମିରେ ଖରା ପଡିଲେ ଏହି ମେସିନ୍‌ ସହାୟତାରେ ମୋଟରକୁ ସୌରଶକ୍ତି ଟ୍ରାନ୍ସଫର୍‌ ହେଲେ ବୋଟ୍‌ଟି କାମ କରିବା ଆରମ୍ଭ କରିଦିଏ । ମୋବାଇଲ୍‌ ବ୍ଲୁ ଟୁଥ୍‌ ସଂଯୋଗ କରି ଏକ ସ୍ୱତନ୍ତ୍ର ଆପ୍‌ ମାଧ୍ୟମରେ ଏହାକୁ ପରିଚାଳନା କରିବା ଅତି ସହଜ ଭାବେ କରିହେଉଛି । ବୋଟ୍‌ ଉପରେ ସାର, ବିହନ ଯାହା ରଖିବେ ତାହା ଜମି ତମାମ୍‌ ବୁଲି ବେଶ୍‌ ସହଜରେ ବୁଣିପାରିବ ବୋଲି ଛାତ୍ରୀ କରିସ୍ମା ପଟ୍ଟନାୟକ ପ୍ରକାଶ କରିଛନ୍ତି ।

 

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking