29.1 C
Bhubaneswar
Saturday, October 5, 2024
Homeଓଡିଶାଶିଶୁ ପୁତ୍ରକୁ ନେଇ ବିବାଦ ଘଟଣା: ମା’ କୋଳକୁ ଫେରିଲା ୩ ବର୍ଷର ଶିଶୁପୁତ୍ର

ଶିଶୁ ପୁତ୍ରକୁ ନେଇ ବିବାଦ ଘଟଣା: ମା’ କୋଳକୁ ଫେରିଲା ୩ ବର୍ଷର ଶିଶୁପୁତ୍ର

ବ୍ରହ୍ମପୁର: କିଛି ବର୍ଷ ହେବ ଏକ ଶିଶୁ ପୁତ୍ରକୁ ନେଇ ପାଳିତ ମା’ ଓ ଜନ୍ମ କଲା ମା’ଙ୍କ ମଧ୍ୟରେ ଲଢ଼େଇ ଜାରି ରହିଥିଲା । ଆଜି ତାହାର ଅନ୍ତ ଘଟି ପାଳିତ ୩ ବର୍ଷର ଶିଶୁ ପୁତ୍ରଟି ଜନ୍ମ କଲା ମା’ କୋଳକୁ ଫେରିଛ । ଜିଲ୍ଲା ଶିଶୁ ମଙ୍ଗଳ କମିଟି କାର୍ଯ୍ୟାଳୟଠାରେ ବାଳାଶ୍ରମ କର୍ମଚାରୀ ଓ ସମାଜସେବୀଙ୍କ ଉପସ୍ଥିତରେ ଶିଶୁଟିକୁ ପରିବାରକୁ ହସ୍ତାନ୍ତର କରାଯାଇଥିଲା । ଉଭୟ ପରିବାର ଓ ସାମାଜସେବୀ ପ୍ରମିଳା ତ୍ରିପାଠୀଙ୍କ ଉପସ୍ଥିତରେ ଶିଶୁଟିକୁ ହସ୍ତାନ୍ତର କରାଯାଇଛି । ସୂଚନାଯୋଗ୍ୟ ଯେ ସାରଦା ବେହେରା ଓ ବ୍ରହ୍ମାନନ୍ଦ ମହାରଣା ଦୁଇ ଘନିଷ୍ଠ ବନ୍ଧୁ ଥିବା ବେଳେ ଉଭୟ ବିଶାଖାପାଟଣାରେ ନିଜ ପରିବାର ସହ ରହୁଥିଲେ ।

ସାରଦାଙ୍କ ଦୁଇଟି ପୁଅ ଓ ଗୋଟିଏ ଝିଅ ରହିଥିବା ବେଳେ ବ୍ରହ୍ମାନନ୍ଦଙ୍କ କୌଣସି ପୁଅ ଝିଅ ନାହାନ୍ତି । ଆଜକୁ ୩ ବର୍ଷ ତଳେ ସରଦାଙ୍କ ପତ୍ନୀ ମମତା ବେହେରାଙ୍କ ତୃତୀୟ ପୁତ୍ର ଜନ୍ମ ହୋଇଥିଲା । କିନ୍ତୁ ଶିଶୁଟିକୁ ୬ ଦିନ ହେବା ବେଳକୁ ମମତା ଗୁରୁତର ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଏଭଳି ସ୍ଥିତିରେ ବ୍ରହ୍ମାନନ୍ଦଙ୍କ ପତ୍ନୀ ରେଣୁବାଳା ମହାରଣା ମମତାଙ୍କ ୬ ଦିନର ଶିଶୁକୁ ଲାଳନପାଳନ କରିଆସୁଥିଲା । କିଛି ମାସ ପରେ ମମତା ସୁସ୍ଥ ହୋଇ ଘରକୁ ଫେରିବା ପରେ ନିଜ ପୁଅକୁ ରେଣୁବାଳାଙ୍କ ଠାରୁ ନେବାକୁ ଯାଇଥିବା ବେଳେ ସେ ଦେଇନଥିଲେ । ସମସ୍ତ ଚେଷ୍ଟା ସତ୍ତ୍ୱେ ନିଜ ପୁଅକୁ ନଫେରି ପାଇପାରୁ ବ୍ରହ୍ମପୁର ଏସ୍‌ପିଙ୍କ ନିକଟରେ ଗୁହାରି କରିବା ସହ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ପୁଲିସ ଶିଶୁଟିକୁ ଉଦ୍ଧାର କରି ଉତ୍କଳ ବାଳାଶ୍ରମରେ ରଖାଯାଇଥିଲା । ଆଜି ଶିଶୁଟିକୁ ବାଳାଶ୍ରମରୁ ଆଣି ତା’ର ଜନ୍ମିତ ମାଆ ମମତା ବେହେରାଙ୍କୁ ହସ୍ତାନ୍ତର କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking