27.1 C
Bhubaneswar
Friday, November 22, 2024
Homeଦେଶ ବିଦେଶ୭୦ ପ୍ରତିଶତ ଭାରତୀୟ କୁପୋଷଣର ଶିକାର

୭୦ ପ୍ରତିଶତ ଭାରତୀୟ କୁପୋଷଣର ଶିକାର

ନୂଆଦିଲ୍ଲୀ: ଧାନ ଓ ଗହମ ଉତ୍ପାଦନରେ ସାରା ବିଶ୍ଵରେ ଭାରତର ସ୍ଥାନ ଦ୍ଵିତୀୟ। ହେଲେ ଭାରତର ୭୦ ଭାଗରୁ ଉର୍ଦ୍ଧ୍ଵ ଲୋକ କୁପୋଷଣର ଶିକାର। ୯୭ କୋଟି ଲୋକଙ୍କୁ ମିଳୁନି ପୁଷ୍ଟିକର ଖାଦ୍ୟ। ୨୨ କୋଟିରୁ ଅଧିକ ଲୋକ କୁପୋଷଣର ଶିକାର। ମିଳିତ ଜାତିସଙ୍ଘର ଦ ଷ୍ଟେଟ୍ ଅଫ୍ ଫୁଡ୍ ସିକ୍ୟୋରିଟି ଆଣ୍ଡ ନ୍ୟୁଟ୍ରିସନ୍ ଇନ୍ ଦ ୱାର୍ଲ୍ଡ ୨୦୨୨ ରିପୋର୍ଟରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି । ସାରା ବିଶ୍ଵରେ ଚୀନ୍ ପରେ ସବୁଠୁ ଅଧିକ ଧାନ ଓ ଗହମ ଉତ୍ପାଦନ କରୁଥିବା ରାଷ୍ଟ୍ର ହେଉଛି ଭାରତ। ହେଲେ ଏଠାରେ ୭୦ ଭାଗରୁ ଉର୍ଦ୍ଧ୍ଵ ଲୋକ କୁପୋଷଣର ଶିକାର। ଲୋକମାନଙ୍କୁ ମିଳୁନି ପୁଷ୍ଟିକର ଖାଦ୍ୟ। ମିଳିତ ଜାତିସଙ୍ଘର ଏକ ସର୍ଭେ ରିପୋର୍ଟରୁ ଏହି ତଥ୍ୟ ସାମ୍ନାକୁ ଆସିଛି। ଏହି ସର୍ଭେରୁ ଜଣା ପଡ଼ିଛି ଯେ, ପ୍ରତ୍ୟେକ ଦିନ ଜଣେ ବ୍ୟକ୍ତି ପୁଷ୍ଟିକର ଖାଦ୍ୟ ଖାଇବାକୁ ହେଲେ ତାହାକୁ ୨୩୫ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ଅର୍ଥାତ୍ ମାସିକ ୭ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । ସୂଚନାନୁଯାୟୀ, ମହାମାରୀ କରୋନା ବିଭୀଷିକା କାରଣରୁ ଲୋକମାନେ ଅଧିକ କୁପୋଷଣର ଶିକାର ହୋଇଛନ୍ତି। ୨୦୧୭ ପରଠାରୁ ୭୫ ପ୍ରତିଶତ ଭାରତୀୟଙ୍କୁ ପୁଷ୍ଟିକର ଖାଦ୍ୟ ମିଳୁନାହିଁ। ୨୦୧୮ରେ ଏହା ୭୧.୫ ପ୍ରତିଶତକୁ ହ୍ରାସ ପାଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking