ଭୁବନେଶ୍ୱର : ମମିତା ମେହେର ହତ୍ୟା ମାମଲା ରେ କେବଳ ରାଧେ ଓ ଗୋବିନ୍ଦ ସମ୍ପୃକ୍ତ । ବିଷ୍ଣୁ ସେଠୀଙ୍କ ପ୍ରଶ୍ନ ରେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଉତ୍ତର । ଗୋବିନ୍ଦ ସାହୁ ଓ ରାଧେଶ୍ୟାମ ଚମ୍ଡିଙ୍କ ନାଁରେ ଚାର୍ଜସିଟ ଦାଖଲ ହୋଇଛି । ଉଭୟ ଏବେ ବିଚାରଧୀନ ବନ୍ଦୀ ଭାବେ କଣ୍ଟାବାଞ୍ଝି ଜେଲରେ ଅଛନ୍ତି । ସ୍ତ୍ରୀର ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଗୋବିନ୍ଦ ଅନ୍ତରୀଣ ଜାମିନରେ ଅଛନ୍ତି । ଘଟଣାରେ ଅନ୍ୟ କୈାଣସି ବ୍ୟକ୍ତି ସମ୍ପୃକ୍ତ ନ ଥିବା ତଦନ୍ତରୁ ଜଣାପଡିଛି । ତେବେ ବିଧାନସଭାର ଦ୍ୱିତୀୟ ଦିନରେ ମମିତା ମେହେର ହତ୍ୟା ମାମଲାକୁ ନେଇ ବିରୋଧୀଙ୍କ ପ୍ରଶ୍ନର ଜବାବରେ ଉତ୍ତର ରଖିଥିଲେ ଗୃହରାଷ୍ଟ୍ରମନ୍ତ୍ରୀ । ଗୋବିନ୍ଦ ଓ ରାଧେ ଉଭୟ ଏବେ ବିଚାରାଧୀନ ବନ୍ଦୀ ଭାବେ କଣ୍ଟାବାଞ୍ଜି ଜେଲରେ ଅଛନ୍ତି। ମମିତା ମେହର ହତ୍ୟା ମାମଲାରେ ତତ୍କାଳୀନ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମ୍ପୃକ୍ତି ଅଭିଯୋଗ କରିଥିଲେ ବିରୋଧୀ। ଏହାକୁ ନେଇ ସାରା ରାଜ୍ୟରେ ସେତେବେଳେ ତମ୍ବିତୋଫାନ ହୋଇଥିଲା।