21.1 C
Bhubaneswar
Sunday, November 24, 2024
Homeଦେଶ ବିଦେଶବିଶ୍ୱର ସବୁଠୁ ଛୋଟ ପୋର୍ଟେବଲ ଟୟଲେଟ

ବିଶ୍ୱର ସବୁଠୁ ଛୋଟ ପୋର୍ଟେବଲ ଟୟଲେଟ

ବ୍ୟୁରୋ : ଖାଦ୍ୟ, ବସ୍ତ୍ର, ବାସଗୃହ ପରି ଶୈାଚାଳୟର ସୁବିଧା ବି ଆମର ଗୁରୁତ୍ୱପୁର୍ଣ୍ଣ ଆବଶ୍ୟକତା ମଧ୍ୟରୁ ଅନ୍ୟତମ । ତେବେ ସବୁ ସ୍ଥାନରେ ଶୈାଚାଳୟ ଉପଲବ୍ଧ ହୋଇ ନ ଥାଏ । ଏହି ସମସ୍ୟା କୁ ଦୃଷ୍ଟିରେ ରଖି ଜାପାନର ଏକ ଷ୍ଟାଟଅପ୍ କମ୍ପାନୀ କୋକୋନୋଭା ଅନକର୍ପୋରେସନ ବିଶ୍ୱର ସବୁଠୁ ଛୋଟ ପୋର୍ଟେବଲ ଟୟଲେଟ ପ୍ରସ୍ତୁତ କରିଛି । ତାକୁ ବ୍ୟାଗରେ କିମ୍ବା ପକେଟରେ ରଖି ଖୁବ ସହଜରେ ଯିବା ଆସିବା କରିହେବ । ଏହାର ନାମ ହେଉଛି ପକେଟ ଟୟଲେଟ । ଏହାକୁ ଯେଉଁ ପ୍ୟାକେଟରେ ରଖାଯାଇଛି ତାର ଲମ୍ବ ୭ ସେଣ୍ଟିମିଟର ହୋଇଥିବା ବେଳେ ଚଉଡା ୬.୫ ସେଣ୍ଟିମିଟର । ଜରୁରୀ କାଳୀନ ପରିସ୍ଥିତି ରେ ଏହା ଖୁବ ସହାୟକ ହୋଇ ପାରିବ ବୋଲି କମ୍ପାନୀ ପକ୍ଷରୁ ଦାବି କରାଯାଇଛି । କମ୍ପାନୀର ପ୍ରତିଷ୍ଠାତା ୩୦ ବର୍ଷୀୟ ୟୋଶିନୋର କୋକୋନାଭାଙ୍କ ମନରେ ୨୦୧୯ ମସିହାରେ ଏଭଳି ପୋର୍ଟେବୁଲ ଟୟଲେଟ ପ୍ରସ୍ତୁତ କରିବାର ଚିନ୍ତାଧାରା ଆସିଥିଲା । ସେତେବେଳେ ସେ ଝଡ ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ନାଗାନୋ ସହରରେ ଜଣେ ସ୍ୱେଚ୍ଛାସେବୀ ଭାବରେ କାମ କରୁଥିଲେ । ସେଠାରେ ସେ ଦେଖିଲେ ଯେ ଲୋକମାନେ ପାରମ୍ପରିକ ପୋର୍ଟେବୁଲ ଟୟଲେଟ ସାମ୍ନା ରେ ଲମ୍ବାଧାଡିରେ ଛିଡା ହୋଇଛନ୍ତି । ପ୍ରାୟ ଅଧ ଘଣ୍ଟା ପରେ ସେମାନଙ୍କ ପାଳି ଆସୁଛି ।ଏହି ସମସ୍ୟାକୁ ଦେଖି ତାଙ୍କ ମନରେ ସବୁଠୁ ଛୋଟ ପୋର୍ଟେବଲ ଟୟଲେଟ୍ ପ୍ରସ୍ତୁତ କରିବାକୁ ଆଇଡିଆ ଆସିଲା । ୨୦୨୦ ମସିହାରେ କମ୍ପାନୀ ପକେଟ ଟୟଲେଟ କୁ ଲଞ୍ଚ କଲା । ପକେଟ ଟୟଲେଟ ପ୍ୟାକେଟ ମଧ୍ୟରେ ଏକ ସ୍ୱତନ୍ତ୍ର କିସମର ବ୍ୟାଗ ରହିଛି ଯାହାକି ମଜବୁତ ଫାଇଭରରେ ପ୍ରସ୍ତୁତ ।ସେହି ବ୍ୟାଗ କୁ ଟୟଲେଟ ସିଟ୍ ରେ ବା ନ ହେଲେ ଡଷ୍ଟବିନ ଭଳି ଯେ କୈାଣସି ଆବର୍ଜନା ପାତ୍ର ଉଫରେ ବି ଫିଟ କରି ହେବ । ଥରେ ତାକୁବନ୍ଦ କରିବା ପରେ ଘରେ ରଖିଲେ ସପ୍ତାହେ ଯାଏ ବି ସେଥିରୁ ଦୁର୍ଗନ୍ଧ ବାହାରିବ ନାହିଁ । କମ୍ପାନୀ ଏ ପର୍ଯ୍ୟନ୍ତ ୫୦ ହଜାର ପକେଟ ଟୟଲେଟ ବିକ୍ରି କରିଥିବା ବେଳେ ଯୁଦ୍ଧଗ୍ରସ୍ତ ୟୁକ୍ରେନକୁ ୬୦୦୦ ପକେଟ ଟୟଲେଟ ଦାନ କରି ସାରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking