33.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶଲେମ୍ବୁପାଣି ବିକି ପାଲଟିଗଲେ କୋଟିପତି

ଲେମ୍ବୁପାଣି ବିକି ପାଲଟିଗଲେ କୋଟିପତି

ନୂଆଦିଲ୍ଲୀ: ଦୁନିଆରେ ପ୍ରାୟ ସବୁ ମଣିଷଙ୍କର ଗୋଟିଏ ଇଚ୍ଛା ଥାଏ କି ସେ କୋଟିପତି ହେବେ । ଯାହାକି ପ୍ରାୟତଃ କଷ୍ଟକର ହୋଇଥାଏ । କିଛି ଲୋକ ନିଜ ଲକ୍ଷ୍ୟରେ ପହଞ୍ଚି ସଫଳତା ପାଇ ଯାଆନ୍ତି ତ ଆଉ କିଛି ଲୋକଙ୍କ ସ୍ୱପ୍ନ ଅଧାରେ ରହିଯାଏ । କୋଟିପତି ହେବା ପାଇଁ ଖୁବ ପରିଶ୍ରମ ଏବଂ ଅନେକ ବର୍ଷ ଲାଗିଥାଏ । କିନ୍ତୁ ଜଣେ ୧୧ ବର୍ଷୀୟ ନାବାଳିକା କୋଟିପତି ପାଲଟିଯାଇଛନ୍ତି । ତେବେ ଉପାୟ ଜାଣିଲେ ଆପଣ ବିଶ୍ୱାସ କରିପାରିବେନି । ଲେମ୍ବୁ ପାଣି ବିକି କୋଟିପତି ହୋଇଛନ୍ତି ଏହି ନାବାଳିକା ।ମିକାଇଲା ଉଲମେର ନାମକ ଜଣେ ନାବାଳିକା ଏଭଳି ଏକ ଅଦ୍ଭୁତ କାରନାମା କରି ଦେଖାଇଛନ୍ତି । ଏବେ ମିକାଇଲା ୧୭ ବର୍ଷରେ ପାଦ ଥାପିଛନ୍ତି । କିନ୍ତୁ ୧୧ ବର୍ଷର ଥିବା ବେଳେ ଲେମ୍ବୁ ପାଣି ବିଜନେସ ଆରମ୍ଭ କରିଥିଲେ । ଲେମନେଡ ନାମକ ଏକ ଏକ ବ୍ରାଣ୍ଡ ନିଜ ନାମରେ ବନେଇଥିଲେ ମିକାଇଲା । ଏହା ଧିରେ ଧିରେ ଖୁବ ଲୋକପ୍ରିୟ ହୋଇଥିଲା । ପରେ ୨୦୧୬ରେ ସୁପର ମାର୍କେଟ କମ୍ପାନୀ ହୋଲ ଫୁଡ୍ସ ମାର୍କେଟ ତାଙ୍କ ସହ ଏକ ଡିଲ କରିଥିଲା । ଏହି ଚୁକ୍ତି ସହ ମିକାଇଲାଙ୍କୁ ୮୫ କୋଟିରୁ ଅଧିକ ଟଙ୍କା ମିଳିଥିଲା । ଯାହାଦ୍ୱାରା ସେ କୋଟିପତି ପାଲଟି ଯାଇଥିଲେ । ଏହାପରେ ଗୋଟି ଗୋଟି କରି ଅନେକ ସଫଳତା ନିଜ ନାମରେ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking