32.1 C
Bhubaneswar
Friday, October 18, 2024
Homeଦେଶ ବିଦେଶଏଣିକି ଟେଲିଗ୍ରାମରେ ପଠାଇ ହେବ କ୍ରିପ୍ଟୋକରେନ୍ସି

ଏଣିକି ଟେଲିଗ୍ରାମରେ ପଠାଇ ହେବ କ୍ରିପ୍ଟୋକରେନ୍ସି

ନୂଆଦିଲ୍ଲୀ : ଏନକ୍ରିପ୍ଟେଡ ମେସେଜିଂ ଆପ୍ ଟେଲିଗ୍ରାମ ପୂର୍ବରୁ ଟୋକେନ୍ ଛାଡିବା ପରେ ଏହା ବର୍ତ୍ତମାନ କ୍ରିପ୍ଟୋ ପେମେଣ୍ଟକୁ ଅନୁମତି ଦେଇଛି । ଏକ ରିପୋର୍ଟ ଅନୁଯାୟୀ ଟେଲିଗ୍ରାମ ଏହି ନିଷ୍ପତ୍ତି ନେବା ପରେ କ୍ରିପ୍ଟୋ ପେମେଣ୍ଟ ମେସେଜିଂ ପ୍ଲାଟଫର୍ମରେ ମୁଖ୍ୟସ୍ରୋତରେ ସାମିଲ ହୋଇପାରେ ବୋଲି ଆଶା କରାଯାଉଛି । ଟନ୍ କଏନ୍ ଟୋକେନ ପରିଚାଳନା କରୁଥିବା ଞଙଘ ଫାଉଣ୍ଡେସନ୍ ଅନ୍ୟ ଉପଭୋକ୍ତାଙ୍କୁ ବିନା ଶୁଳ୍କରେ କ୍ରିପ୍ଟୋ ପେମେଣ୍ଟ ପାଇଁ ମଧ୍ୟ ଅନୁମତି ଦେଇଥିବା ଜଣାପଡ଼ିଛି ।
ତେବେ ଟେଲିଗ୍ରାମ ଅନ୍ୟ ଆପ୍ ମଧ୍ୟରେ ବିଟକଏନ୍ କିଣିବାର କ୍ଷମତା ରଖିଛି । ୫୫୦ ମିଲିୟନ ୟୁଜର୍ସ ଥିବା ଟେଲିଗ୍ରାମ ପ୍ରଥମେ ନିଜ ଟୋକନ ବ୍ୟବସ୍ଥା ପାଇଁ କ୍ରିପ୍ଟୋକରେନ୍ସିକୁ ଅନୁମତି ଦେଇନଥିଲା । ମାତ୍ର ସିକ୍ୟୁରିଟି ଏବଂ ଏକ୍ସଚେଞ୍ଜ୍ କମିଶନ ଏହାକୁ ବେଆଇନ ଟୋକନ୍ ଅଫର୍ ବୋଲି କହିଥିଲା । ଫଳରେ ଟେଲିଗ୍ରାମକୁ କୁ ଫାଇନ ମଧ୍ୟ ଭରିବାକୁ ପଡ଼ିଥିଲା । ଏହାପରେ ଏହି ମେସେଜିଂ ଆପ୍ ଟନକଏନକୁ ଅନୁମତି ଦେଇଛି । ଏହି ଆପ୍ ବ୍ୟବହାର କରି ଉପଭୋକ୍ତା କ୍ରିପ୍ଟୋକରେନ୍ସିର ବ୍ୟବହାର କରିପାରିବେ ।
ଏହି ଟନକଏନ ପଠାଇବା ପାଇଁ ପ୍ରଥମେ ଉପଭୋକ୍ତାଙ୍କୁ ଟେଲିଗ୍ରାମରେ ଅନ୍ୟ ଉପଭୋକ୍ତା ସହିତ ଟ୍ରାନଜାକ୍ସନ କରିବା ଆବଶ୍ୟକ । ଏହାପରେ ଉକ୍ତ ଉପଭୋକ୍ତାଙ୍କୁ ଟନକଏନ ପଠାଯାଇପାରିବ । ତେବେ ସୂଚନା ଥାଉ କି ବିଟକଏନ ହେଉଛି ଏକ ଡିଜିଟାଲ କରେନ୍ସି ( ଅନଲାଇନ ୱାଲେଟ)। ବିଶ୍ବର ସବୁଠୁ ମୂଲ୍ୟବାନ କ୍ରିପ୍ଟୋ କରେନ୍ସି । ଏହା ବ୍ଲକ ଚେନ ଟେକନିକ ଉପରେ ଆଧାରିତ । ଅନଲାଇନରେ ଦ୍ରବ୍ୟ କ୍ରୟ ପାଇଁ ଏହାକୁ ବ୍ୟବହାର କରାଯାଏ ।ବିଟକଏନ ଦ୍ବାରା ବିଶ୍ବର ଯେକୌଣସି ସ୍ଥାନରୁ ସିଧାସଳଖ କିଣାବିକା କରାଯାଇ ପାରେ । ଏହା ଏକ ଭର୍ଚ୍ଚୁଆଲ ମୁଦ୍ରା ହୋଇଥିବାରୁ ବିଶ୍ବର କୌଣସି ସରକାରଙ୍କ ଏହା ଉପରେ ନିୟନ୍ତ୍ରଣ ନାହିଁ । ଏପରିକି କେନ୍ଦ୍ର ବ୍ୟାଙ୍କରୁ ମଧ୍ୟ ଏହା ସ୍ବତନ୍ତ୍ର । ଯାହାକି ଏହାର ସବୁଠୁ ବଡ ଅସୁବିଧା । ଏକ ବିଟକଏନ ୬,୪୬,୩୬୨.୪୩ ଭାରତୀୟ ମୁଦ୍ରା ସହ ସମାନ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking