19.1 C
Bhubaneswar
Monday, November 25, 2024
Homeଓଡିଶାଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ : ବିରୋଧୀଙ୍କୁ ଝଟକା, ସରକାରଙ୍କ ଜୟ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ : ବିରୋଧୀଙ୍କୁ ଝଟକା, ସରକାରଙ୍କ ଜୟ

ପୁରୀ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ସୁପ୍ରିମକୋର୍ଟରେ ସରକାରଙ୍କର ବିଜୟ ହୋଇଛି । ବିରୋଧକାରୀଙ୍କୁ ଏଥିରେ ଶକ୍ତ ଝଟକା ଲାଗିଛି । ପ୍ରକଳ୍ପ କାର୍ଯ୍ୟ ବନ୍ଦ କରିବା ପାଇଁ ଯେଉଁ ଦୁଇଟି ସ୍ୱତନ୍ତ୍ର ବିଲ୍ ପିଟିସନ୍ ଦାଖଲ ହୋଇଥିଲା ତାହାକୁ କୋର୍ଟ ଖାରଜ କରିଦେବା ସହ ଉଭୟଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ଜରିମାନା ମଧ୍ୟ କରିଛନ୍ତି । କୋର୍ଟର ସମୟ ଅଯଥା ନଷ୍ଟ କରିଥିବାରୁ ଏହି ଜରିମାନା କରାଯାଇଥିବା କୁହାଯାଉଛି ।

ଏଏସ୍‌ଆଇର ଅନୁମୋଦନ ନଥାଇ ପରିକଳ୍ପନା ପ୍ରକଳ୍ପ କରାଯାଇଥିବା ଘଟଣାକୁ ବିରୋଧ କରି ଦୁଇଟି ଏସ୍‌ଏଲ୍‌ପି ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିଲା । ଏପରିକି ପୁରୀ ଶଙ୍କରାଚାର୍ଯ୍ୟ ନିଶ୍ଚଳାନ୍ଦ ସରସ୍ୱତୀ ମଧ୍ୟ ସରକାରଙ୍କ ଏହି ପଦକ୍ଷେପକୁ ବିରୋଧ କରୁଛନ୍ତି । ବିଜେପି କଂଗ୍ରେସ ପକ୍ଷରୁ ମଧ୍ୟ ସରକାରଙ୍କ ବିରୋଧ କରାଯାଇଛି । ରାଜନୈତିକ ଦଳ ଓ କିଛି ସଂଗଠନ ମଧ୍ୟ ବିରୋଧ କରୁଛନ୍ତି । ସରକାର ଆଇନ୍ ବାହାରକୁ ଯାଇ କାର୍ଯ୍ୟକରୁଥିବା ଦର୍ଶାଇ ଏହି ବରୋଧ ହୋଇ ଆସୁଛି । ରାଜ୍ୟରେ ଏହି ପ୍ରସଙ୍ଗକୁ ନେଇ କିିଛିଦିନି ହେଲା ବେଶ୍ ହୋହାଲ୍ଲା ଜାରି ରହିଛି । କିନ୍ତୁ ବିରୋଧୀଙ୍କ ଦାବିକୁ କୋର୍ଟ ଗ୍ରହଣ କରିନାହାଁନ୍ତ । ଏହାକୁ ଏକ ଜନସ୍ୱାର୍ଥ ମାମାଲା ଭାବରେ କୋର୍ଟ ଗ୍ରହଣ କରିନାହାଁନ୍ତି । ଏଣୁ ଏବେ ରାଜ୍ୟ ସରକାର ନିର୍ଦ୍ୱନ୍ଦରେ ଓ ବିନା ବାଧାରେ ନିର୍ମାଣ କାର୍ଯ୍ୟ କରିବେ ।

ସୁପ୍ରିମକୋର୍ଟଙ୍କ ପୂର୍ବ ଅଦେଶକୁ ଭିତ୍ତି କରି ଜନ ସାଧାରଣଙ୍କ ସୁବିଧା ପାଇଁ ରାଜ୍ୟ ସରକାର ନିର୍ମାଣ କାର୍ଯ୍ୟ କରୁଥôବା କୋର୍ଟକୁ ଦର୍ଶାଇଥିଲେ । ବିରୋଧୀ ଅଯଥା କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବା ଦର୍ଶାଯାଇଥିଲା । କୋର୍ଟ ସରକାରଙ୍କ ଭିତ୍ତିକୁ ଗ୍ରହଣ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking