ଲୌସେନ: ସୋମବାର ସଦ୍ୟତମ ଏଫ୍ଆଇଏଚ୍ ୱାର୍ଲ୍ଡ ର୍ୟାଙ୍କିଙ୍ଗ୍ ଘୋଷିତ ହୋଇଥିବା ବେଳେ ଏଥିରେ ଭାରତୀୟ ପୁରୁଷ ଦଳ ଚତୁର୍ଥ ସ୍ଥାନକୁ ଖସିଆସିଥିବା ବେଳେ ମହିଳା ଦଳ ଷଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛି । ପୁରୁଷ ବିଭାଗରେ ଅଷ୍ଟ୍ରେଲିଆ ଶୀର୍ଷରେ କାଏମ ରହିଥିବା ବେଳେ ଭାରତକୁ ହଟାଇ ନେଦରଲାଣ୍ଡ୍ସ ତୃତୀୟ ସ୍ଥାନ ଦଖଲ କରିଛି । ଭାରତର ପଏଣ୍ଟ୍ ସଂଖ୍ୟା ୨୩୬୬.୯୯୦ ରହିଥିବା ବେଳେ ନେଦରଲାଣ୍ଡ୍ସ ୨୪୬୬.୭୦୭ ପଏଣ୍ଟ୍ରେ ପହଞ୍ଚି ମାନ୍ୟତାରେ ଉନ୍ନତି ପାଇଛି । ସେହିପରି ମହିଳା ବର୍ଗରେ ନେଦରଲାଣ୍ଡ୍ସ ଶୀର୍ଷରେ କାଏମ ରହିଥିବା ବେଳେ ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ଜର୍ମାନୀ ପୂର୍ବବତ୍ ତୃତୀୟରୁ ପଞ୍ଚମରେ ରହିଛନ୍ତି । ସେହିପରି ଭାରତ ୨୦୨୯.୩୯୬ ପଏଣ୍ଟ୍ ସହ ଷଷ୍ଠ ସ୍ଥାନକୁ ଲମ୍ଫ ପ୍ରଦାନ କରିଥିବା ବେଳେ ସ୍ପେନ୍ ୨୦୧୬.୧୪୯ ପଏଣ୍ଟ୍ ସହ ସପ୍ତମ ସ୍ଥାନକୁ ଖସିଆସିଛି ।