ଭୁବନେଶ୍ୱର, : ଖୁବ୍ ନିକଟରେ ପୃଥିବୀର ସର୍ବୋଚ୍ଚ ଶୃଙ୍ଗ ଏଭେରେଷ୍ଟ ଚଢ଼ି ଶ୍ରୀ ଶିଦ୍ଧାର୍ଥ ରାଉରତରାୟ ଓଡ଼ିଆ ଜାତିର ତଥା ଓଡ଼ିଶାର ଟେକ ରଖିଛନ୍ତି । ଶ୍ରୀ ରାଉତରାୟ ଓଡ଼ିଶା ପ୍ରତ୍ୟାବର୍ତନ କାର୍ଯ୍ୟକ୍ରମ ସଂପର୍କରେ ବିଧାୟକ ଶ୍ରୀ ସୁରଶେ କୁମାର ରାଉତରାୟ ସମ୍ମାନୀୟ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କ୍ରିଡ଼ାମନ୍ତ୍ରୀ, ୫ଟି ସଚିବ, ମୁଖ୍ୟ ଶାସନ ସଚୀବ ଓ କ୍ରୀଡ଼ା ସଚିବଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । କେବଳ ସେତିକି ନୁହେଁ ହୋମ୍ ସେକ୍ରେଟେରୀ ଓ ଅନ୍ୟାନ୍ୟ ସଚୀବ ବୃନ୍ଦ ଙ୍କୁ ମଧ୍ୟ ଜଣାଇଦିଆ ଯାଇଥିଲା ଏବଂ ପୁୂଲିସ୍ କମିସନର, ଡିସିପି, ରାଜ୍ୟପାଳଙ୍କୁ ବିଶ୍ୱ ବିଜେତା ଏଭେରେଷ୍ଟ ଶୃଙ୍ଘରେ ଚଢ଼ି ଜଗନ୍ନାଥ ପତାକା,ଜାତୀୟ ପତାକା ଓ ପାଇକ ପତାକା ଉଡ଼ାଇ ଜାତୀର ଗୌରବ ବଢ଼ାଇବା ସଂପର୍କରେ ଅବଗତ କରାଯାଇଥିଲା । ଶ୍ରୀ ରାଉତ ରାୟ କହିଛନ୍ତି ଯେ, ନବୀନ ବାବୁ ଆପଣଙ୍କ କାର୍ଯ୍ୟକ୍ରମ ଅତ୍ୟନ୍ତ ପ୍ରଶଂସନୀୟ କିନ୍ତୁ ନୀତି ଅର୍ଜନ କେବଳ ବିଜେଡ଼ି ମୁହାଁ । ଆମ ଅଫିସରମାନେ ଶିଷ୍ଟାଚାର ଭୁଲିଗଲେଣି । ମୁଁ ହେଉଛି କଳିଙ୍ଗ ଷ୍ଟାଡ଼ିୟମର ମୁଳଦୁଆ । ଡଃ ମହତାବଙ୍କୁ ଧରି କଳିଙ୍ଗ ଷ୍ଟାଡ଼ିୟମକୁ ଶୁଭ ଦେଇଥିଲି । ସ୍ୱର୍ଗତ ଜେ.ବି. ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିଲାବେଳେ ମୁଁ କ୍ରିଡ଼ାମନ୍ତ୍ରୀ ଥିଲା ସମୟରେ ଏହି ଷ୍ଟାଡ଼ିୟମକୁ ଛିଡ଼ା କରାଇଥିଲି । ସେହି ଷ୍ଟାଡ଼ିୟମରେ ଆପଣ କ୍ରିଡ଼ା ଜଗତର କାର୍ଯ୍ୟକ୍ରମ ଗ୍ରହଣ କରି ସୁନାମ ଅର୍ଜନ କରିଥିଲାବେଳେ ହକି ଖେଳ ସମୟରେ ମୋତେ ସାମାନ୍ୟ ନିମନ୍ତ୍ରଣ ପତ୍ର ଖଣ୍ଡିଏ ଦେଇନଥିଲେ । ଆପଣଙ୍କୁ ନେଇ ମୋ ପୁଅକୁ ଦେଖାକରାଇଥିଲି ଏବଂ ମନ୍ତ୍ରୀଙ୍କୁ ଓ ବାଚସ୍ପତିଙ୍କୁ ମଧ୍ୟ ନିମନ୍ତ୍ରଣ ପତ୍ର ଦେଇଥିଲି । କିନ୍ତୁ ମୋ ପୁଅର ସମ୍ବର୍ଦ୍ଧନା କାର୍ଯ୍ୟ କ୍ରମରେ ସରକାରଙ୍କର କୌଣସି ପଦାଧିକାରୀ ସ୍ୱାଗତ ନ କରିବା ମୋତେ ଅତ୍ୟନ୍ତ ଦୁଃଖିତ କରିଛି ବୋଲି ଶ୍ରୀ ରାଉତର ରାୟ ପ୍ରକାଶ କରିଛନ୍ତି ।