34.1 C
Bhubaneswar
Friday, March 29, 2024
Homeଓଡିଶାବନବିଭାଗ ଦ୍ୱାରା ମୂଲ୍ୟବାନ ହାତୀଦାନ୍ତ ଜବତ : ୨ ଜଣ ଗିରଫ 

ବନବିଭାଗ ଦ୍ୱାରା ମୂଲ୍ୟବାନ ହାତୀଦାନ୍ତ ଜବତ : ୨ ଜଣ ଗିରଫ 

ରାୟଗଡା : ରାୟଗଡା ଜିଲ୍ଲା ଗୁଡାରି ବନବିଭାଗ କୁ ମିଳିଛି ବଡ଼ ଧରଣର ସଫଳତା । ଗୁଡାରି ଓ ପଦ୍ମପୁର ବନାଞ୍ଚଳରେ ଅସାଧୁ ମାଫିଆ ମାନେ ପଶୁପକ୍ଷୀଙ୍କୁ ଶିକାର କରି ଚମଡା, ଶିଙ୍ଗ, ଦାନ୍ତ ପ୍ରଭୃତି ମୂଲ୍ୟବାନ ସାମଗ୍ରୀ ଚଢା ଦରରେ ବିକ୍ରି କରି ମାଲେମାଲ ହେଉଥିବା ବେଳେ ଏସବୁର ଟେର ପାଉନଥିଲା ବନ ବିଭାଗ । ଆଜି ପଦ୍ମପୁର ବ୍ଳକ ହସ୍ତୀନପୁର ଅଞ୍ଚଳରେ ହାତୀ ଦାନ୍ତ ଥିବା ନେଇ କୌଣସି ସୂତ୍ରରୁ ଖବର ପାଇ ଗୁଡାରି ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା । ଜାକବ ମାଝି ଓ ପଦ୍ମନ କାଡ୍ର।କାଙ୍କ ଠାରୁ ୨ ଗୋଟି ମୂଲ୍ୟବାନ ହାତୀ ଦାନ୍ତ ଜବତ କରାଯାଇଛି । ଜବତ ହାତୀ ଦାନ୍ତର ଲମ୍ବ ୮୦ ସେଣ୍ଟି ମିଟର ଥିବା ବେଳେ ଗୋଟିଏ ଗୋଟିଏ ଦାନ୍ତର ଓଜନ ୩ କେଜି ରୁ ଅଧିକ ରହିଛି ।।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking