ନୂଆଦିଲ୍ଲୀ: ବିନା ଟ୍ରୁ କଲରରେ ଏବେ ଉପଭୋକ୍ତାଙ୍କୁ ଅଜଣା ନମ୍ବରରୁ ଆସୁଥିବା କଲ୍ର ବିବରଣୀ ମିଳିପାରିବ । କଲର କିଏ ତାଙ୍କ ନାଁ ଜାଣିହେବ । ଟେଲିକମ୍ ନିୟାମକ ଟ୍ରାଇ ଏଭଳି ଏକ ବ୍ୟବସ୍ଥା ଉପରେ କାର୍ଯ୍ୟ କରୁଛି, ଯାହା ଜରିଆରେ କଲରଙ୍କ ନାଁ ତାଙ୍କ ସିମ୍ରେ କରାଯାଇଥିବା କେୱାଇସି ନାଁରୁ ଜଣାପଡ଼ିବ ।
ସାଧାରଣତଃ କିଏ ଅଜଣା ବ୍ୟକ୍ତି ଫୋନ୍ କଲେ ସ୍କ୍ରିନ୍ରେ କେବଳ ତାଙ୍କର ନମ୍ବର ଆସେ । କିନ୍ତୁ ଟ୍ରାଇର ଫ୍ରେମ୍ୱାର୍କ ଚୂଡ଼ାନ୍ତ ହେବା ପରେ ଉପଭୋକ୍ତାଙ୍କୁ ଫୋନ୍ରେ ୟୁଜରଙ୍କ କେୱାଇସି ନାଁ ନଜର ଆସିବ । ଏହି ବ୍ୟବସ୍ଥା ଲାଗୁ ହେବା ପରେ ଯେତେବେଳେ କୌଣସି ବ୍ୟକ୍ତି ଫୋନ କରିବେ ସ୍କ୍ରିନ୍ରେ ତାଙ୍କ ନାଁ ଆସିଯିବ ।