17.1 C
Bhubaneswar
Tuesday, November 26, 2024
Homeଓଡିଶାସୋଆରେ ପ୍ରାକ୍ - ଆନ୍ତର୍ଜାତିକ ଯୋଗ ଦିବସ

ସୋଆରେ ପ୍ରାକ୍ – ଆନ୍ତର୍ଜାତିକ ଯୋଗ ଦିବସ

ଭୁବନେଶ୍ୱର, : ଅଷ୍ଟମ ଆନ୍ତର୍ଜାତିକ ଯୋଗ ଦିବସ (ଇଂଟରନ୍ୟାସନାଲ ଯୋଗ ଡ଼େ) କୁ ଆଖିରେ
ରଖି ସୋଆ ଏନଏସଏସ ତରଫରୁ ଶନିବାର ଏକ “କାଉଂଟ ଡାଉନ ଟୁ ଆଇୱାଇଡି” କାର୍ଯ୍ୟକ୍ରମ
ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି ।
ସକାଳ ୮ ଟାରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ‘ଯୋଗ – ଏକ ପରିଚୟ” ଉପରେ ସୋଆ କୁଳପତି
ପ୍ରଫେସର ଅଶୋକ କୁମାର ମହାପାତ୍ର ଉଦ୍‌ବୋଧନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସମବେତ ସଭିଙ୍କୁ
ନିଜର ସମସ୍ତ ଭୌତିକ, ମାନସିକ ଓ ଆଧ୍ୟାତ୍ମିକ ସତାକୁ ଯୋଗ ମାଧ୍ୟମରେ ପରିଚିତି ଆଣିବାକୁ ସେ
କହିଥିଲେ । ଭାରତ କାହିଁକି ବିଶ୍ୱର ଅନ୍ୟ ସମସ୍ତ ଦେଶରେ କେବଳ ଭୌତିକ ର ବିକାଶରେ ମନ ଦେବାରୁ
ମଣିଷର ମାନସିକ ଓ ଆଧ୍ୟାମିôକ, ଏପରିକି ସାମାଜିକ ସତା ମଧ୍ୟ ବହୁଳ ଭାବରେ ଅବହେଳିତ ହୋଇଛି ।
ସକାଳୁ ଶଯ୍ୟା ତ୍ୟାଗ କରି ଯୋଗ ସାଧନା କଲେ ମନ ପ୍ରଫୁଲ୍ଲ ରହିବ, ଶରୀର ନିରୋଗ ରହିବ ଓ ଜୀବନରେ
ଶାନ୍ତି ଓ ସଫଳତା ବିରାଜମାନ ହେବ । ପ୍ରଫେସର ମହାପାତ୍ର ସମସ୍ତଙ୍କ ସହିତ ଯୋଗାସନ କରିଥିଲେ ।
ଯୋଗ ଶିକ୍ଷକ ଶ୍ରୀ ଅଖିଳ ଚନ୍ଦ୍ର ରଣା ପବନ ମୁକ୍ତାସନ, ଅର୍ଦ୍ଧଚକ୍ରାସନ, ଉଷ୍ଟ୍ରାସନ ,ବଜ୍ରାସନ, ବକ୍ରାସନ,
ତାଡାସନ, ଭୂଜଙ୍ଗାସନ, ସଲଭାସନ, ମକରାସନ ,ଅଦ୍ଧକଟିଚକ୍ରାସନ, ସୂର୍ଯ୍ୟ ନମସ୍କାର, ଶବାସନ ଅଭ୍ୟାସ
କରିବା ସହିତ ତିନୋଟି ପ୍ରାଣାୟମ ଯଥା କପାଳଭାତି, ଅନୁଲୋମ ବିଲୋମ ଓ ଭ୍ରାମରୀ ମଧ୍ୟ ଶିଖାଇଥିଲେ ।
ପ୍ରୋଗ୍ରାମ ସଂଯୋଜକ ତଥା ବିଶ୍ୱବିଦ୍ୟାଳୟ ଆଉଟରିଚ ପ୍ରୋଗ୍ରାମ ର ନିର୍ଦ୍ଦେଶକ ପ୍ରଫେସର ନଚିକେତା
ଶର୍ମା ସମସ୍ତଙ୍କୁ ପ୍ରତିଦିନ ସକାଳ ୬ଟାରୁ ନିୟମିତ ଚାଲିଥିବା (ଏପ୍ରିଲ ୨୧ରୁ ) ଆଭାସୀ (ଭଚ୍ଚୁଆର୍ଲ )
ଯୋଗ ଶିବିର ରେ ଭାଗ ନେବା ପାଇଁ କହିଥିଲେ । କୁଳପତି ପ୍ରଫେସର ମହାପାତ୍ର ପାଂଚ ଟି ଯୋଗ
ପୁରସ୍କାର ( ପ୍ରତିଟି ୧୦୦୦ଟଙ୍କା ମୂଲ୍ୟର) ଏହି ବର୍ଷ ପ୍ରଚଳନ କରିବାର ପ୍ରସ୍ତାବ ଦେଇଥିଲେ ଏବଂ
କହିଥିଲେ ଯୋଗ ପ୍ରତିଯୋଗିତାରେ ପାଂଚ ଟି ଶ୍ରେଷ୍ଠ ଯୋଗ ପ୍ରତିଭାଗୀ ଙ୍କୁ ଅଷ୍ଟମ ଆନ୍ତର୍ଜାତିକ ଯୋଗ
ଦିବସରେ ପୁରସ୍କୃତ କରିବାକୁ କହିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରୋଗ୍ରାମ ଅଫିସର ଡ. କମଳ ଲୋଚନ
ମହାନ୍ତ, ଡ. ଶାନ୍ତିଲତା ଚମ୍ପତି, ଡ. ସରୋଜ କୁମାର ମହାନ୍ତି, ଡ.ଚକ୍ରଧର ପାତ୍ର, ଡ.ଶୋଭନ ପଟ୍ଟନାୟକ,
ପ୍ରାଚିନ୍ ର ସଦସ୍ୟ ଜୀବନ କୁମାର ପଣ୍ଡା ଓ ଆଇଟିଆର ର ୱାର୍ଡନ୍ ପ୍ରଫେସର ରଂଜନ ମଲ୍ଲିକ ଙ୍କ ସହିତ
ଅନ୍ୟ ଅଧ୍ୟାପିକା ଓ ଅଧ୍ୟାପକ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ବିଶ୍ୱବିଦ୍ୟାଳୟର ପାଖାପାଖି ୧୫୦
ଏନଏସଏସ ସ୍ୱେଚ୍ଛାସେବୀ ଏହି କାର୍ଯ୍ୟକ୍ରମ ରେ ଭାଗ ନେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking