18.1 C
Bhubaneswar
Saturday, November 23, 2024
Homeଦେଶ ବିଦେଶକେବେ ବନ୍ଦ ହେବ ରୁଷ-ୟୁକ୍ରେନ ଯୁଦ୍ଧ ?ବିଜୟ ଦିବସରେ ପୁଟିନଙ୍କ ବଡ ବୟାନ

କେବେ ବନ୍ଦ ହେବ ରୁଷ-ୟୁକ୍ରେନ ଯୁଦ୍ଧ ?ବିଜୟ ଦିବସରେ ପୁଟିନଙ୍କ ବଡ ବୟାନ

ମସ୍କୋ : ଋୁଷ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ କୁ ଦୁଇ ମାସ ରୁ ଅଧିକ ସମୟ ବିତିଲାଣି । ତେବେ ଗତକାଲି ରୁଷ ୭୭ ତମ ବିଜୟ ଦିବସ ମନାଇଛି । ୧୯୪୫ ରେ ରୁଷ ନାଜି ଜର୍ମାନୀ କୁ ପରାସ୍ତ କରି ବିଜୟ ହାସଲ କରିଥିଲା । ତେଣୁ ଏହି ଦିନ କୁ ମନେ ରଖିବା ପାଇଁ ରୁଷ ବିଜୟ ଦିବସ ପାଳନ କରିଥାଏ । ତେବେ ଏହି ଖାସ ଦିନ ରେ ରୁଷ ର ରାଷ୍ଟ୍ର ପତି କିଛି ବି ସଙ୍କେତ ଦେଇ ନାହାନ୍ତି । କେବେ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଶେଷ ହେବ ସେ ନେଇ କଳ୍ପନାଜଳ୍ପନା ଏବେ ବି ଲାଗି ରହିଛି । ତେବେ ଗତକାଲି ହୋଇଥିବା ବିଜୟ ଦିବସରେ ମସ୍କୋର ସ୍କ୍ୱାୟାର ରେ ବିଜୟ ଦିବସ ମନାଇଥିଲେ ପୁଟିନ । ବହୁ ପ୍ରତିକ୍ଷିତ ଭାଷଣ ରେ ଏଥର ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ବିଶେଷ କିଛି କହି ନଥିବା ବେଳେ ୟୁକ୍ରେନ କୁ ରୁଷ ପ୍ରତି ବିପଦ ରହିଥିବା କହିଥିଲେ । ନାଟୋ ସମେତ ସମସ୍କତ ପଶ୍ଚିମି ଦେଶ ମାନଙ୍କର ବଢୁଥିବା ଅଗ୍ରଗତି କୁ ନେଇ ଅସନ୍ତୋଷ ବ୍ୟକ୍ତ କରିବା ସହ ୟୁକ୍ରେନ ଉପରେ ଠିକ ସମୟରେ ରୁଷ ଆକ୍ରମଣ କରିଥିବା କହିଥିଲେ ।ଯଦି ସ୍ୱିଡେନ ଫିନ ଲ୍ୟାଣ୍ଡ ନାଟୋ ଏବଂ ପଶ୍ଚିମି ଦେଶ ମାନଙ୍କ ସହ ଯୋଗ ଦିଅନ୍ତି ତେବେ ଏହି ଉତ୍ତେଜନା ବୃଦ୍ଧି ପାଇବ । ତେବେ ଏହି ବିଜୟ ଦିବସରେ ପୁଟିନ ସେପରି କୈାଣସି ବଡ ଘୋଷଣା କରି ନାହାନ୍ତି । ନିଜର ଦିବଙ୍ଗତ ସୈନିକ ମାନଙ୍କୁ ଏହି ବିଜୟ ଦିବସରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ ପୁଟିନ । ତେବେ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଏ ଯୁଦ୍ଧ କେବେ ସରିବ ତାହା କେବଳ ଦେଖିବାକୁ ବାକି ରହିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking