22.1 C
Bhubaneswar
Thursday, December 19, 2024
Homeଦେଶ ବିଦେଶଫ୍ୟାସନ୍‌ ହେଲା କାଳ: ଆଖିରେ କରିଥିଲେ ‘ଡାଇ’ ଟାଟୁ, ହରାଇଲେ ଦୃଷ୍ଟିଶକ୍ତି

ଫ୍ୟାସନ୍‌ ହେଲା କାଳ: ଆଖିରେ କରିଥିଲେ ‘ଡାଇ’ ଟାଟୁ, ହରାଇଲେ ଦୃଷ୍ଟିଶକ୍ତି

ନୂଆଦିଲ୍ଲୀ : ବର୍ତ୍ତମାନ ଯୁବପିଢ଼ି ଫ୍ୟାସନ୍‌ ନିଶାରେ କେଶ ସହିତ ଆଖିକୁ ରଙ୍ଗିନ୍‌ କରୁଛନ୍ତି । ଏହାକୁ ‘ଡାଇ’ କୁହାଯାଏ । କିନ୍ତୁ ଏହି ଫ୍ୟାସନ୍‌ ଜଣେ ଯୁବତୀଙ୍କ ପାଇଁ କାଳ ହୋଇଛି । ପୋଲାଣ୍ଡ ରାଜଧାନୀ ୱାରସାଓ ସହରର ଜଣେ ୨୫ ବର୍ଷୀୟା ଯୁବତୀ ଫ୍ୟାସନ୍‌ ପାଇଁ ନିଜ ଆଖିକୁ କଳା ରଙ୍ଗରେ ରଙ୍ଗେଇଥିଲେ । ହେଲେ ପରବର୍ତ୍ତୀ ସମୟରେ ସେହି କଳା ରଙ୍ଗ ତାଙ୍କ ଜୀବନକୁ ଅନ୍ଧକାରମୟ କରିଦେଇଛି । ପ୍ରଥମେ ତାଙ୍କର ଗୋଟିଏ ଆଖିର ଦୃଷ୍ଟିଶକ୍ତି ସମ୍ପୂର୍ଣ୍ଣ ଚାଲିଗଲା । ଏବେ ଅନ୍ୟ ଆଖିରେ ଏହାର କୁପ୍ରଭାବ ପଡୁଥିବା ଯୁବତୀ ଜଣଙ୍କ କହିଛନ୍ତି ।]

ତାଙ୍କ ନାମ ଆଲେକଜାଣ୍ଡ୍ରା ସାଡୋସ୍କା । ସେ ଜଣେ ରାପ୍‌ ଆର୍ଟିଷ୍ଟ ହେବାକୁ ସ୍ୱପ୍ନ ଦେଖିଥିଲେ । ହେଲେ ଏବେ ଅନ୍ୟର ସାହାରାରେ ବାଟ ଚାଲୁଛନ୍ତି । ସ୍ଥାନୀୟ ଅଞ୍ଚଳର ଜଣେ ଟାଟୁ ଆର୍ଟିଷ୍ଟଙ୍କ ପାଖରେ ଆଲେକଜାଣ୍ଡ୍ରା ନିଜ ଆଖିରେ ଡାଇ କରାଇଥିଲେ । ଆଖି ଦ୍ୱୟକୁ କଳା ରଙ୍ଗ କରିବା ପରେ ସେ ଯନ୍ତ୍ରଣା ଅନୁଭବ କରିଥିଲେ । ସାଧାରଣ ଯନ୍ତ୍ରଣା ମନେକରି ସେ ପେନ୍‌କିଲର ଖାଇଥିଲେ । ହେଲେ ପରଦିନ ତାଙ୍କ ଡାହାଣ ଆଖିର ଦୃଷ୍ଟିଶକ୍ତି ସମ୍ପୂର୍ଣ୍ଣ ନଷ୍ଟ ହୋଇଗଲା । ଏବେ ତାଙ୍କ ବାମ ଆଖିକୁ ମଧ୍ୟ କମ୍‌ ଦେଖାଯାଉଛି । ଗୁଜୁରାଣ ମେଣ୍ଟାଇବା ପାଇଁ ଆଲେକଜାଣ୍ଡ୍ରା ଏବେ ମଡେଲିଂ କରୁଛନ୍ତି । ସ୍ଥାନୀୟ ଆଇନ ଅନୁସାରେ, ଉକ୍ତ ଟାଟୁ ଆର୍ଟିଷ୍ଟଙ୍କୁ ୩ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking