ଜଳେଶ୍ୱର : ସୈତାନ ସାଜିଛି ଶାଶୁ । ନିଜ ବୋହୁକୁ ଏକ ମୁସଲମାନ ଗୁଣିଆ ହାତରେ ଟେକିଦେଲା । ପ୍ରଥମେ ନିଜ ଘରର ସବୁ ସ୍ଥିତି ସ୍ଵାଭାବିକ ହୋଇଯିବା କଥା କହି ବୋହୁ ମନରେ ବିଶ୍ଵାସ ଜନ୍ମେଇଲା ଆଉ ନିଜ ଆଖି ସାମ୍ନାରେ ଗୁଣିଆ ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରେଇଲା । ଆଉ କିଛି ଦିନ ପରେ ଯୋଜନା କରି ସେ ଗୁଣିଆ ସହ ୮୦ ଦିନ କାଳ ବୋହୁର ଦୁଷ୍କର୍ମ କରେଇଲା ।ଏଭଳି ଘଟଣା ଘଟିଛି ବାଲେଶ୍ଵରର ଜଳେଶ୍ଵରରେ । ନିର୍ୟାତନାର ସବୁ ସୀମାକୁ ପାର କରିଦେଇଛି ଏହି ଘଟଣା । ସେଖ ତରାଫ ନାମକ ଏକ ଗୁଣିଆ ସହ ମିଶି ଶାଶୁ ଏଭଳି କାଣ୍ଡ କରିଛି ଆଉ ଏହା ପଛରେ ରହିଛି ପାରିବାରିକ କଳହ । ଏନେଇ ଜଳେଶ୍ଵର ଥାନାର ଦ୍ଵାରସ୍ଥ ହୋଇଛନ୍ତି ବୋହୁ ଏବଂ ତାଙ୍କ ପରିବାର । ତେବେ ଘଟଣା ଅନୁଯାଇ ଜଳେଶ୍ଵର ଥାନା ଅଞ୍ଚଳର ଯୁବତୀଙ୍କୁ ରାଇବଣିଆ ଥାନା ଅନ୍ତର୍ଗତ ପୂର୍ଣ୍ଣ ଚନ୍ଦ୍ର ଜେନାଙ୍କ ପୁଅ ନୀଳମଣି ଜେନା ୨୦୧୭ ଜୁନ ୨୨ରେ ବାହା ହୋଇଥିଲା । ଆଉ ବାହାଘରର କିଛି ମାସ ପରେ ପାରିବାରିକ ଅଶାନ୍ତି ଆରମ୍ଭ ହୋଇଥିଲା । ଶାଶୁ ଶଶୁର ଓ ତାଙ୍କ ପରିବାର ପକ୍ଷରୁ ବୋହୁକୁ ନିର୍ୟାତନା ଦିଆଯାଇଥିଲା ।ଏହା ପରେ ଶାଶୁ ନିଜ ବୋହୁକୁ କଖାଡ ଗ୍ରାମର ମୁସଲମାନ ବଣିଆ ସେଖ ତରାଫ ନିକଟକୁ ନେଇଥିଲା । ଆଉ ଏହି ଗୁଣିଆ ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲା ଶାଶୁ । ଶାଶୁ କହିଥିଲା ଶାରୀରିକ ସମ୍ପର୍କ ରଖିଲେ ସବୁ କିଛି ଠିକ ହେଇଯିବ । ଶାଶୁର ଉପସ୍ଥିତିରେ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ ହୋଇଥିଲା ବୋହୁ । ଯଦି ଅନ୍ୟ କାହାକୁ ଜଣେଇବୁ ତୋ ପିଲାକୁ ମାଆରିବା ସହ ତୋତେ ବି ମାଆରିଇବି ବୋଲି ଧମକ ଦେଇଥିଲା ଶାଶୁ ।ଏହାର କିଛି ଦିନ ପରେ ସେ ଘରକୁ ଚାଲି ଆସିଥିଲେ । ହେଲେ ଶାଶୁ ଚାକିରି କରେଇ ଦେବା କଥା କହି ଗୁଣିଆ ସହ ମିଶି ନିଜ ବୋହୁର ଅପହରଣ କରାଇ ଥିଲା । ଏହା ପରେ ଏକ ବନ୍ଦ ଘରେ ୮୦ ଦିନ ପର୍ୟ୍ୟନ୍ତ ବୋହୁ ସହ ଦୁଷ୍କର୍ମ କରିଥିଲା ଗୁଣିଆ ଜଣକ । ଦିନେ ପରିବାର ଲୋକେ ଘରକୁ ଫୋନ କରି ସବୁ କଥା କହିବାରୁ ଘର ଯାଇ ଝିଅକୁ ଉଦ୍ଧାର କରିଥିଲେ । ତେବେ ଏହି ମାମଲା ଜଳେଶ୍ଵର ଥାନାରେ ରୁଜୁ ହୋଇଥିବା ବେଳେ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ପାଇଁ ଦାବି କରିଛନ୍ତି ପରିବାର ଲୋକେ ।