20.1 C
Bhubaneswar
Monday, December 23, 2024
Homeଦେଶ ବିଦେଶଆସନ୍ତାକାଲି ଲଞ୍ଚ ହେବ ଏଲ୍‌ଆଇସି ଆଇପିଓ

ଆସନ୍ତାକାଲି ଲଞ୍ଚ ହେବ ଏଲ୍‌ଆଇସି ଆଇପିଓ

ନୂଆଦିଲ୍ଲୀ: ଭାରତୀୟ ଜୀବନ ବୀମା ନିଗମ ପକ୍ଷରୁ ଏହାର ଆଇପିଓ ଲଞ୍ଚ କରାଯାଇଛି । ଆସନ୍ତାକାଲି ଠାରୁ ଏହି ଆଇପିଓ ଲଞ୍ଚ ଆରମ୍ଭ ହେବାକୁ ଥିବା ବେଳେ ୯ତାରିଖ ଯାଏଁ ଏହା ଜାରି ରହିବ । ୯୦୨ରୁ ୯୪୯ ଟଙ୍କା ଯାଏଁ ଏହାର ମୂଲ୍ୟ ରହିବ । ଏଲ୍‌ଆଇସି ପକ୍ଷରୁ ଏହାର ଆଇପିଓ ଆକାରକୁ ସାମାନ୍ୟ ହ୍ରାସ କରାଯାଇଥିଲେ ହେଁ ଏହା ଭାରତର ସର୍ବବୃହତ ଆଇପିଓର ମାନ୍ୟତା ହାସଲ କରିବାକୁ ଯାଉଛି । ଆସନ୍ତା ୧୭ ତାରିଖରେ ଏହା ଶେୟାର ମାର୍କେଟରେ ଲିଷ୍ଟିଂ କରାଯିବ ବୋଲି ଜଣାପଡିଛି ।

ସରକାରଙ୍କ ପକ୍ଷରୁ ୨୨,୧୩,୭୪,୯୨୦ଟି ଶେୟାର ବିକ୍ରି କରାଯାଉଥିବା ବେଳେ ଏଥିରୁ ସରକାରଙ୍କୁ ପ୍ରାୟ ୨୧ ହଜାର କୋଟି ଟଙ୍କା ପ୍ରଦାନ କରାଯିବ । ଏଲ୍‌ଆଇସି କର୍ମଚାରୀଙ୍କ ପାଇଁ ୧୫,୮୧,୨୪୯ଟି ଶେୟାର ସଂରକ୍ଷିତ ରଖାଯାଇଥିବା ବେଳେ ପଲିସି ହୋଲ୍ଡରଙ୍କ ପାଇଁ ୨,୨୧,୩୭,୪୯୨ଟି ଶେୟାର ସଂରକ୍ଷିତ ରଖାଯାଇଛି । ସମୁଦାୟ ଶେୟାର ମଧ୍ୟରୁ ୯୮.୮ ମିଲିୟନ୍ ଶେୟାର ଇନଷ୍ଟିଚ୍ୟୁସନାଲ ନିବେଶକଙ୍କ ପାଇଁ ରହିଥିବା ବେଳେ ୨୯.୬ ମିଲିୟନ୍ ନନ୍ ଇନଷ୍ଟିଚ୍ୟୁସନାଲ ନିବେଶକଙ୍କ ପାଇଁ ରଖାଯାଇଛି । ଏଲଆଇସିର ଆଇପିଓ ଲଞ୍ଚ ହେଲେ ଏହା ଭାରତୀୟ ଶେୟାର ବଜାର ଇତିହାସରେ ସବୁଠାରୁ ବଡ ଆଇପିଓ ଲଞ୍ଚ ହେବ । ଏଲଆଇସି ଆଇପିଓର ମୂଲ୍ୟ ପ୍ରାୟ ୧ ଲକ୍ଷ ୨୦ ହଜାର କୋଟି ଟଙ୍କା ରହିବ ବୋଲି ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking