34.1 C
Bhubaneswar
Friday, September 20, 2024
Homeଅପରାଧସ୍ୱାମୀଙ୍କୁ ସନ୍ଦେହ ହେବାରୁ ଶୋଇବା ଘରେ କ୍ୟାମେରା ଲଗାଇ ବାହାରକୁ ଚାଲିଗଲେ ଆଉ ତାପରେ ହେଲା...

ସ୍ୱାମୀଙ୍କୁ ସନ୍ଦେହ ହେବାରୁ ଶୋଇବା ଘରେ କ୍ୟାମେରା ଲଗାଇ ବାହାରକୁ ଚାଲିଗଲେ ଆଉ ତାପରେ ହେଲା କିଛି ଏପରି ……….

ନୂଆଦିଲ୍ଲୀ : ବିବାହ ପରେ ବି ସ୍ତ୍ରୀ ପୁରୁଣା ପ୍ରେମିକ ସହିତ କଥା ହେବା ଓ ଭେଟିବା ବନ୍ଦ କରିପାରିନଥିଲା। ଦୁଇ କି ତିନି ଥର ନୁହେଁ ମନା କରିବା ସତ୍ତ୍ବେ ବି ବାରମ୍ବାର ପ୍ରେମିକକୁ ଭେଟ କରୁଥିଲା ସ୍ତ୍ରୀ। ଶେଷରେ ସ୍ବାମୀ ନିଜ ସ୍ତ୍ରୀକୁ ହିଁ ପ୍ରେମିକ ସହିତ ବିବାହ କରାଇଦେଇଥିଲେ। ମୁଖ୍ୟ କଥା ଏହା କି, ଏହି ବିବାହରେ ଯୁବକ ଓ ତାର ପରିବାର ଲୋକ ଉପସ୍ଥିତ ଥିଲେ।

ବାରାଣସୀର ଫୁଲପୁର ଥାନା ଅନ୍ତର୍ଗତ ଗଡ଼ଖରା ଗାଁ ନିବାସୀଙ୍କ ବିବାହ ଗାଜିପୁର ଜିଳ୍ଲାର ଗାଦିପୁର ଗାଁର ଜଣେ ଝିଅ ସହିତ ହୋଇଥିଲା। ୨୦୧୮ରେ ଦୁହେଁ ବିବାହ କରିଥିଲେ। ବିବାହର କିଛି ଦିନ ପରେ ସ୍ବାମୀଙ୍କୁ ଜଣାପଡ଼ିଲା କି ତାଙ୍କ ସ୍ତ୍ରୀର ଅନ୍ୟ ଜଣଙ୍କ ସହିତ ସମ୍ପର୍କ ରହିଛି।ଏମିତିକି ବିବାହ ପରେ ବି ସ୍ତ୍ରୀ ତାର ପୁରୁଣା ପ୍ରେମିକ ସହ କଥାବର୍ତ୍ତା ଜାରି ରଖିଥିଲା। ସ୍ବାମୀଙ୍କୁ ଲାଗୁଥିଲା କି ସେ ଘରେ ରହୁନଥିବା ସମୟରେ ପ୍ରେମିକ ତାଙ୍କ ସ୍ତ୍ରୀକୁ ନିଜ ଘରକୁ ଡାକୁଥିଲା। ଏହି ସବୁ କାରଣ ନେଇ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ବାରମ୍ବାର ଝଗଡ଼ା ଲାଗି ରହୁଥିଲା। ।

ଶେଷରେ ସ୍ବାମୀ ସନ୍ଦେହ କରି ଶୋଇବା ଘରେ ଏକ କ୍ୟାମେରା ଲଗାଇ ଗୋଟିଏ ରାତି ପାଇଁ ବାହାରକୁ ଚାଲିଗଲେ। ସେହି ଦିନ ରାତିରେ ହିଁ ସ୍ତ୍ରୀର ପ୍ରେମିକ ତାଙ୍କ ଘରକୁ ଆସିଥିଲା। ସ୍ବାମୀ ଘରକୁ ଫେରି ରେକିଡିଂ ଦେଖିବା ପରେ ସ୍ତ୍ରୀ ଓ ପ୍ରେମିକର ଲୁଚାଛପା ପ୍ରେମର ଖୁଲାସା ହୋଇଥିଲା। ଶେଷରେ ଲୁଚାଛପା ପ୍ରେମରୁ ମୁକ୍ତି ପାଇବା ପାଇଁ ସ୍ବାମୀ ଜଣକ ନିଜ ସ୍ତ୍ରୀକୁ ପ୍ରେମିକ ସହିତ ବିବାହ କରାଇ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking