28.1 C
Bhubaneswar
Tuesday, December 17, 2024
Homeକରୋନାସପ୍ତାହକ ମଧ୍ୟରେ ଦିଲ୍ଲୀରେ କୋଭିଡ୍‌ର ଦ୍ରୁତ ସଂକ୍ରମଣ : ସଙ୍ଗରୋଧ ରୋଗୀଙ୍କ ସଂଖ୍ୟା ୪୮% ବୃଦ୍ଧି

ସପ୍ତାହକ ମଧ୍ୟରେ ଦିଲ୍ଲୀରେ କୋଭିଡ୍‌ର ଦ୍ରୁତ ସଂକ୍ରମଣ : ସଙ୍ଗରୋଧ ରୋଗୀଙ୍କ ସଂଖ୍ୟା ୪୮% ବୃଦ୍ଧି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ଓ ଏନ୍‌ସିଆରରେ କୋଭିଡ୍‌ର ଦୈନିକ ସଂକ୍ରମଣ ପୁଣି ଥରେ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ବିଗତ ଏକ ସପ୍ତାହ ମଧ୍ୟରେ ଦିଲ୍ଲୀରେ ପିଜିଟିଭ୍ ହାର ୨ ପ୍ରତିଶତ ବୃଦ୍ଧି ପାଇଥିବାବେଳେ ସଙ୍ଗରୋଧ (ହୋମ୍ ଆଇସୋଲେସନ)ରେ ରହିଥିବା ସଂକ୍ରମିତଙ୍କ ସଂଖ୍ୟା ୪୮ ପ୍ରତିଶତକୁ ବୃଦ୍ଧି ପାଇଥିବା ଜଣାପଡିଛି । ପିଟିଆଇ ସୂତ୍ରରୁ କୁହାଯାଇଛି ଯେ ଗୁରୁବାର ସୁଦ୍ଧା ସଙ୍ଗରୋଧରେ ରହିଥିବା ରୋଗୀଙ୍କ ସଂଖ୍ୟା ୫୭୪ରେ ପହଞ୍ଚିଥିବାବେଳେ ୩୨୫ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଏପ୍ରିଲ ୧୧ରେ ସଙ୍ଗରୋଧରେ ଥିବା ରୋଗୀଙ୍କ ସଂଖ୍ୟା ୪୪୭ ଥିବାବେଳେ ୧୩ରେ ଏହା ୫୦୪ ଏବଂ ୧୪ ସୁଦ୍ଧା ଏହା ୫୭୪ ଛୁଇଁଛି ।

ଏପ୍ରିଲ ୧ରେ ଦିଲ୍ଲୀରେ ଦୈନିକ ସଂକ୍ରମଣ ୦.୫୭ ପ୍ରତିଶତ ଥିବାବେଳେ ଏପ୍ରିଲ ୧୪ ସୁଦ୍ଧା ଏହା ୨.୩୯ ପ୍ରତିଶତକୁ ବୃଦ୍ଧି ପାଇଛି । ତଦନୁଯାୟୀ ସଙ୍ଗରୋଧରେ ଥିବା ରୋଗୀଙ୍କ ସଂଖ୍ୟା ମଧ୍ୟ ଆନୁପାତିକଭାବେ ବୃଦ୍ଧି ପାଉଥିବା କୁହାଯାଇଛି । ଏପ୍ରିଲ ୮ ସୁଦ୍ଧା ଦିଲ୍ଲୀରେ ୧୪୬ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବାବେଳେ ସଙ୍ଗରୋଧ ରୋଗୀଙ୍କ ସଂଖ୍ୟା ୩୮୮ ରହିଥିଲା ।

ଏପ୍ରିଲ ୧୪ ସୁଦ୍ଧା ସଙ୍ଗରୋଧ ରୋଗୀଙ୍କ ସଂଖ୍ୟା ୫୭୪ରେ ପହଞ୍ଚିଥିବାବେଳେ ଏଥିରେ ୪୮ ପ୍ରତିଶତ ବୃଦ୍ଧି ଘଟିଛି । ଏହାସତ୍ତ୍ୱେ ସ୍ଥିତିକୁ ନେଇ ବିବ୍ରତ ହେବାର କୌଣସି କାରଣ ନାହିଁ ବୋଲି ଡାକ୍ତରମାନେ କହିଛନ୍ତି । କୋଭିଡ୍ ଗାଇଡ୍‌ଲାଇନ ପାଳନରେ କୌଣସି ଅବହେଳା ନକରିବାକୁ ସେମାନେ ପରାମର୍ଶ ଦେଇଛନ୍ତି । ବର୍ତ୍ତମାନ ସାମାନ୍ୟ ଲକ୍ଷଣ ଦେଖାଗଲେ କୋଭିଡ୍ ପରୀକ୍ଷା କରାଇବାକୁ ଅଧିକାଂଶ ଲୋକ ଅନିଚ୍ଛା ପ୍ରକାଶ କରୁଥିବାବେଳେ ଘରେ ସଙ୍ଗରୋଧରେ ରହିବାକୁ ଅଧିକ ପସନ୍ଦ କରୁଥିବା ଜଣାପଡିଛି । ଅପରପକ୍ଷରେ ଦିଲ୍ଲୀରେ କୋଭିଡ୍‌ଜନିତ ମୃତ୍ୟୁସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟୁଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking