28.1 C
Bhubaneswar
Tuesday, December 17, 2024
Homeଋଷିଆ-ୟୁକ୍ରେନ୍ ଯୁଦ୍ଧନାଟୋ ରାଷ୍ଟ୍ରକୁ ରୁଷ୍‌ର ଚେତାବନୀ : ୟୁକ୍ରେନ୍‌କୁ ଅସ୍ତ୍ର ଯୋଗାଇଲେ ପରିଣାମ ଭୟଙ୍କର

ନାଟୋ ରାଷ୍ଟ୍ରକୁ ରୁଷ୍‌ର ଚେତାବନୀ : ୟୁକ୍ରେନ୍‌କୁ ଅସ୍ତ୍ର ଯୋଗାଇଲେ ପରିଣାମ ଭୟଙ୍କର

ମସ୍କୋ: ରୁଷ୍ ପକ୍ଷରୁ ଶୁକ୍ରବାର ଆମେରିକା ନେତୃତ୍ୱାଧୀନ ନାଟୋ ରାଷ୍ଟ୍ରକୁ ଧମକ ଦିଆଯାଇଛି । ୟୁକ୍ରେନ୍‌ଙ୍କୁ ଯୁଦ୍ଧାସ୍ତ୍ର ଯୋଗାଇଲେ ପରିଣାମ ଭୟଙ୍କର ହେବ ବୋଲି କୁହାଯାଇଛି । ଆମେରିକୀୟ ସମ୍ବାଦପତ୍ର ‘ୱାଶିଂଟନ ପୋଷ୍ଟ’ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଆମେରିକାରେ ଅବସ୍ଥାପିତ ରୁଷ୍ ଦୂତାବାସ ପକ୍ଷରୁ ଏଭଳି ଧମକପୂର୍ଣ୍ଣ ପତ୍ର ଆମେରିକା ବିଦେଶ ମନ୍ତ୍ରଣାଳୟକୁ ପଠାଯାଇଛି । ଏହି ପତ୍ରର ଶୀର୍ଷକ ‘ଅନ୍ ରୁଷିୟା’ ବୋଲି ଜଣାପଡିଛି । ଯୁଦ୍ଧ ପ୍ରଭାବିତ ଅଞ୍ଚଳକୁ ଅସ୍ତ୍ରଶସ୍ତ୍ର ପଠାଇବା ନାଟୋ ସମ୍ବିଧାନର ବିରୋଧୀ ହୋଇଥିବାରୁ ୟୁକ୍ରେନ୍‌କୁ ଏସବୁ ଯୋଗାଇ ଆମେରିକା ନିୟମ ଉଲ୍ଲଂଘନ କରୁଥିବା ରୁଷ୍ ଅଭିଯୋଗ କରିଛି ।

ୟୁକ୍ରେନ୍‌କୁ ମିଳିଥିବା ମଲଟିପୁଲ ରକେଟ ଲଞ୍ଚର୍ସ ସବୁଠାରୁ ବିଧ୍ୱଂସୀକାରୀ ଅସ୍ତ୍ର ବୋଲି ରୁଷ୍ ପକ୍ଷରୁ କୁହାଯାଇଛି । ୟୁକ୍ରେନ୍‌କୁ ଯୁଦ୍ଧାସ୍ତ୍ର ଯୋଗାଣ ବନ୍ଦ କରିବାକୁ ରୁଷ୍ ପକ୍ଷରୁ ବାରମ୍ବାର ଆମେରିକା ଓ ନାଟୋ ରାଷ୍ଟ୍ରକୁ ମନା କରାଯାଉଛି । ଏହାସତ୍ତ୍ୱେ ଯୋଗାଣ ଅବ୍ୟାହତ ରହିଥିବାରୁ ଏହା ଯୁଦ୍ଧାଞ୍ଚଳ ସମେତ ଆନ୍ତର୍ଜାତିକ ନିରାପତ୍ତାକୁ ମଧ୍ୟ ବିପନ୍ନ କରିବ ବୋଲି ରୁଷ୍ ଚେତାବନୀ ଦେଇଛି । କେବଳ ୟୁକ୍ରେନ୍‌କୁ ଯୁଦ୍ଧାସ୍ତ୍ର ଯୋଗାଇବା ବ୍ୟତୀତ ରୁଷ୍‌କୁ ସାମରିକ ସହାୟତା ନଦେବାକୁ ଆମେରିକା ଅନ୍ୟ ରାଷ୍ଟ୍ର ଉପରେ ଚାପ ପକାଉଥିବା ମଧ୍ୟ ରୁଷ୍ ଅଭିଯୋଗ କରିଛି । ସୂଚନାଯୋଗ୍ୟ ୟୁକ୍ରେନ୍ ପକ୍ଷରୁ ‘ନେପ୍‌ଚ୍ୟୁନ୍‌’ କ୍ଷେପଣାସ୍ତ୍ର ଆକ୍ରମଣରେ ଗୁରୁବାର ମସ୍କ୍‌ଭା ଯୁଦ୍ଧଜାହାଜ ବୁଡିଯିବାପରେ ରୁଷ୍ ପ୍ରତିକ୍ରିୟାଶୀଳ ହୋଇଉଠିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking