ଗାଜିଆବାଦ: ଜଣେ ଦଶ ବର୍ଷର ନାବାଳକକୁ 16 ବର୍ଷର ସମ୍ପର୍କୀୟ ଭାଇ ଓ ତାଙ୍କ ବନ୍ଧୁମାନେ ଅପହରଣ କରି ହତ୍ୟା କରିଥିବା ଅଭିଯୋଗ ହୋଇଛି । ବାଳକ ହର୍ଷ ଏପ୍ରିଲ 11 ରେ ସମ୍ପର୍କୀୟଙ୍କ ସହ ବାହାଘର ପାଇଁ ଯାଇ ଆଉ ଘରକୁ ଫେରିନଥିଲା।
ପରିବାର ପକ୍ଷରୁ ଏନେଇ ଗାଜିଆବାଦ ପୋଲିସ ଷ୍ଟେସନରେ ନିଖୋଜ ବ୍ୟକ୍ତିଙ୍କ ରିପୋର୍ଟ ଦାଖଲ କରାଯାଇଥିଲା,1 ପରେ ପୋଲିସ ପକ୍ଷରୁ ସମ୍ପର୍କୀୟଙ୍କୁ ସନ୍ଦିଗ୍ଧ ଭାବରେ ଗିରଫ କରାଯାଇଥିଲା ଏବଂ ସେ ତାଙ୍କର ଦୁଇ ସାଙ୍ଗଙ୍କ ସହ ବାଳକକୁ ହତ୍ୟା କରିଥିବା ସ୍ୱୀକାର କରିଥିଲା ।
16 ବର୍ଷୀୟା ପ୍ରକାଶ କରିଛନ୍ତି ଯେ, ସେ ତାଙ୍କ ସାଙ୍ଗମାନଙ୍କ ସହ ଶିଶୁର ଗଳା କାଟି ତାଙ୍କ ଶରୀରକୁ ଏକ ଅଖା ଭିତରେ ରଖି ତାହାକୁ ନୋଏଡାର ସେକ୍ଟର 54 ର ଖାର୍ଗୋଶ ପାର୍କର ଏକ ନିଛାଟିଆ ଜଙ୍ଗଲରେ ପକାଇ ଦେଇଛନ୍ତି।
ପୋଲିସ ଉକ୍ତ ସ୍ଥାନରୁ ମୃତଦେହକୁ ଉଦ୍ଧାର କରି ହତ୍ୟାରେ ସମ୍ପୃକ୍ତ ଥିବା ତିନିଜଣଙ୍କୁ ଅଟକ ରଖିଛି।
ଅଧୀକ୍ଷକ ପୋଲିସ (କ୍ରାଇମବ୍ରାଞ୍ଚ) ଗାଜିଆବାଦ, ଦିଶା ଶର୍ମା ପ୍ରକାଶ କରିଛନ୍ତି ଯେ ସମ୍ପର୍କୀୟ ଶିଶୁଟିକୁ ଅପହରଣ କରିବା ପରେ ମୁକ୍ତି ଟଙ୍କା ମାଗିବାକୁ ଚାହିଁଥିଲେ, କିନ୍ତୁ ଧରାପଡ଼ିବା ନେଇ ଭୟଭୀତ ହୋଇପଡିଥିଲେ । ପରେ ସେମାନେ ଶିଶୁଟିକୁ ହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ।
ମୁଖ୍ୟ ଅଭିଯୁକ୍ତ, ପୀଡ଼ିତଙ୍କ ସମ୍ପର୍କୀୟ ଭାଇ, ପ୍ରଥମେ ପିଲାଟିକୁ ଖୋଜିବାର ବାହାନା କରିଥିଲେ 1 କିନ୍ତୁ ପୋଲିସ ଏଥିରେ ସାମିଲ ହେବା ପରେ, ତାଙ୍କୁ ପଚରା ଉଚରା କରିବା ପରେ ଖୁବ୍ ଶୀଘ୍ର ତାଙ୍କୁ ସନ୍ଦେହଜନକ ଭାବେ ନିଆଯାଇଥିଲା 1ସେ ଘଟଣାଟି କେଉଁଠାରେ ଘଟିଲା ସବୁ କହିଥିଲା |