27.1 C
Bhubaneswar
Tuesday, November 5, 2024
Homeଦେଶ ବିଦେଶକମିଲା ଭାକ୍ସିନ ଦାମ୍ : ୬୦୦ ବଦଳରେ ଏବେ ହେଲା ଏତିକି…

କମିଲା ଭାକ୍ସିନ ଦାମ୍ : ୬୦୦ ବଦଳରେ ଏବେ ହେଲା ଏତିକି…

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଘରୋଇ ଟିକାକରଣ କେନ୍ଦ୍ରରେ ୧୮ ବର୍ଷରୁ ଅଧିକ ବର୍ଗଙ୍କ ପାଇଁ କୋଭିଡ-୧୯ ଟିକାର ସତର୍କତାମୂଳକ ତୃତୀୟ ଡୋଜ୍‌ ବା ବୁଷ୍ଟର ଡୋଜ୍‌ ରୋଲଆଉଟ୍‌ ଘୋଷଣା କରିବାର ଗୋଟିଏ ଦିନ ପରେ ଟିକା ମୂଲ୍ୟ ହ୍ରାସ କରିଛନ୍ତି ସେରମ ଇନଷ୍ଟିଚ୍ୟୁଟ୍ ଓ ଭାରତ ବାୟୋଟେକ୍। ଗତକାଲି କୋଭିସିଲ୍ଟ ଟିକା ଟ୍ୟାକ୍ସକୁ ଛାଡ଼ି ୬୦୦ ଟଙ୍କାରେ ଉପଲବ୍ଧ ହେବ ବୋଲି କହିଥିଲେ ସେରମ ଇନଷ୍ଟିଚ୍ୟୁଟର ମୁଖ୍ୟ ଅଦାର ପୁନାୱାଲା। ହେଲେ ଆଜି ଏଥିରେ ପରିବର୍ତ୍ତନ ଅଣାଯାଇ କୋଭିସିଲ୍ଟ ଟିକା ମୂଲ୍ୟକୁ ୨୨୫ଟଙ୍କା କରାଯାଇଥିବା ଟ୍ବିଟ କରି କହିଛନ୍ତି ପୁନାୱାଲା। ଏହା ସହ କୋଭାକ୍ସିନ ଟିକାର ମୂଲ୍ୟ ମଧ୍ୟ ୧୨୦୦ଟଙ୍କାରୁ ହ୍ରାସ ପାଇ ୨୨୫ଟଙ୍କା ହୋଇଥିବା କହିଛନ୍ତି ଭାରତ ବାୟୋଟେକ୍ ସହ-ସଂସ୍ଥାପକ ସୁଚିତ୍ରା ଏଲ୍ଲା। ଏହି ଦାମ ସହ ସେବା ଚାର୍ଜ ଭାବରେ ଘରୋଇ କ୍ଲିନିକ୍‌ ଡୋଜ୍‌ ପିଛା ସର୍ବାଧିକ ୧୫୦ ଟଙ୍କା ଆଦାୟ କରିପାରିବେ।

ଜନସାଧାରଣଙ୍କ ସ୍ୱାର୍ଥ ପାଇଁ ସିରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଏବଂ ଭାରତ ବାୟୋଟେକ ୧୮ ବର୍ଷରୁ ଅଧିକ ବର୍ଗଙ୍କ ପାଇ ବୁଷ୍ଟର ଡୋଜ୍ ପାଇଁ ଟିକାର ଦାମ୍ କମ୍ କରି ୨୨୦ ଟଙ୍କା+ ଜିଏସଟି କରାଯାଇଛି । ଏବେ କୋଭିସିଲ୍ଡ, କୋଭାକ୍ିସନ ଏବଂ କୋଭାଭାକ୍ସର ବୁଷ୍ଟର ଡୋଜ୍ ୨୨୦ ଟଙ୍କାରେ ପ୍ରାଇଭେଟ ହସ୍ପିଟାଲରେ ମିଳିବ। କରୋନା ମହାମାରୀ ସହ ଲଢ଼ିବା ପାଇଁ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ନେବା ସହ ୧୮ ବର୍ଷରୁ ଅଧିକ ବୟସର ଲୋକଙ୍କ ପାଇଁ ପ୍ରିକସନ ଡୋଜ୍ ଦେବା ପାଇଁ ଅନୁମତି ଦେଇଛନ୍ତି । ଏବେ ବୟସ୍କ ଲୋକ ୧୦ ଏପ୍ରିଲ ଠାରୁ ଘରୋଇ ହସ୍ପିଟାଲକୁ ଯାଇ ବୁଷ୍ଟର ଡୋଜ୍ ନେଇପାରିବେ । ଯେଉଁ ଲୋକମାନେ ଭାକ୍ସିନର ଉଭୟ ଡୋଜ୍ ନେଇସାରିଛନ୍ତି ଏବଂ ୯ ମାସ ହୋଇସାରିଛି, ସେମାନେ ଭାକ୍ସିନର ବୁଷ୍ଟର ଡୋଜ୍ ପାଇଁ ଯୋଗ୍ୟ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking