26.1 C
Bhubaneswar
Thursday, November 7, 2024
Homeଓଡିଶାନାବାଳିକାକୁ ଦୁଷ୍ମର୍ମ ମାମଲା : ଅଭିଯୁକ୍ତକୁ ୨୦ ବର୍ଷ ଜେଲ

ନାବାଳିକାକୁ ଦୁଷ୍ମର୍ମ ମାମଲା : ଅଭିଯୁକ୍ତକୁ ୨୦ ବର୍ଷ ଜେଲ

ଫୁଲବାଣୀ : ଜଣେ ୮ ବର୍ଷର ନାବାଳିକାକୁ ଦୁଷ୍ମର୍ମ ଅଭିଯୋଗରେ ୫୫ ବର୍ଷୀୟ ଅଭିଯୁକ୍ତକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି ଫୁଲବାଣୀ ସ୍ୱତନ୍ତ୍ର ପକ୍‌ସୋ ଅଦାଲତ । ଅଭିଯୁକ୍ତକୁ ୬୦ ହଜାର ଟଙ୍କାର ଅର୍ଥ ଦଣ୍ଡ ହୋଇଛି । ଜୋରିମାନା ଅନାଦେୟ ଦୋଷୀକୁ ଆଉ ଏକ ବର୍ଷ ଅଧିକ ଜେଲ ଭୋଗିବାକୁ ପଡ଼ିବ ବୋଲି ଅଦାଲତଙ୍କ ରାୟରେ ଉଲ୍ଲେଖ ଅଛି । ଅଭିଯୁକ୍ତ ଖଜୁରୀପଡ଼ା ଥାନା ଅଞ୍ଚଳର ପ୍ରସନ୍ନ ବେହେରା(୫୫) ବୋଲି ଜଣାପଡ଼ିଛି । ଗତ ୨୦୧୮ ଜୁଲାଇ ମାସରେ ଖଜୁରୀପଡ଼ା ଥାନା ଅଞ୍ଚଳର ନାବାଳିକା ଜଣକ ନିଜ ଘର ପାଖ ନଳକୂପରେ ଗାଧୋଉଥିବା ସମୟରେ ଅଭିଯୁକ୍ତ ପ୍ରସନ୍ନ ମୁହଁରେ ଗାମୁଛା ଘୋଡ଼େଇ ତାକୁ ଘର ଭିତରକୁ ନେଇ ଦୁଷ୍ମର୍ମ କରିଥିଲେ । ପରିବାର ଲୋକେ ଖଜୂରୀପଡା ଥାନାରେ ଏତଲା ଦେବାରେ ପୁଲିସ କେସ ନଂ ୫୪/୨୦୧୮ ରୁଜ୍ଜୁ କରି ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତକୁ ଗିରଫ କରିଥିଲେ । ଫୁଲବାଣୀ ସ୍ୱତନ୍ତ୍ର ପକ୍‌ସୋ ଅଦାଲତର ବିଚାରପତି ଭାଷ୍କର ଚନ୍ଦ୍ର ସାହୁ ୧୨ ଜଣ ସାକ୍ଷୀଙ୍କ ବୟାନ ଆଧାରରେ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବା ସହ ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି । ମାମଲାଟିକୁ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପିପି ବନମାଳୀ ବେହେରା ପରିଚାଳନା କରୁଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking