ବୌଦ୍ଧ: ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ ଦବଲା ପଞ୍ଚାୟତ ବଉଳାସିଂହାରେ ଅଘଟଣ ଘଟିଛି । ଅଙ୍ଗନୱାଡିରେ ପିଲାଏ ପଢ଼ୁଥିବା ବେଳେ ସେଠାରେ ବାଘୁଆ ମହୁମାଛି ଦଳ ଛୋଟ ପିଲାଙ୍କ ସମେତ ଦୁଇ ଜଣ ଅଙ୍ଗନୱାଡି ହେଲ୍ପର୍ଙ୍କୁ ଆକ୍ରମଣ କରିଥିଲେ । ଫଳରେ ୮ ଶିଶୁଙ୍କ ସମେତ ଦୁଇଜଣ ୱାର୍କର ଗୁରୁତର ହେବାରୁ ସେମାନଙ୍କୁ ସୋନପୁର ମେଡିକାଲ୍ରେ ଭର୍ତ୍ତି କରାଯାଇଛି । ପିଲାଙ୍କ ଅଭିଭାବକମାନେ ସେମାନଙ୍କ ପିଲାମାନଙ୍କୁ ମେଡିକାଲ୍ରେ ଭର୍ତ୍ତି କରିଥିବା ବେଳେ ମହୁମାଛି ଆକ୍ରମଣରେ ପିଲାଙ୍କ ଆର୍ତ୍ତ ଚିତ୍କାର ମେଡିକାଲ୍ ପରିସରକୁ ଅତି ସମ୍ବେଦନଶୀଳ କରି ଦେଇଥିବା ଦେଖିବାକୁ ମିଳିଥିଲା । ମହୁମାଛି ଆକ୍ରମଣର ପ୍ରକୃତ କାରଣ ଜଣାପଡ଼ିନଥିଲେ ସୁଦ୍ଧା ଅଙ୍ଗନୱାଡି ନିକଟରେ ଥିବା ଏକ ଗଛରେ ମହୁଫେଣାରୁ ମହୁମାଛିମାନେ ଆକ୍ରମଣ କରିଥିବା ଜଣାପଡ଼ିଛି ।