ଯାଜପୁର: ଯାଜପୁର ପୁର ଜିଲ୍ଲା କୋରେଇ ବ୍ଲକ ରେ ଦୁଇ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଜାତି ଗତ ଜାଲ ପ୍ରମାଣ ପତ୍ର ଦର୍ଶାଇ ଚାକିରୀ କରି ଥିଲେ l ଧର ପଗଡ଼ ରେ ଧରା ପଡ଼ି ଥିଲେ l.ଜାଲ ପ୍ରମାଣ ପତ୍ର ଅଭିଯୋଗ ରେ ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ଚାକିରୀ ରୁ ନିଲମ୍ବିତ ହୋଇ କରା ଯାଇଛି l ଜାତି ଗତ ଜାଲ ପ୍ରମାଣ ପତ୍ରଓ ମାର୍କ ସିଟ ମଧ୍ୟ ଜାଲ ଦର୍ଶାଇ ଶିକ୍ଷକ ଓ ଶିକ୍ଷୟତ୍ରୀ ଭାବ ରେ ବହୁ ନିଯୁକ୍ତି ପାଇ ଛନ୍ତି l ଏବେ ଧରପଗଡ଼ ଚାଲିଛି l ଜାଲ ଜାତିଗତ ପ୍ରମାଣ ପତ୍ର ଦେଇ 8ବର୍ଷ ରୁ ଉର୍ଦ୍ଧ ହେବ ପଚିକୋଟ ହାଇ ସ୍କୁଲରେ ଶିକ୍ଷକ
ଭାବ ରେ ମାନସ କୁମାର ନାୟକ ଚାକିରୀ କରି ଥିଲେ l ଏବେ ତଦନ୍ତ ରେ ଧରାପଡ଼ିଛନ୍ତି l ଅନ୍ୟ ପକ୍ଷ ରେ ତରପଦା ପ୍ରାଥମିକ ବିଦ୍ୟାଳୟ ରେ ଶିକ୍ଷୟତ୍ରୀ ଭାବ ରେ ନିଯୁକ୍ତ ପାଇ ଥିବା ଜୋସ୍ନl ନାୟକ ମଧ୍ୟ ଜାଲ ଜାତିଗତ ପ୍ରମାଣ ପତ୍ର ରେ ନିଯୁକ୍ତ ପାଇ ଛନ୍ତି l ଏବେ ଉକ୍ତ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷୟତ୍ରୀ ଅଛନ୍ତି ଶିକ୍ଷା ବିଭାଗ କୁ ଚକ୍ମା ଦେଖାଇ ଚାକିରୀ କରିଥିଲେ l.ଏତେ ବର୍ଷ ଧରି ଚାକିରୀ କରି ଥିଲେ ଶିକ୍ଷା ବିଭାଗ କିପରି ଜାଣି ପାରିଲା ନାହିଁ ତାହା ପ୍ରଶ୍ନ ବାଚୀ ସୃଷ୍ଟି କରିଛି l ଦିଲୀପ ଦାସ ନାମକ ଯୁବ ସମାଜ ସେବି ଏ ସମ୍ପର୍କ ରେ ବହୁ ତଥ୍ୟ ଦେଇ ଶିକ୍ଷା ବିଭାଗ କୁ ଅଭିଯୋଗ କରି ଥିଲେ l କିନ୍ତୁ କୌଣସି କାର୍ଯ୍ୟ ନୁଷ୍ଠାନ ନ ହେବାରୁ ଜାଲ ପ୍ରମାଣ ପତ୍ର ରେ କୋରେଇ ବ୍ଲକ ତଥା ଜିଲ୍ଲା ଅନେକ ଶିକ୍ଷକ ଓ ଶିକ୍ଷୟତ୍ରୀ ଭାବ ରେ ଚାକିରୀ କରି ଥିବା ସଂପର୍କ ରେ କଟକ ରାଜସ୍ୱ ଡ଼ିଭିଜନାଲ କମିଶନ =(R.D.C)ନିକଟରେ ଏକ ଅଭିଯୋଗ କରିଥିଲେ l ରା ଡ଼ି ସି ଅଭିଯୋଗ କୁ ତଦନ୍ତ କରିବା ପାଇଁ ବ୍ୟlସନଗର ତହସିଲଦାର ଙ୍କୁ ନିର୍ଦେଶ ଦେଇ ଥିଲେ l ତହସିଲଦାର ତଦନ୍ତ କରିଥିଲେ l ଏହି ଦୁଇ ଶିକ୍ଷକ, ଶିକ୍ଷୟତ୍ରୀ ଙ୍କ ର ଜାତି ଗତ ଜାଲ ପ୍ରମାଣ ପତ୍ରକୁ ଧରି ଥିଲେ l ଓ ରିପୋର୍ଟ ରା ଡ଼ି ସି ଙ୍କୁ ପଦାନ କରି ଥିଲେ l.ରା ଡ଼ି ସି କୋରେଇ ବି ଇ ଓ ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ନେବା ପାଇଁ ନିର୍ଦେଶ ଦେଇ ଥିଲେ l କୋରେଇ ବି ଇ ଓ ଲେଟର no3520.ତାରିଖ 31-3-2022ରେ ପଚିକୋଟ ହାଇ ସ୍କୁଲ ର ଶିକ୍ଷକ ମାନସ କୁମାର ବେହେରା ଓ ତରପଡା ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଜୋସ୍ନl ନାୟକ ଙ୍କୁ ଚାକିରୀ ରୁ ନିଲମ୍ବିତ କରିଛନ୍ତି l ଏହି ଦୁଇ ଜଣ ଭାଇ ଭଉଣୀ ସେମାନେ ଜାଲ ଜାତିଗତ ପ୍ରମାଣ ପତ୍ର କରି ଦେଇ ଥିଲେ l ଏହି ଜାଲ ଜାତି ଗତ ପ୍ରମାଣ ପତ୍ର ରେ ତହସିଲ ଅଫିସ ର କର୍ମଚାରୀ ସମ୍ପୃକ୍ତ ଅଛନ୍ତି ନା ତାହା ତଦନ୍ତ ସlଫେକ୍ଷ l କୋରେଇ ବ୍ଲକ ରେ ବହୁ ଜାଲ ପ୍ରମାଣ ପତ୍ର ଦେଇ ଶିକ୍ଷା ବିଭାଗ ରେ ନିଯୁକ୍ତି ପାଇ ଛନ୍ତି l.ମାର୍କ ସିଟ ଜାଲିଆତି କରି ନିଯୁକ୍ତି ପାଇ ଥିବା ଶିକ୍ଷକ ଧରା ପଡ଼ି ନିଲମ୍ବିତ ହୋର ଥିବାର ନଜିର ଅଛି l.ଏବେ ଜାଲ କରି ପ୍ରମାଣ ପତ୍ର ଦେଇ ଥିବା ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି କରିଛି l